Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢୁଛି ମେଣ୍ଟ ଆଶା, ବିଜେପିର ଦ୍ବିତୀୟ ପ୍ରାର୍ଥୀ ତାଲିକା ଆଲୋଚନାରେ ଓଡିଶା ନାହିଁ

ନୂଆଦିଲ୍ଲୀ: ଖୁବ ଶିଘ୍ର ବିଜେପି ତାହାର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯାଉଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଣ୍ଟ୍ରାଲ ଇଲେକସନ କମିଟ ବା ସିଇସି ବୈଠକ ବସି ପ୍ରାର୍ଥୀ ତାଲିକା ଚୁଡାନ୍ତ କରାଯାଇଛି। ତେବେ ଏହି ବୈଠକରେ ଓଡିଶା ଆସନ ବିଷୟରେ କୌଣସି ଆଲୋଚନା ହୋଇ ନ ଥିବାର ଜଣାପଡିଛି।

ଓଡିଶା ପରି ରାଜ୍ୟର ଆସନ ଘୋଷଣା ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ନ ହେବା ମେଣ୍ଟ ପ୍ରସଂଗକୁ ସୂଚେଇ ଦେଉଛି। କାରଣ ଓଡିଶାର ଆସନ ବୁଝାମଣା ଏ ପର୍ଯ୍ୟନ୍ତ ଚୁଡାନ୍ତ ରୂପ ରେଖ ନେଇ ପାରି ନାହିଁ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ବିଜେପିର ଶୀର୍ଷ ନେତୃତ୍ବ ଓଡିଶା ପ୍ରାର୍ଥୀ ଘୋଷଣା କରିପାରୁ ନାହାଁନ୍ତି। ଯଦି ମେଣ୍ଚ ହୋଇ ନ ଥାଆନ୍ତା ତେବେ ଓଡିଶା ପ୍ରାର୍ଥୀ ନିଶ୍ଚିତ ଘୋଷଣା ହୋଇ ଥାଆନ୍ତା।

ବର୍ତ୍ତମାନ ସିଇସି ବୈଠକରେ ସାତୋଟି ରାଜ୍ୟର ଆସନ ଉପରେ ଆଲୋଚନା ହୋଇଛି। ସେଗୁଡିକ ହେଲା ମଧ୍ୟ ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ତେଲେଙ୍ଗାନା ଏବଂ ହିମାଚଳ ପ୍ରଦେଶ ରହିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଉପସ୍ଥିତ ଥିଲେ।

ସେହିପରି ଏହି ବୈଠକରେ ବିଭିନ୍ନ ରାଜ୍ୟ ସଭାପତି ତଥା ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ହୋଇପାରେ ଅନୁମୋଦନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଦେଶରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇଛି। ସମସ୍ତ ଦଳ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ଏବଂ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ମଧ୍ୟ ଆରମ୍ଭ କରିଛନ୍ତି। ମାର୍ଚ୍ଚ ୨ ତାରିଖରେ ଲୋକସଭା ନିର୍ବାଚନ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ବିଜେପି ପ୍ରକାଶ କରିଥିଲା। ଏହା ପରେ ଆଜି ପୁଣି ଥରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବାକୁ ଯାଉଛି।

ଏହି ବୈଠକରେ ଦ୍ୱିତୀୟ ତାଲିକା ମଧ୍ୟ ଅନୁମୋଦନ ହୋଇପାରିବ ବୋଲି ବିଶ୍ୱାସ କରାଯାଏ। ସୂଚନାନୁସାରେ, ବିଜେପି ମଙ୍ଗଳବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ, ଯେଉଁଥିରେ ୧୫୦ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇପାରେ।

ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ହରିୟାଣା ଏବଂ ବିହାରରୁ ବିଜେପିର ସହଯୋଗୀମାନଙ୍କ ସହ ଆସନ ବାଣ୍ଟିବା ଉପରେ ଶୀର୍ଷ ନେତୃତ୍ୱରେ ଆଲୋଚନା କରାଯାଇପାରେ। ଏହା ପରେ ଦ୍ୱିତୀୟ ତାଲିକାର ପ୍ରାର୍ଥୀମାନେ ପାରସ୍ପରିକ ଚୁକ୍ତିରେ ପହଞ୍ଚିବା ପରେ ଘୋଷଣା କରାଯିବ। ଏହା ବ୍ୟତୀତ ଲୋକସଭା ନିର୍ବାଚନ ପାଇଁ ଅନ୍ୟ ପ୍ରାର୍ଥୀଙ୍କ ନାମ ମଧ୍ୟ ଏହି ବୈଠକରେ ଆଲୋଚନା ହେବ।