Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍ ସମୟରେ ପସନ୍ଦ ପାଲଟିଛି ବିରିୟାନୀ ଓ କେକ୍‌: ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ବିରିୟାନୀ ପାଇଁ କରିଛନ୍ତି ଅର୍ଡର

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସମେସ୍ତ ନିଜ ଘରେ ରହୁଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟକୁ ନେଇ ଅନ୍‌ଲାଇନ୍‌ ଅର୍ଡରର ଡିମାଣ୍ଡ ବଢିଛି। ତେବେ ଅନ୍‌ଲାଇନ୍‌ ଫୁ୍ଡ୍ ଡେଲଭରୀ ସଂସ୍ଥା ସ୍ବିଗିର ସର୍ଭେ ଅନୁସାରେ ଏହି ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡରରେ ବିରିୟାନ୍‌ ପ୍ରତି ଲୋକଙ୍କର ଚାହିଦା ବେଶ୍‌ ବଢିଛି। ଲକ୍‌ଡାଉନ୍‌ ସମୟରେ ପ୍ରାୟ 5.5 ଲକ୍ଷରୁ ଅଧିକ ଲୋକେ ବିରିଆନୀ ପାଇଁ ଅର୍ଡର କରିଛନ୍ତି। ଏହା ପଛକୁ ରହିଛି ବଟର ନାନ୍‌ ଓ ମସଲା ଦୋସା।

ସେହିପରି ଚୋକୋ କେକ୍‌ ପାଇଁ 1ଲକ୍ଷ 29 ହଜାର ଜଣ ଅର୍ଡର କରିଥିବାବେଳେ ଗୁଲାବ୍‌ ଜମାନୁନ୍‌ ଓ ବଟରସ୍କଚ୍‌ ମୁସ୍‌ କେକ୍‌ ମଧ୍ୟ ଏଥିରେ ସାମିଲ୍‌ ହୋଇଛି। କେବଳ ଖାଦ୍ୟ ନୁହେଁ ଖାଦ୍ୟ ସମାଗ୍ରୀ ମଧ୍ୟ ସ୍ବିଗି ଜରିଆରେ ମଧ୍ୟ ଅର୍ଡର କରାଯାଇଛି। ମିଳିଥିବା ସୂଚନା ଅନୁସାରେ 323 ମିଲିୟନ୍‌ କିଲୋଗ୍ରାମ ପିଆଜ ଓ 56 ମିଲିଅନ୍‌  କିଲୋଗ୍ରାମର କଦଳୀ ଡେଲିଭରୀ ହୋଇଛି। ସେହିପରି ଲକ୍‌ଡାଉନ୍‌ ସମୟରେ 3 ଲକ୍ଷ 50 ହଜାରରୁ ନୁଡଲ୍ସର ଅର୍ଡର ହୋଇଛି।

ଅପରପକ୍ଷରେ ସ୍ବିଗୀ ସ୍କୁଲ ଓ ଅଭିଭାବକଙ୍କ ନିକଟରେ ବହି ପହଞ୍ଚାଇବାରେ ସାହାଯ୍ୟ କରିଛି। ସେହିପରି 73 ହଜାର ହ୍ୟାଣ୍ଡଓ୍ବାସ୍‌  ଓ ସାନିଟାଇଜର୍‌ ସହିତ 47 ହଜାରର ଫେସ୍‌ ମାସ୍କ ସ୍ବିଗିୀ ଡେଲିଭରୀ କରାଇଛି। (ଏଜେନ୍ସି)

Categories
ଆଜିର ଖବର

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ : ୯ ଗିରଫ

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫରନଗରରେ। ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ଏଥିରେ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ସମର୍ଥକମାନେ ଯୋଗଦେଇଥିଲେ। ସଭା ପରେ କର୍ମୀମାନଙ୍କୁ ବିରିୟାନୀ ବଣ୍ଟନ କରିବାର ବ୍ୟବସ୍ଥା ହୋଇଥିଲା। ଏହି ବିରିୟାନି ବଣ୍ଟନକୁ ନେଇ ଗଣ୍ଡଗୋଳ ହୋଇଯାଇଛି। ସଭା ପୂର୍ବରୁ ବିରିୟାନ୍‌ ପ୍ୟାକଟ୍‌ ଦିଆଯିବାକୁ କେତେକ କର୍ମୀ ଜିଦି ଧରିଥିବାବେଳେ ଆଉ କେତେକ କର୍ମୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ନିର୍ବାଚନୀ ସଭାରେ ବିରିୟାନି ବଣ୍ଟନ ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି। ଏହି  ସଭାରେ ବିରିୟାନୀ ବଣ୍ଟନ ପାଇଁ ଅନୁମତି ନିଆଯାଇନଥିବାରୁ ଏନେଇ ମଧ୍ୟ ଅଭିଯୋଗ ଦାଖଲ କରାଯାଇ ୯ଜଣଙ୍କୁ ଗିରଫ କରାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )