Categories
ଆଜିର ଖବର ଜାତୀୟ ଖବର

ଆପଣ ଆପଣଙ୍କ ଗ୍ରାମର ମୋଦୀ: ମେଘାଳୟର ସିଲ୍‌ମେ ମାରାକଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ମେଘାଳୟର ରି ଭୋଇର ସିଲ୍‌କେ ମାରାକଙ୍କ ଜୀବନ ସେତେେବେଳେ ଏକ ସକାରାତ୍ମକ ମୋଡ଼ ନେଇଥିଲା, ଯେତେବେଳେ ସେ ତାଙ୍କ ଛୋଟ ଦୋକାନରୁ ଆଗକୁ ବଢ଼ି ସ୍ୱୟଂ ସହାୟକ ଗୋଷ୍ଠୀରେ ସ୍ନାତକ ହାସଲ କରିଥିଲେ। ସେ ବର୍ତ୍ତମାନ ସ୍ଥାନୀୟ ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ ହେବାରେ ସାହାଯ୍ୟ କରୁଛନ୍ତି ଏବଂ ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନରେ ସାହାଯ୍ୟ କରିଛନ୍ତି। ସେ ପିଏମ୍ କିଷାନ ସମ୍ମାନ ନିଧି, ବୀମା ଏବଂ ଅନ୍ୟାନ୍ୟ ଯୋଜନା ଗୁଡିକର ହିତାଧିକାରୀ ମଧ୍ୟ ଅଟନ୍ତି।

ଶ୍ରୀମତୀ ସିଲ୍‌ମେ ନିକଟରେ ତାଙ୍କ ସମ୍ପ୍ରସାରିତ କାର୍ଯ୍ୟ ପାଇଁ ଏକ ସ୍କୁଟି କିଣିଛନ୍ତି। ସେ ତାଙ୍କ ବ୍ଲକରେ ଏକ ଗ୍ରାହକ ସେବା ପଏଣ୍ଟ ମଧ୍ୟ ଚଳାଉଛନ୍ତି ଏବଂ ଲୋକଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାରେ ସାହାଯ୍ୟ କରନ୍ତି। ତାଙ୍କ ଗ୍ରୁପ୍ ଖାଦ୍ୟ ପ୍ରକ୍ରିୟାକରଣ ଓ ବେକେରୀରେ ମଧ୍ୟ ସକ୍ରିୟ ରହିଛି। ପ୍ରଧାନମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସକୁ ପ୍ରଶଂସା କରିବା ସହ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ତାଳି ମାରିଥିଲେ।

ସରକାରୀ ଯୋଜନା ଗୁଡ଼ିକରେ ତାଙ୍କର ଅଭିଜ୍ଞତା ଏବଂ ହିନ୍ଦୀ ଭାଷା ଉପରେ ଉଚ୍ଚକୋଟୀର ଦଖଲ ରହିଥିବା ଅନୁଭବ କରି  “ଆପଣ ବହୁତ ଦକ୍ଷ, ବୋଧ ହୁଏ ମୋ ଠାରୁ ମଧ୍ୟ ଭଲ” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ସାମାଜିକ ସେବା ମନୋଭାବକୁ ପ୍ରଶଂସା କରିଥିଲେ ଏବଂ “ଆପଣଙ୍କ ଭଳି ଲୋକ ମାନଙ୍କର ସମର୍ପଣ ହେଉଛି ପ୍ରତ୍ୟେକ ନାଗରିକଙ୍କ ନିକଟରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଆମର ସଂକଳ୍ପ ପଛର ଶକ୍ତି। ଆପଣ ମାନଙ୍କ ଭଳି ଲୋକମାନେ ହିଁ ମୋର କାମକୁ ସହଜ କରି ଦେଇଛନ୍ତି। ଆପଣ ହିଁ ଆପଣଙ୍କ ଗ୍ରାମର ମୋଦୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ଵର: ଏକ ନୂତନ ଓ ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। ଆଜି ମେଘାଳୟର ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସଭାକୁ ସମ୍ବୋଧିତ କରିଥିଲେ। ସେମାନେ ଗ୍ରାମୀଣ ହିତାଧିକାରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ବାର୍ତ୍ତା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ବର୍ଣ୍ଣନା କରିଥିଲେ।

ମେଘାଳୟର ଏହି ଗଣମାଧ୍ୟମ ପ୍ରତିନିଧିମାନେ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଆଜି ସେମାନେ ଶତାଧିକ ଗ୍ରାମବାସୀଙ୍କ ସହ ମିଶି ‘ବିକଶିତ ଭାରତ ସଂକଳ୍ପ’ ଶପଥ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଓ ଉପଲବ୍ଧି ସମ୍ପର୍କିତ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇଇସି) ବିଷୟବସ୍ତୁ ଦେଖିଥିଲେ।

ଏହାପରେ ପ୍ରତିନିଧିମାନେ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା  ପରିଦର୍ଶନ କରି ଏହାର ଅନନ୍ୟ ପରିବେଶ ଓ ସମୃଦ୍ଧ ଜୈବ ବିବିଧତା ବିଷୟରେ ଜାଣିବାକୁ ପାଇଥିଲେ। ଓଡ଼ିଶାର ଗୌରବମୟ ଅତୀତ ଓ ସାଂସ୍କୃତିକ ଐତିହ୍ୟକୁ ଦେଖିବା ପାଇଁ ପ୍ରତିନିଧିମାନେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ପରିଦର୍ଶନ କରିଥିଲେ, ଯାହାର ଇତିହାସ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ଏହି ଦୁଇଟି ପାହାଡ଼ ଜୈନ ପ୍ରସ୍ତର ସ୍ଥାପତ୍ୟର ପ୍ରାରମ୍ଭିକ କିର୍ତ୍ତିରାଜି ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ପ୍ରାଚୀନ ପଥର  ଗୁମ୍ଫା ମୁଖ୍ୟତଃ ପ୍ରାଚୀନ କାଳରେ ଜୈନ ସନ୍ନ୍ୟାସୀଙ୍କ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହୃତ ହେଉଥିଲା।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଦୁଇ ମାସ ପୂର୍ତ୍ତି ଅବସରରେ ଉଲ୍ଲେଖ କରି କହିଥିଲେ ଯେ ଯାତ୍ରାର ବିକାଶ ରଥ ବିଶ୍ୱାସ ରଥରେ ପରିଣତ ହୋଇଛି ଏବଂ କେହି ପଛରେ ପଡ଼ିବେ ନାହିଁ ବୋଲି ବିଶ୍ୱାସ ରହିଛି।   ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜାନୁଆରୀ ୨୬ ପରେ ଏବଂ ଫେବୃଆରୀ ପର୍ଯ୍ୟନ୍ତ ଭିବିଏସୱାଇ ସଂପ୍ରସାରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଆଶୀର୍ବାଦରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ୧୫ କୋଟି ଲୋକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ଏବଂ ଏହା ପ୍ରାୟ ୮୦ ପ୍ରତିଶତ ପଂଚାୟତ ପରିକ୍ରମା କରିଛି।  “ବିକଶିତ ଭାରତ ସଂକଳ୍ପ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏଭଳି ଲୋକଙ୍କ ପାଖରେ ପହଞ୍ଚିବା ଯେଉଁମାନେ କୌଣସି ନା କୌଣସି କାରଣରୁ, ଏପର୍ଯ୍ୟନ୍ତ ସରକାରୀ ଯୋଜନାରୁ ବଞ୍ଚିତ ଥିଲେ। ସମସ୍ତେ ଅବହେଳିତ ହୋଇଥିବା ଲୋକଙ୍କୁ ସେ ସମ୍ମାନ କରନ୍ତି ଏବଂ ଗୁରୁତ୍ବ ପ୍ରଦାନ କରନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଭିବିଏସୱାଇକୁ ଶେଷ ମାଇଲ ଡେଲିଭରିର ଏକ ଉତ୍ତମ ମାଧ୍ୟମ ବୋଲି କହି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଯାତ୍ରା ସମୟରେ ୪ କୋଟିରୁ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ୨.୫ କୋଟି ଟିବି ସ୍କ୍ରିନିଂ ଏବଂ ୫୦ ଲକ୍ଷ ସିକଲ୍ ସେଲ୍ ଆନିମିଆ ସ୍କ୍ରିନିଂ କରାଯାଇଥିଲା । ଯାତ୍ରା ସମୟରେ ଏପର୍ଯ୍ୟନ୍ତ ୫୦ ଲକ୍ଷ ଆୟୁଷ୍ମାନ କାର୍ଡ, ୩୩ ଲକ୍ଷ ନୂତନ ପିଏମ କିଷାନ ହିତାଧିକାରୀ, ୨୫ ଲକ୍ଷ ନୂତନ କିଷାନ କ୍ରେଡିଟ୍ କାର୍ଡ, ୨୫ ଲକ୍ଷ ମାଗଣା ଗ୍ୟାସ ସଂଯୋଗ ଏବଂ ୧୦ ଲକ୍ଷ ନୂତନ ସ୍ୱନିଧି ଆବେଦନ ହାସଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ କାହା ପାଇଁ ପରିସଂଖ୍ୟାନ ହୋଇପାରେ କିନ୍ତୁ ତାଙ୍କ ପାଇଁ ପ୍ରତ୍ୟେକ ସଂଖ୍ୟା ଏକ ଜୀବନ ଯେଉଁମାନେ ଏପର୍ଯ୍ୟନ୍ତ ଏହି ସୁବିଧାରୁ ବଞ୍ଚିତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ବହୁମୁଖୀ ଦାରିଦ୍ର୍ୟ ଉପରେ ନୂତନ ରିପୋର୍ଟ କୁ ଉଲ୍ଲେଖ କରିଥିଲେ।  ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଯୋଗୁଁ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଆମ ସରକାର ଯେପରି ସ୍ୱଚ୍ଛ ବ୍ୟବସ୍ଥା ସୃଷ୍ଟି କରିଛନ୍ତି, ପ୍ରକୃତ ପ୍ରୟାସ କରିଛନ୍ତି ଏବଂ ଜନ ଭାଗିଦାରୀକୁ ପ୍ରୋତ୍ସାହିତ କରିଛନ୍ତି, ତାହା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଉଦାହରଣ ଦେଇ ସେ ଏହା ବୁଝାଇଛନ୍ତି। ଏହି ଯୋଜନାରେ ୪ କୋଟିରୁ ଅଧିକ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିଲା ଏବଂ ୭୦ ପ୍ରତିଶତ ୟୁନିଟ୍ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଏହା କେବଳ ଦାରିଦ୍ର୍ୟ ଦୂର କରିନଥିଲା ବରଂ ମହିଳାମାନଙ୍କୁ ମଧ୍ୟ ସଶକ୍ତ କରିଥିଲା।  ଘରର ଆକାର ବୃଦ୍ଧି କରାଯାଇଥିଲା, ନିର୍ମାଣରେ ଲୋକଙ୍କ ପସନ୍ଦକୁ ସମ୍ମାନ ଦିଆଯାଇଥିଲା, ନିର୍ମାଣ କାର୍ଯ୍ୟ ର ଗତି ୩୦୦ ଦିନରୁ ୧୦୦କୁ ବୃଦ୍ଧି କରାଯାଇଥିଲା। ଏହାର ଅର୍ଥ ହେଉଛି ଆମେ ପୂର୍ବ ଅପେକ୍ଷା ତିନି ଗୁଣ ଅଧିକ ଦ୍ରୁତ ଗତିରେ ସ୍ଥାୟୀ ଘର ନିର୍ମାଣ କରୁଛୁ ଏବଂ ଗରିବମାନଙ୍କୁ ଦେଉଛୁ । ଏଭଳି ପ୍ରୟାସ ଦେଶରେ ଦାରିଦ୍ର୍ୟ ହ୍ରାସ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି।

କିନ୍ନରମାନଙ୍କ ପାଇଁ ସରକାରଙ୍କ ନୀତିର ଉଦାହରଣ ଦେଇ ବଞ୍ଚିତଲୋକଙ୍କୁ ପ୍ରାଥମିକତା ଦେବାର ଆଭିମୁଖ୍ୟ କୁ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଏହା ହେଉଛି ଆମ ସରକାର ଯିଏ ପ୍ରଥମ ଥର ପାଇଁ କିନ୍ନର ସମ୍ପ୍ରଦାୟର ଅସୁବିଧା ବିଷୟରେ ଚିନ୍ତିତ ଥିଲେ ଏବଂ ସେମାନଙ୍କ ଜୀବନକୁ ସହଜ କରିବାକୁ ପ୍ରାଥମିକତା ଦେଇଥିଲେ । ୨୦୧୯ ମସିହାରେ ଆମ ସରକାର କିନ୍ନରଙ୍କ ଅଧିକାର ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିଥିଲେ। ଏହା କେବଳ କିନ୍ନରମାନଙ୍କୁ ସମାଜରେ ସମ୍ମାନଜନକ ସ୍ଥାନ ପାଇବାରେ ସାହାଯ୍ୟ କରିନଥିଲା ବରଂ ସେମାନଙ୍କ ପ୍ରତି ଥିବା ଭେଦଭାବର ମଧ୍ୟ ଅନ୍ତ ଘଟାଇଥିଲା । ସରକାର ହଜାର ହଜାର ଲୋକଙ୍କୁ ଟ୍ରାନ୍ସଜେଣ୍ଡର ପରିଚୟ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଭାରତ ଦ୍ରୁତ ଗତିରେ ବଦଳୁଛି । ଆଜି ଲୋକଙ୍କ ଆସ୍ଥା, ସରକାରଙ୍କ ଉପରେ ଆସ୍ଥା ଓ ନୂଆ ଭାରତ ଗଠନ ପାଇଁ ସେମାନଙ୍କର ସଂକଳ୍ପ ସବୁଠି ଦୃଶ୍ୟମାନ ହେଉଛି। ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀମାନଙ୍କ ସହ ତାଙ୍କର ସାମ୍ପ୍ରତିକ ଆଲୋଚନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଅତି ପଛୁଆ ଅଞ୍ଚଳର ଆଦିବାସୀ ମହିଳାଙ୍କ ପଦକ୍ଷେପକୁ ସ୍ମରଣ କରିଥିଲେ ଏବଂ ସେମାନଙ୍କର ଅଧିକାର ପାଇବା ପାଇଁ ସେମାନଙ୍କ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ସେମାନଙ୍କର ସଂକଳ୍ପକୁ ପ୍ରଶଂସା କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ଅଭିଯାନକୁ ସଶକ୍ତ କରିବାର ପଦକ୍ଷେପ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏହି ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ସହିତ ଯୋଡ଼ିବା ପାଇଁ ପ୍ରୟାସ ବିଷୟରେ ଆଲୋଚନା କରିଥିଲେ, ବନ୍ଧକ ମୁକ୍ତ ଋଣ ସୀମା କୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ, ଯାହାଫଳରେ ୧୦ କୋଟି ନୂତନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ହେବେ । ନୂଆ ବ୍ୟବସାୟ ପାଇଁ ସେମାନଙ୍କୁ ୮ ଲକ୍ଷ କୋଟିରୁ ଅଧିକ ଟଙ୍କାର ସହାୟତା ମିଳିଛି। ୩ କୋଟି ମହିଳାଙ୍କୁ ମହିଳା କୃଷକ ଭାବେ ସଶକ୍ତ କରାଯିବା ସହ ୨ କୋଟି ଲଖପତି ଦିଦି ଓ ନମୋ ଡ୍ରୋନ୍ ଦିଦି ଯୋଜନା ପ୍ରସ୍ତୁତ କରିବା ର ଯୋଜନା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏକ ହଜାରରୁ ଅଧିକ ନମୋ ଡ୍ରୋନ୍ ଦିଦି ତାଲିମ ଶେଷ କରିଥିବାରୁ ସେ ସନ୍ତୋଷତା ପ୍ରକାଶ କରିଛନ୍ତି।

ଗ୍ରାମୀଣ ଅର୍ଥନୀତିର ଆଧୁନିକୀକରଣ ଏବଂ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରାଥମିକତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କ୍ଷୁଦ୍ର କୃଷକମାନଙ୍କୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ୧୦,୦୦୦ ଏଫପିଓ ଥିବା ବେଳେ ସେଥି ମଧ୍ୟରୁ ୮ ହଜାର ରହିଛି ଏବଂ ପାଦ ଓ ପାଟି ରୋଗ ପାଇଁ ୫୦ କୋଟି ଟିକାକରଣ ଫଳରେ ଦୁଗ୍ଧ ଉତ୍ପାଦନ ୫୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଭାରତର ଯୁବ ଜନସଂଖ୍ୟାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଯାତ୍ରା କୁଇଜ୍ ପ୍ରତିଯୋଗିତା ଆୟୋଜନ ସମୟରେ ଆଥଲେଟ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସ୍ୱେଚ୍ଛାସେବୀ ଭାବରେ ଯୁବଗୋଷ୍ଠୀ ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକୃତ ହେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଜାତୀୟ ସଂକଳ୍ପକୁ ପୁନରାବୃତ୍ତି କରି ବକ୍ତବ୍ୟ ଶେଷ କରିଥିଲେ।

ପୃଷ୍ଠଭୂମି

୧୫ ନଭେମ୍ବର, ୨୦୨୩ ରେ ଏହାର ଶୁଭାରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯ ଡିସେମ୍ବର ୧୬, ଡିସେମ୍ବର ୨୭ ଡିସେମ୍ବର ଏବଂ ଜାନୁଆରୀ ୮, ୨୦୨୪) ଏହି ଆଲୋଚନା ପାଞ୍ଚ ଥର ହୋଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗତ ମାସରେ ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭-୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଥିଲେ ।

ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧୫ କୋଟି ଅତିକ୍ରମ କରିଛି। ଏହା ଭୂମିରେ ଗଭୀର ପ୍ରଭାବ ସୃଷ୍ଟି କରିବାରେ ଯାତ୍ରାର ସଫଳତାର ପ୍ରମାଣ ଯାହା ସମଗ୍ର ଦେଶବାସୀଙ୍କୁ ବିକଶିତ ଭାରତର ଏକ ମିଳିତ ଦୃଷ୍ଟିକୋଣ ପ୍ରତି ଏକଜୁଟ କରୁଛି ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ମାସରେ ୧୫ କୋଟି ପହଞ୍ଚିଲା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମାତ୍ର ଦୁଇ ମାସ ମଧ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଦେଶବ୍ୟାପୀ ବିପୁଳ ଜନ ସମର୍ଥନ ମିଳିଛି । ଏଥିରେ ୧୫ କୋଟିରୁ ଅଧିକ ଉତ୍ସାହୀ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି । ଏହି ବିଶାଳ ଜନଭାଗିଦାରୀ ଏକ ସମୃଦ୍ଧ ଏବଂ ସମାବେଶୀ ଭାରତ ଗଠନ ଦିଗରେ ସମନ୍ୱିତ ମାର୍ଗ ପ୍ରସ୍ତୁତି ପାଇଁ ଯାତ୍ରାର ପ୍ରଭାବ ବିଷୟରେ ବର୍ଣ୍ଣନା କରେ । ଦେଶବ୍ୟାପୀ ସରକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ଐତିହାସିକ ପଦକ୍ଷେପ ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବା ପରେ ଲୋକ ମାନଙ୍କର ଅଂଶଗ୍ରହଣ ସଂଖ୍ୟା ନାଟକୀୟ ଭାବେ ବୃଦ୍ଧି ପାଇଛି । ୨୦୨୩  ଡିସେମ୍ବର ୧୩ ତାରିଖରେ ଚତୁର୍ଥ ସପ୍ତାହ ଶେଷ ସୁଦ୍ଧା ଭିବିଏସ୍‌ୱାଇ ଯାତ୍ରା ୨.୦୬ କୋଟି ଲୋକଙ୍କ ପାଖରେ ପହଞ୍ଚିଥିବା ବେଳେ ୨୦୨୩ ଡିସେମ୍ବର ୨୨ ସୁଦ୍ଧା ୫ ସପ୍ତାହ ଶେଷରେ ଏହି ସଂଖ୍ୟା ୫ କୋଟିକୁ ବୃଦ୍ଧି ପାଇଛି । ପରବର୍ତ୍ତୀ ୪ ସପ୍ତାହ ମଧ୍ୟରେ ଭିବିଏସ୍‌ୱାଇ ଯାତ୍ରାରେ ୧୦ କୋଟି ବ୍ୟକ୍ତି ଅଂଶଗ୍ରହଣ କରି ୧୫ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ଜାନୁଆରୀ ୧୭ ତାରିଖ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଡ୍ୟାସବୋର୍ଡ ଅନୁଯାୟୀ ୨.୨୧ ଲକ୍ଷ ଗ୍ରାମ ପଞ୍ଚାୟତ ଏବଂ ୯,୫୪୧ ସହରାଞ୍ଚଳରେ ୧୫.୩୪ କୋଟି ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ ।

ଜନ ଭାଗିଦାରୀ : ପ୍ରତ୍ୟେକ ପଦକ୍ଷେପ ଏକାଠି :

ଏହି ଯାତ୍ରା ‘ଜନ ଭାଗିଦାରୀ’ ର ଭାବନାକୁ ପ୍ରତିଫଳିତ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସହର ଓ ଗ୍ରାମକୁ ଗ୍ରାମ ବୁଲି ଆଇଇସି ଭ୍ୟାନ୍ ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା । ଏହି ଭ୍ୟାନ୍ ମାଧ୍ୟମରେ, ଏହା ସମୁଦାୟକୁ ସରକାରୀ ଯୋଜନା, ସ୍ଥାୟୀ ଚାଷ ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା, ପରିମଳ ଏବଂ ଆର୍ଥିକ ସ୍ୱାଧୀନତା ବିଷୟରେ ଜ୍ଞାନ ପ୍ରଦାନ କରେ ।

ସ୍ୱାସ୍ଥ୍ୟ ଶିବିରରେ ୪ କୋଟିରୁ ଅଧିକ ଲୋକଙ୍କ ଯାଂଚ କରାଯାଇଛି :

ଜାନୁଆରୀ ୧୭, ୨୦୨୪  ସୁଦ୍ଧା ୪ କୋଟିରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ଶିବିରରେ ଯାଂଚ କରାଯାଇଛି । ମାଇଁ ଭାରତରେ  ୩୮ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଛି । ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ୨ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି । ଏହି ଯାତ୍ରା ୨ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କାର୍ଯ୍ୟକୁ  ଆଗେଇ ନେବାକୁ  ୧୧ କୋଟିରୁ ଅଧିକ ଲୋକ ସଂକଳ୍ପ ନେଇଥିଲେ ।

ଗ୍ରାମ ଅନୁଯାୟୀ ପ୍ରକୃତ ପ୍ରଭାବ :

ଭିବିଏସ୍‌ୱାଇ ଯାତ୍ରାର ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ । ୧ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଆୟୁଷ୍ମାନ କାର୍ଡ ପାଇଁ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାରେ ସଶକ୍ତ କରିଛି । ‘ହର ଘର ଜଳ’ ଯୋଜନା ମାଧ୍ୟମରେ ସ୍ୱଚ୍ଛ ଜଳ ବର୍ତ୍ତମାନ ୭୯,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚୁଥିବା ବେଳେ ୧.୩୮ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଶତପ୍ରତିଶତ ଜମି ରେକର୍ଡ  ଡିଜିଟାଲୀକରଣ ସ୍ୱଚ୍ଛତା ଏବଂ ନିରାପତ୍ତାକୁ ସୁଗମ କରୁଛି । ଏହା ବ୍ୟତୀତ ୧୭,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ଓଡିଏଫ୍ ପ୍ଲସ୍ ଅନୁପାଳନ ହାସଲ କରିଛନ୍ତି, ଯାହା ସ୍ୱଚ୍ଛ ଜୀବନଯାପନର ପ୍ରମାଣ ହେଇଥାଏ ।

ପରିସଂଖ୍ୟାନ ବ୍ୟତୀତ, ଏକ ଅଂଶୀଦାର ସ୍ୱପ୍ନ :

ଯାତ୍ରାର ପ୍ରକୃତ ସଫଳତା ଏକ ସାମୂହିକ ସ୍ୱପ୍ନ – ଏକ ଭାରତର ସ୍ୱପ୍ନ ଯେଉଁଠାରେ ପ୍ରଗତି ପ୍ରତ୍ୟେକ ଦ୍ୱାରରେ ପହଞ୍ଚିଥାଏ,  ଯେଉଁଠାରେ ସମସ୍ତଙ୍କ ଭିତରେ ସମୃଦ୍ଧି ବଂଟନ ହୋଇଥାଏ ଏବଂ ଯେଉଁଠାରେ ବିକାଶ ସଶକ୍ତ ଜୀବନରେ ପରିଣତ ହୁଏ , ସେସବୁକୁ ଜାଗ୍ରତ କରିବାରେ ହିଁ ରହିଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ପ୍ରତ୍ୟେକ ପଞ୍ଜୀକୃତ ହିତାଧିକାରୀ ଏବଂ ପ୍ରତ୍ୟେକ ପ୍ରତିଶ୍ରୁତି ସହିତ ଏହି ଯାତ୍ରା ଭାରତକୁ ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ଦିଗରେ ଏକ ପାଦ ଆଗକୁ ନେଇ ଯାଇଛି ।