Categories
ଆଜିର ଖବର ଜାତୀୟ ଖବର

ବିଗ୍‌ ବି’ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଅଭିଷେକଙ୍କ ପଜିଟିଭ୍‌ ରିପୋର୍ଟ ପରେ ବନ୍ଦ ହେଲା ବ୍ରିଥ୍‌ର ଡବିଂ ଷ୍ଟୁଡିଓ

ମୁମ୍ବାଇ : ଅମିତାଭ ବଚ୍ଚନ କରୋନାରେ ପୀଡ଼ିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବାର ସୂଚନା ରହିଛି । ସାମାନ୍ୟ ଲକ୍ଷଣ ଥାଇ ଅମିତାଭ ଆଇସୋଲେସନ ୟୁନିଟରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । କାଲି ପଜିଟିଭ୍‌ ଚିହ୍ନଟ ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅଛନ୍ତି ଅମିତାଭ ।

ସେହିପରି ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି । ତେବେ ଜୟାବଚ୍ଚନ ଓ ଐଶ୍ବର୍ଯ୍ୟା ବଚ୍ଚନ ରିପୋର୍ଟ ନେଗେଟିଭ୍‌ ଆସିଥିବାର ସୂଚନା ରହିଛି । ଅଭିଷେକ ବଚ୍ଚନ କରୋନା  ପୀଡ଼ିତ ହେବା ପରେ ବ୍ରିଥ୍‌‌-2ର ଡବିଂ ଷ୍ଟୁଡିଓକୁ ବନ୍ଦ କରି ଦିଆଯାଇଛି । ଅଭିଷେକ ବଚ୍ଚନ ଓ୍ବେବ ସିରିଜ୍‌- ବ୍ରିଥ୍‌-2 ପାଇଁ କାର୍ଯ୍ୟ କରୁଥିଲେ। ଏବେ ଏହାର ସାଉଣ୍ଡ ଓ ଡବିଂ କାର୍ଯ୍ୟ ଚାଲୁ ରହିଥିଲା । ଅଭିଷେକଙ୍କ ପଜିଟିଭ୍‌ ରିପୋର୍ଟ ପରେ ଏହି ଷ୍ଟୁଡିଓଙ୍କୁ ବନ୍ଦ କରାଯିବ ସହ ଅଭିଷେକଙ୍କ କଣ୍ଟାକ୍ଟ ଆସିଥିବା ଲୋକଙ୍କୁ ଟ୍ରେସିଂ କରାଯାଉଛି ।

ସୂଚନାଯୋଗ୍ୟ, ଅଭିଷେକ ବଚ୍ଚନ ‘ବ୍ରିଥ୍‌-2’ ଜରିଆରେ ଡିଜିଟାଲ ଡେବ୍ୟୁ କରୁଛନ୍ତି । ଏହି ସିରିଜ୍‌ରେ ଅଭିଷେକଙ୍କ ବ୍ୟତୀତ ନିତ୍ୟା ମେନନ୍‌, ଅମିତ୍‌ ସାଦ୍‌, ସିୟାମୀ ଖେର୍‌ ପ୍ରମୁଖ ନଜର ଆସୁଛନ୍ତି ।

Categories
ଆଜିର ଖବର ମନୋରଂଜନ ସିନେମା

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କରୋନା

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କରୋନା । ମେଗାଷ୍ଟାର୍‌ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ସେ କରୋନା ସଂକ୍ରମିତ ହୋଇଥିବା ନେଇ 77 ବର୍ଷୀୟ ଅମିତାଭ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଅମିତାଭଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ରିପୋର୍ଟ ଆସିନାହିଁ ।

ଗତ 10 ଦିନ ଭିତରେ ଅମିତାଭ ବଚ୍ଚନଙ୍କ ସଂସ୍ପର୍ଶରେ ଯେ କେହି ବି ଆସିଛନ୍ତି, ସେ ସମସ୍ତେ କରୋନା ପରୀକ୍ଷା କରିବାକୁ ଅମିତାଭ ବଚ୍ଚନ ଟୁଇଟ୍‌ ଯୋଗେ ଅନୁରୋଧ କରିଛନ୍ତି ।