Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରତ୍ନ ନୁହେଁ, ଡାକ ଟିକଟ ଓ କଏନରେ ଆମେ ଖୁସ୍‍

ଭୁବନେଶ୍ୱର: ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦିଆଗଲା, ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା କରିବେ ବୋଲି ସାରାରାଜ୍ୟରେ ଆଲୋଚନା ହେଉଥିଲା। ଏହି ଆଲୋଚନା କିନ୍ତୁ ଆଲୋଚନାରେ ରହିଗଲା। ମୋଦି ଯାଜପୁର ଆସିଲେ ବିଜୁ ପଟ୍ଟନାୟକଙ୍କୁ କେବଳ ଶ୍ରଦ୍ଧାଞ୍ଜଳୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ବୋଲି କହିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ପର୍କରେ କିଛି କହିଲେ ନାହିଁ। ଏଥିରେ ପ୍ରଚାରକାରୀମାନେ ଏବେ ମୁହଁ ଲୁଚାଇ ବୁଲୁଛନ୍ତି।

ଶାସକ ଦଳ ବିଜେଡି ଦୟାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରାଳୟ ପକ୍ଷରୁ ବିଜୁ ବାବୁଙ୍କ ଉପରେ ଡାକ ଟିକଟ ଓ ୫ଟଙ୍କିଆ କଏନ ଜାରୀ କରାଯାଇଛି। ଏତିକିରେ ଓଡ଼ିଶାବାସୀ ଖୁସ୍‍। କାରଣ ଓଡ଼ିଆ ଲୋକମାନଙ୍କର ଜାତିପ୍ରୀତି ତଥା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାରମାନେ ଅଣଦେଖା କରିଆସୁଛନ୍ତି। ଚଳିତ ବର୍ଷ ଚକୋଲେଟ୍‍ ବାଣ୍ଟିଲା ଭଳି କେନ୍ଦ୍ରର ବିଜେପି ସରକାର ନିଜର ରାଜନୈତିକ ଫାଇଦା ହାସଲ କରିବା ଉଦ୍ଦେଶ୍ୟରେ ୫ଜଣଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିଛି।

ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଓଡ଼ିଆ ମନିଷୀମାନଙ୍କର ଅତୁଳନୀୟ ଅବଦାନ ଥିଲେ ହେଁ ସେମାନଙ୍କ ନାମ ଭାରତ ରତ୍ନ ଉପାଧି ପାଇଁ ବିଚାରକୁ ନଆଯାଉନାହିଁ। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, କିମ୍ବଦନ୍ତୀ ବିଜୁ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଅଦମ୍ୟ ସାହସ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଉଛି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମହାନ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଅଦମ୍ୟ ମନୋବଳ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଉଛି। ଆମ ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ଉଦାହରଣୀୟ। ଆଜି ଏହି ସ୍ୱତନ୍ତ୍ର ଦିନରେ ମୁଁ ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ପାଇଁ ଓଡ଼ିଶାବାସୀଙ୍କ ମଧ୍ୟରେ ଉପସ୍ଥିତ ରହିବି । ମୁଁ ମଧ୍ୟ @BJP4Odisha ସାଧାରଣ ସଭାକୁ ସମ୍ବୋଧିତ କରିବି।”