Categories
ଆଜିର ଖବର ରାଜ୍ୟ ଖବର

ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା। ଏହି ବୈଠକ ଯୁବ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କରାଯାଇଥିଲା। ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ହୋଇ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ। ଏଥିରେ ବିଜୁ ଜନତା ଦଳର ମୂଖ୍ୟାଳୟ ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସ୍‌ବର୍ମା ଓ ବିଧାୟକ ତଥା ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ୍‌ ମହାନ୍ତି ରାଜ୍ୟ ମହାସଚିବ ଶିଶିର ପରିଜା, ଉପଦେଷ୍ଟା ରଂଜିତ ମହାପାତ୍ର ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନା ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କ୍ୟାବିନେଟ୍ ବୈଠକ ପରେ ପୁଣି ଥରେ ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ କଲେ ବୈଠକ, କଣ ରହିଛି ରହସ୍ୟ

ଭୁବନେଶ୍ବର-ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ମୁଖ୍ୟତଃ ନଅ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ହେଲେ କ୍ୟାବିନେଟ ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ କେବଳ ମନ୍ତ୍ରୀମାନଙ୍କୁ ନେଇ ବୈଠକ କରିଥିଲେ। ସମସ୍ତ ଅଧିକାରୀ ସେହି ବୈଠକରୁ ବାହାରି ଯିବା ପରେ ମୁଖ୍ୟମନ୍ତ୍ରୀ ଏହି ବୈଠକ କଲେ। ତେବେ ଏଥିରେ ମନ୍ତ୍ରୀମାନଙ୍କୁ ନବୀନ କଣ ନିର୍ଦ୍ଦେଶ ଦେଇଛନ୍ତି ତାହା ଜଣାପଡି ନାହିଁ। ହେଲେ ଏକ ସମର୍ଥିତ ସୁତ୍ରରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ଆସନ୍ତା ବିଜୁ ଜୟନ୍ତିରେ ଏକ ବଡ ପଦକ୍ଷେପ ନେବେ। ସେ ସଂପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ସେଦିନ ପ୍ରାୟ 30ଟି ଜିଲ୍ଲାରେ 30 ଲକ୍ଷ ବିଜପ ପକ୍କା ଘର ବଣ୍ଟନ କରାଯିବ। ସେ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ତାଗିଦ କରିଛନ୍ତି। ଏଥିସହିତ ସାଧାରଣତନ୍ତ୍ର ଏବଂ ସ୍ବାଧୀନତା ଦିବସ ପରି ପ୍ରତି ଜିଲ୍ଲାରେ ମନ୍ତ୍ରୀମାନେ ସେଦିନ ଯାଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଏଥର ସରକାରୀ ସ୍ତରରେ ବେଶ ଆଡମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତି କରାଯାଇଛି।