Categories
ଆଜିର ଖବର ଜାତୀୟ ଖବର ଧର୍ମ

ସୁରେଶ ୱାଡେକରଙ୍କ ଏକ ଭକ୍ତି ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରେଶ ୱାଡେକର ଏବଂ ଆର୍ଯ୍ୟ ଆମ୍ବେଦକରଙ୍କ  ଏକ ଭକ୍ତିଗୀତକୁ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ରାମ ଭକ୍ତିରେ ଭାବବିହ୍ୱଳିତ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା ସମାରୋହ ପାଇଁ ପୂରା ଦେଶ ପ୍ରଭୁ ଶ୍ରୀରାମଙ୍କ ଭକ୍ତି ରଙ୍ଗରେ ରଙ୍ଗୀନ ହୋଇଛି। ସୁରେଶ ୱାଡେକର ଜୀ ଏବଂ ଆର୍ଯ୍ୟ ଆମ୍ବେଦକର ଜୀ ଏହି ଗୀତରେ ନିଜ ସୁମଧୁର ସ୍ୱରରେ ଏହି ଭାବନାକୁ ପ୍ରକାଶ କରିଛନ୍ତି।’

Categories
ଆଜିର ଖବର ଜାତୀୟ ଖବର

ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଭଜନ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଭଜନ ସେୟାର କରିଛନ୍ତି। ଭଜନରେ ରାମାୟଣର ଚିରନ୍ତନ ବାର୍ତ୍ତା ରହିଛି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି –

ରାମାୟଣର ବାର୍ତ୍ତା ସମଗ୍ର ବିଶ୍ୱର ଲୋକଙ୍କୁ ପ୍ରେରଣା ଦେଇଛି। ଏଠାରେ ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର କିଛି ଭଜନ ରହିଛି:





ଶତାବ୍ଦୀ ବିତିଯାଇପାରେ, ସମୁଦ୍ର ଆମକୁ ଅଲଗା କରିପାରେ, କିନ୍ତୁ ପୃଥିବୀର ଅନେକ ସ୍ଥାନରେ ଆମ ପରମ୍ପରାର ହୃଦୟ ଦୃଢ଼ ଭାବରେ ରହିଛି । #ShriRamBhajan”

Categories
ଆଜିର ଖବର ଜାତୀୟ ଖବର

କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ଉଜାଗର କରିଥାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ସୁନ୍ଦରତାର ସହ ଉଜାଗର କରିଥାଏ। ଶ୍ରୀ ମୋଦୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ଦ୍ୱାରା କନଡ଼ରେ ଗାନ କାଯାଇଥିବା ପ୍ରଭୁ ଶ୍ରୀ ରାମଙ୍କ ଭଜନ ଭିଡିଓକୁ ସେୟାର କରିଛନ୍ତି ଏବଂ କହିଛନ୍ତି ଏପରି ପ୍ରୟାସ ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ କରିବାରେ ବେଶ୍ ସହାୟକ ହେବ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ସୁନ୍ଦରତାର ସହ ଉଜାଗର କରିଥାଏ। ଏପରି ପ୍ରୟାସ ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ କରିବାରେ ବେଶ୍ ସହାୟକ ହୋଇଥାଏ।’

Categories
ଆଜିର ଖବର ଜାତୀୟ ଖବର

ଦିବ୍ୟା କୁମାର ଗାଇଥିବା ଭକ୍ତି ଭଜନ “ହର ଘର ମନ୍ଦିର ହର ଘର ଉତ୍ସବ” ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା କୁମାର ଗାଇଥିବା, ସିଦ୍ଧାର୍ଥ ଅମିତ ଭବସାର ରଚନା କରିଥିବା ଭକ୍ତି ଭଜନ “ହର ଘର ମନ୍ଦିର ହର ଘର ଉତ୍ସବ” କୁ ପୋଷ୍ଟ କରିଛନ୍ତି। ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟା ଧାମରେ ଶୁଭ ମୁହୂର୍ତ୍ତ ପାଖେଇ ଆସିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠି ଭଗବାନ ରାମଙ୍କ ନାମ ଗୁଞ୍ଜରିତ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଉପରୋକ୍ତ ଭକ୍ତି ଗୀତକୁ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଉପସ୍ଥାପନା ମାଧ୍ୟମରେ ଆପଣ ଆସ୍ଥା ଓ ଭକ୍ତିର ବାତାବରଣ ଅନୁଭବ କରିବେ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାଧାମରେ ସୁମଙ୍ଗଳ ଘଡ଼ି ପାଖେଇ ଆସିଛି। ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠାରେ ପ୍ରଭୁ ଶ୍ରୀରାମଙ୍କ ନାମ ଗୁଞ୍ଜରିତ ହେଉଛି। ଏହି ଉପସ୍ଥାପନାରୁ ଆପଣ ଆସ୍ଥା ଓ ଭକ୍ତିର ବାତାବରଣ ଅନୁଭବ କରିବେ।