Categories
ଆଜିର ଖବର ଜାତୀୟ ଖବର

ହିମାଚଳରେ ପଲଟିଲା ବାଜି, ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଝଟକା ଦେଇ ଜିତିଲା ବିଜେପି

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ହର୍ଷ ମହାଜନ ହିମାଚଳ ପ୍ରଦେଶରେ ରାଜ୍ୟସଭା ଆସନ ଜିତିଛନ୍ତି। ସେ କଂଗ୍ରେସର ଅଭିଷେକ ମନୁ ସିଂଭିଙ୍କୁ ପରାସ୍ତ କରିଛନ୍ତି। ବିରୋଧୀଦଳର ନେତା ଜୟରାମ ଠାକୁର ବିଜୟ ଦାବି କରିଛନ୍ତି। ହିମାଚଳ ପ୍ରଦେଶରେ ୬୮ ଜଣ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୪୦ ଜଣ ବିଧାୟକ ଥିବା ବେଳେ ବିଜେପି ପାଖରେ ୨୫ ବିଧାୟକ ଏବଂ ସ୍ଵାଧୀନରୁ ୩ ଜଣ ବିଧାୟକ ଅଛନ୍ତି। କିନ୍ତୁ କଂଗ୍ରେସ ୩୪ ଭୋଟ୍ ଏବଂ ବିଜେପି ୩୪ ଭୋଟ୍ ପାଇଛି। ତା’ପରେ ଟସ୍ ଦ୍ଵାରା ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଜିତିଛନ୍ତି। ୬ ଜଣ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଛନ୍ତି।

ଏହି ବିଜୟ ପରେ ବିଜେପି କର୍ମୀମାନେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ। ବିଜେପି ଦାବି କରିଛି ଯେ, ସୁଖବିନ୍ଦର ସିଂ ସୁଖୁଙ୍କ ରାଜ୍ୟ ସରକାରରେ ସଂଖ୍ୟାଗରିଷ୍ଠତା ନାହିଁ।

ଏହାପୂର୍ବରୁ ଭୋଟ୍ ଦେବା ପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ, ବିଧାନସଭାରେ ଆମର ୪୦ ଜଣ ବିଧାୟକ ଅଛନ୍ତି ଏବଂ ଯଦି ବିଧାୟକମାନେ ବିକ୍ରି ହୋଇନଥାନ୍ତେ, ତେବେ ଆମକୁ ସମସ୍ତ ଭୋଟ୍ ମିଳିଥାନ୍ତା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ବିଜେପି ମଧ୍ୟରେ କଣ ମେଣ୍ଟ ହେବ? ତେବେ ଏମିତି କାହିଁକି କହିଲେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ଏଥର ନିର୍ବାଚନରେ ବିଜେଡି ବିଜେପି ଭିତରେ ମେଣ୍ଟ ହେବ। ଏହି ଚର୍ଚ୍ଚା ଦୀର୍ଘଦିନ ଧରି ଲାଗି ରହିଛି। ପୂର୍ବରୁ ସମସ୍ତ ବିଜେପି ନେତା ମେଣ୍ଟ କେବେ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ହେଲେ ଆଜି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସାମ୍ବାଦିକଙ୍କ ମେଣ୍ଟ ପ୍ରଶ୍ନର ଉତ୍ତରେ ତୋମାର କହିଛନ୍ତି ଯେ, ମେଣ୍ଟ ହେବା ନ ହେବା ନେଇ କେନ୍ଦ୍ର ନେତୃତ୍ୟ ବିଚାର କରିବେ। ହେଲେ ଓଡିଶାରେ ବିଜେପି ଏକାକୀ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। କାରଣ ପୂର୍ବରୁ ସେ ନିଜେ ମେଣ୍ଟ ହେବ ନାହିଁ ବୋଲି କହୁଥିବା ବେଳେ ହଠାତ ଆଜି ସେ ଏପରି କାହିଁକି କହିଲେ ବୋଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତୋମାର ନିକଟରେ ଓଡିଶା ଗସ୍ତରେ ଆସି ସେ ସେତେବେଳେ ଦମ୍ଭର ସହିତ କହିଥିଲେ ଓଡିଶା ବିଧାନସଭାରେ ବିଜେପି 80 ରୁ ଉର୍ଦ୍ଧ ଆସନରେ ଜିତିବ। ସେହିପରି ଲୋକସଭାରେ 15 ଆସନରେ ବିଜୟ ଲାଭ କରିବ। ତେବେ ଆଜି ହଠାତ ମେଣ୍ଟ ନିଷ୍ପତି କେନ୍ଦ୍ରୀୟ ନେତା ନିଷ୍ପତି ନେବେ ବୋଲି କହିବା କାରଣ କଣ ବୋଲି ପ୍ରଶ୍ନ ଉଠିଛି।

ତୋମାରଙ୍କ ଗତିବିଧୀରୁ ସ୍ପଷ୍ଟ ହୋଇଛି ଯେ, ବୋଧହୁଏ କେନ୍ଦ୍ରୀୟ ନେତାମାନେ ଓଡିଶାରେ ବିଜେପି ବିଜେଡି ମେଣ୍ଟ ହେବା ନେଇ ଚିନ୍ତା କରୁଛନ୍ତି। ଯାହାର ସୁରାକ ପାଇଛନ୍ତି ଓଡିଶାର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ସେଥିପାଇଁ ସେ ମେଣ୍ଟ ଘୋଷଣା କରିବା ପରିବର୍ତ୍ତେ ସେ ଏପରି ଏକ ମେଣ୍ଟ ସମ୍ଭବାନ ନେଇ ବାର୍ତ୍ତା ଛାଡିଦେଲେ।

ତେବେ ଏ ନେଇ ରାଜ୍ୟ ନେତୃତ୍ବ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଉଛନ୍ତି। ଓଡିଶାରେ ବିଜେପି ଏକାକୀ ଲଢେଇ କରିବ ବୋଲି ସେମାନେ ଏବେ ବି କହୁଛନ୍ତି। ହେଲେ ପ୍ରକୃତ କଥା ଯଦି କେନ୍ଦ୍ରୀୟ ନେତୃତ୍ବ ମେଣ୍ଟ ହେବା ପାଇଁ କହିବେ ସେତେବେଳେ ଏମାନେ ଆଉ ମନା କରିପାରିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବନ୍ତ ବିଜେପିର ମିଶ୍ରଣ ପର୍ବ: ବିଭିନ୍ନ ଦଳରୁ ମିଶିଲେ ୩ଶହରୁ ଉର୍ଦ୍ଧ୍ୱ କର୍ମୀ

ଭୁବନେଶ୍ଵର: ଭଦ୍ରକ ଜିଲ୍ଲା ବନ୍ତ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝାଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ୍ୱ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ। ବନ୍ତ ଥାନା ଛକଠାରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜଳସେଚନ କାର୍ଯ୍ୟାଳୟ ନିକଟରେ ଥ‌ିବା ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବିଜେପି ନେତା ସୁଧାଂଶୁ ଶେଖର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ମିଶ୍ରଣ ପର୍ବଣେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ କହିଲେ, ମୋଦିଙ୍କ ଗ୍ୟାରେଣ୍ଟି ଆଜି ସାରାଦେଶର ଲୋକଙ୍କୁ ପ୍ରଭାବିତ କରିଥିବାବେଳେ ଆଜିର ଏହି ମହାମିଶ୍ରଣ ଏଠାରେ ବିଜେପିକୁ ବିଜୟୀ କରିବାରେ କେହି ରୋକିପାରିବେ ନାହିଁ। ରାଜ୍ୟ କାର୍ଯ୍ୟକାରିଣୀ ସହସ୍ୟ ବଦ୍ରୀ ନାରାୟଣ ଧଳ, ପୂର୍ବତନ ବ୍ଲକ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, କିଶୋର କିଙ୍କର ପଢିଆରୀ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ଵର ବେହେରା, ବରଡ଼େଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ମଣ୍ଡଳ କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ କେନା, ତୋଡ଼ଗାଁ ସରପଞ୍ଚ ମାନସ ପହୀ, ବରିଷ୍ଠ ବିଜେପି ନେତା କମଳାକାନ୍ତ ସାହୁ, ବାଦଲ ମଜୁମଦାର, ସୁଧୁର ନାୟକ, ଆଇନଜୀବୀ ମାଧନା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ନୂତନ ପଦାଧିକାରୀ ଓ କର୍ମୀମାନଙ୍କୁ ଦଳରେ ସ୍ୱାଗତ କରିଥିଲେ। ଦଳୀୟ ଉତରୀୟ ଟୋପି ପ୍ରଦାନପୂର୍ବକ ଦଳକୁ ଆହ୍ୱାନ କରାଯାଇଥିଲା।

ଏହି ଅବସରରେ ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା। ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ବର୍ଷ ଗଠନରେ ସାମିଲ ହୋଇ ଦଳରେ ମୁଁ ଏବଂ ମୋ ସହିତ ୩ଶହରୁ ଉର୍ଦ୍ଧ୍ୱ କର୍ମୀ ବିଶେଷ କରି ଶାସକ ଦଳ ପରିତ୍ୟାଗ କରି ମିଶିଥିବା କହିଥିବାବେଳେ ପୂର୍ବରୁ ବିଜୁ ଜନତା ଦଳକୁ ଯେପରି ସଶକ୍ତ କରାଯାଇଥିଲା, ସେହିପରି ବିଜେପି ଦଳକୁ ଏଠାରେ ଏକ ନମ୍ବର କରାଯିବ ବୋଲି ହଲି ଦେଖାଇଥିଲେ। ପୂର୍ବତନ ସରପଞ୍ଚ ଶ୍ରୀ ଓଝାଙ୍କ ସମେତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତିଳୋତମା ଜେନା।

ପୂର୍ବତନ ସମିତି ସଭ୍ୟ ଅରୂପ କୁମାର ମଲ୍ଲିକ, ବର୍ତମାନର ୱାର୍ଡ଼ ସଭ୍ୟ ଜ୍ୟୋତ୍ସ୍ନାରାଣୀ ଜେନା, ତାପସ ଦାସ, ସୋମନାଥ ଜେନା, ଅମୂଲ୍ୟ ରାଉତ, ବିଶ୍ଵନାଥ ଧଳ, ବାବୁ ସ୍ୱାଇଁ, କପିଳ ପ୍ରଧାନ, ଘନଶ୍ୟାମ ମଲ୍ଲିକ, ଭାଗବତ ପ୍ରସାହ ରାଉତ, ନିଶିକାନ୍ତ ରାଉତ, ଭାଷର ଚନ୍ଦ୍ର ଜେନା, ଅଲେଖ ଜେନା, ଉମେଶ ମଲ୍ଲିକ, ପ୍ରଭାସ ମଲ୍ଲିକଙ୍କ ସମେତ ବହୁ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ଲୋକସଭା: ଅପରାଜିତାଙ୍କୁ ରୋକିବା ସ୍ଥିତିରେ ନାହିଁ ବିଜେଡି!

ଭୁବନେଶ୍ୱର: ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ଆସନକୁ ନେଇ ଗଠିତ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେପି ହାତରେ ରହିଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ଯେଉଁ ନେତ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ସେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକ୍କାବିଲା କରିପାରିବେ କି ନାହିଁ ତାକୁ ନେଇ ମତଦାତାଙ୍କ ମହଲରେ ସନ୍ଦେହ ରହିଛି। ଗତଥର ଏଠାରୁ କଂଗ୍ରେସ ନିର୍ବାଚନ ଲଢ଼ି ନାହିଁ, ଏହାର ମେଣ୍ଟ ଦଳ ନିର୍ବାଚନ ଲଢ଼ି ମାତ୍ର ୨୩, ୦୨୬ ଭୋଟ ସହିତ ଦୟନୀୟ ସ୍ଥିତିରେ ଥିଲେ।

୧୯୫୨ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ୮ଥର ବିଜୟୀ ହୋଇଥିଲାବେଳେ ବିଜେଡି ୫ଥର ଓ ସିପିଏମ ୩ଥର ବିଜୟୀ ହୋଇଛି। ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ପାଟଶାଣୀ ଏଠାରୁ ଲଗାତାର ୫ଥର ବିଜୟ ଲାଭ କରିଛନ୍ତି।କିନ୍ତୁ ଗତ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି ଆଶା କରୁଥିଲା ଯେ ଦଳର ଭାବମୂର୍ତ୍ତିରେ ଦଳୀୟ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ସହଜରେ ବିଜୟ ଲାଭ କରିବେ। କିନ୍ତୁ ତାହା ହୋଇନଥିଲା। ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ପକ୍ଷରୁ ଦୁଇ ନବାଗତ ଥିଲେ ହେଁ ମତଦାତାମାନେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜୟୀ କରାଇଥିଲେ।

ଗତ ୨୦୧୯ ନିର୍ବାଚନରେ ବିଜେପି ସପକ୍ଷରେ କୌଣସି ଲହର ନ ଥିବାବେଳେ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ଗତ ୫ବର୍ଷ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ମଣ୍ଡଳୀରେ ନିରନ୍ତର ଗସ୍ତ କରିବା ସହିତ ନିଜର ଲୋକପ୍ରିୟତା ବୃଦ୍ଧି କରିବାରେ ଲାଗିଛନ୍ତି।

ବିଜେପି ସାଂସଦ ଅପରାଜିତାଙ୍କ ମୁକ୍କାବିଲା କରିବା ପାଇଁ ନାରୀ ନେତ୍ରୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ରଙ୍କୁ ଛାଡ଼ିଛି। ଜଣେ ନାରୀ ନେତ୍ରୀ ହିସାବରେ ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ବୁଲୁଥିଲେ ହେଁ ଅପରାଜିତାଙ୍କ ଭଳି ଜନସମର୍ଥନ ପାଉନଥିବା ଦେଖିବାକୁ ମିଳୁଛି। କାରଣ ଭୁବନେଶ୍ୱରରେ ଥିବା ୩ଟି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ। ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆରେ ମଧ୍ୟ ଦଳୀୟ କନ୍ଦଳ ଚାଲିଛି।

ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ବିଧାନସଭା ଆସନର କୌଣସିଟିରେ ବିଜେପି ପ୍ରାର୍ଥୀମାନେ ଗତ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇପାରନାହାନ୍ତି। ବିଗତ ବର୍ଷମାନଙ୍କରେ ଦଳୀୟ ନେତାମାନେ ଅପରାଜିତାଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ଅପରାଜିତା ଏଥିରେ ଦବି ନ ଯାଇ ନିଜର ଜନ ସମ୍ପର୍କ ଜାରୀ ରଖିଥିଲେ। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ହେବା ପରଠାରୁ ସେ ଅପରାଜିତାଙ୍କୁ ସହଯୋଗ କରିବା ସହିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ଏତଦ୍‍ଭିନ୍ନ ବର୍ତ୍ତମାନ ଦେଶରେ ଯେପରି ମୋଦିଙ୍କ ଲହର ଆରମ୍ଭ ହୋଇଛି ସେଥିରୁ ବିଜେପି ସାଂସଦ ଅପରାଜିତାଙ୍କୁ ରୋକିବା ବଜଦ ପାଇଁ କଷ୍ଟକର ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଭୁବନେଶ୍ୱର ଲୋକସଭା ଆସନରୁ ୮ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ। ଯାହାଫଳରେ ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟି ସିପିଏମକୁ ଛାଡ଼ି ଦେଇଥିଲା। ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ୨୩,୦୨୬ଭୋଟ ହାସଲ କରିଥିଲେ। ଗତ କିଛି ବର୍ଷ ହେଲା ରାଜ୍ୟରେ କଂଗ୍ରେସ ସଂଗଠନ ଯେପରି ଦୟନୀୟ ସ୍ଥିତିରେ ରହିଥିବାରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ସମସ୍ତେ ଆଶା କରୁଥିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଗସ୍ତ କରିବା ପରେ କଂଗ୍ରେସ ସଂଗଠନ ନୂଆ ଶକ୍ତି ହାସଲ କରିବ। କିନ୍ତୁ ତାହା ହୋଇନାହିଁ। ଏବେ ଦଳର ବରିଷ୍ଠ ନେତାମାନେ ନିଜର ଭବିଷ୍ୟତ ପାଇଁ ଦଳରେ ପଡ଼ି ରହିବା ଅପେକ୍ଷା ବିଜେଡି ଓ ବିଜେପିରେ ଯୋଗଦେବାକୁ ଶ୍ରେ୍ର ମନେକରୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବାର ଆଶା ବୃଥା ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

କଳାହାଣ୍ଡି ଲୋକସଭା: ଏଥର ବିଜେପିରୁ ମାଳବିକା ଦେବୀ! ପ୍ରାର୍ଥୀ ଖୋଜୁଛନ୍ତି ବିଜେଡି ଓ କଂଗ୍ରେସ 

ଭୁବନେଶ୍ୱର: ଭୋକର ଭୂଗୋଳ ଭାବରେ ଦେଶ ବିଦେଶରେ ପରିଚିତ କଳାହାଣ୍ଡି। କଳାହାଣ୍ଡି ରାଜନୀତିରେ ଏବେବି ରାଜପରିବାରର ପ୍ରଭାବ ଅକ୍ଷୁର୍ଣ୍ଣ ରହିଛି। ତେଣୁ ଅଣକଂଗ୍ରେସ ରାଜନୈତିକ ଦଳମାନେ ଏହି ପରିବାରର ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଅଗ୍ରାଧିକାର ଦେଇଥାନ୍ତି। କାରଣ କଳାହାଣ୍ଡି ଲୋକସଭା ଆସନରୁ ରାଜପରିବାରର ସଦସ୍ୟମାନେ ୨୦୧୪ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାର୍ଟି, ସ୍ୱାଧୀନ, ବିଜେପି ଓ ବିଜେଡି ପକ୍ଷରୁ ୯ଥର ନିର୍ବାଚିତ ହୋଇଛନ୍ତି। ଆଗାମୀ ନିର୍ବାଚନରେ ଏହି ପରିବାର ସଦସ୍ୟ ମାଳବିକା ଦେବୀ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଥିବାବେଳେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି।

କଳାହାଣ୍ଡି ଅଞ୍ଚଳକୁ ଅନୁନ୍ନତ ଅଞ୍ଚଳ ଭାବରେ ଗଣାଯାଇଥାଏ। ଏହାସତ୍ତ୍ୱେ ବି କଳାହାଣ୍ଡିର ମତଦାତାମାନେ କୌଣସି ରାଜନୈତିକ ଦଳକୁ ଏକଚାଟିଆ ଜିତିବାର ସୁଯୋଗ ଦେଇନାହାନ୍ତି। କଳାହାଣ୍ଡିର ମତଦାତାମାନେ ନିଜକୁ ରାଜଭକ୍ତ ବୋଲି ପ୍ରମାଣିତ କରିଛନ୍ତି। କାରଣ କଳାହାଣ୍ଡି ରାଜପରିବାରର ପ୍ରତାପ କେଶରୀ ଦେଓ ୧୯୫୭ରୁ ୧୯୭୭ ପର୍ଯ୍ୟନ୍ତ ୫ଥର ସ୍ୱତନ୍ତ୍ର ପାର୍ଟି (୪ଥର) ଓ ସ୍ୱାଧୀନ (ଥରେ) ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ବିକ୍ରମ କେଶରୀ ଦେଓ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ୩ଥର ବିଜେପି ଟିକଟରେ ସଂସକୁ ନିର୍ବାଚିତ ହୋଇଥିଲେ। ବିକ୍ରମ କେଶରୀ ଦେଓ ପରେ ତାଙ୍କ ପୁତ୍ର ଅର୍କକେଶରୀ ଦେଓ ୨୦୧୪ରେ ବିଜେଡି ଟିକଟରେ ସଂସଦକୁ ନିର୍ବାଚିତ ହୋଇଥିଲେ।

୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ ନ କରିବାରୁ ସେ ଅସନ୍ତୁଷ୍ଟ ହୋଇ ତାଙ୍କ ପରିବାରର ପୁରୁଣା ଦଳ ବିଜେପିକୁ ଫେରି ଆସିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ବର୍ତ୍ତମାନର ସାଂସଦ ବସନ୍ତ ପଣ୍ଡାଙ୍କୁ ଆଉ ଲୋକସଭା ନିର୍ବାଚନ ଲଢ଼ାଇବ ନାହିଁ ବୋଲି ଦଳୀୟ ସ୍ତରରେ ଚର୍ଚ୍ଚା ଜୋର୍‍ ଧରିଛି। ବସନ୍ତ ପଣ୍ଡା ବିଧାନସଭା ପାଇଁ ଲଢ଼ିବାର ସ୍ଥିର ହୋଇଛି। ତେଣୁ ଆଗାମୀ ନିର୍ବାଚନରେ ଅର୍କକେଶରଙ୍କ ପତ୍ନୀ ମାଳବିକା ଦେବୀ ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ଗତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠାରୁ ୨୬,୮୧୪ ଭୋଟରେ ହାରିଯାଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ପୁଷ୍ପେନ୍ଦ୍ର ଲୋକସଭା ପରିବର୍ତ୍ତେ ବିଧାନସଭା ଲଢ଼ିବା ପାଇଁ ଦଳୀୟ କର୍ତ୍ତୃପକ୍ଷକୁ ଜଣାଇ ଦେଇଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏପରି କ୍ଷେତ୍ରରେ ବିଜେଡିକୁ ନୂଆ ପ୍ରାର୍ଥୀ ଖୋଜିବାକୁ ପଡ଼ିବ। ବର୍ତ୍ତମାନ କଳାହାଣ୍ଡିରେ ବିଜେଡିର ସ୍ଥିତି ଦୋହଲି ଯାଇଛି କହିଲେ ଭୁଲ ହେବ ନାହିଁ। କାରଣ ପୂର୍ବତନ ମନ୍ତ୍ରୀ ଦିବ୍ୟସିଂହ ମିଶ୍ର ବିବାଦରେ ଛନ୍ଦି ହୋଇ ମନ୍ତ୍ରୀପଦ ହରାଇଛନ୍ତି। ଅପରପକ୍ଷରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଆଦିବାସୀ ନେତା ବଳଭଦ୍ର ମାଝୀ ଇତି ମଧ୍ୟରେ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେଇଛନ୍ତି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେଡି ପାଖରେ ପରିଚିତ ଚେହେରା ନାହାନ୍ତି।

ଏଭଳି ସ୍ଥିତିରେ ଦଳ ନୂଆ ମୁହଁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କୁହାଯାଉଛି। ରାଜପରିବାରର ବ୍ୟତୀତ ଆଉ ଜଣେ କଳାହାଣ୍ଡି ଲୋକସଭା ଆସନରୁ ଜନତା ଦଳ, ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରୀୟ) ଓ କଂଗ୍ରେସରୁ ମୋଟ ୩ଥର ସଂସଦକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି, ସେ ହେଲେ ଭକ୍ତ ଚରଣ ଦାସ। ବିଗତ ୩ଟି ନିର୍ବାଚନ ମଧ୍ୟରୁ ସେ ୨୦୦୯ରେ ବିଜୟୀ ହୋଇଥିଲେ ହେଁ ୨୦୧୪ ଓ ୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ। ଆଗାମୀ ନିର୍ବାଚନରେ ଭକ୍ତ ଚରଣ ଦାସ ଲୋକସଭା ପରିବର୍ତ୍ତେ ବିଧାନସଭା ଲଢ଼ିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଯଦି ଏ କଥା ସତ୍ୟ ହୁଏ ତେବେ ବିଜେଡି ଭଳି କଂଗ୍ରେସ ମଧ୍ୟ ନୂଆ ଚେହେରା ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଲୋକସଭା ପାଇଁ ଓଡିଶାର ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କଲା ବିଜେପି, କେବଳ ଘୋଷଣାକୁ ଅପେକ୍ଷା

ଭୁବନେଶ୍ବର: ବର୍ତ୍ତମାନ କେବେ ନିର୍ବାଚନ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ କିଏ ଆଗୁଆ ଲୋକସଭା ପ୍ରାର୍ଥି ଘୋଷଣା କରିବ ସେ ନେଇ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ବନ୍ଦିତା। ଏହା ବିଶେଷ କରି ଜାତୀୟ ରାଜୈନିତକ ଦଳ ଭିତରେ ବେଶୀ ପରିଲକ୍ଷିତ ହୋଇଛି। ଓଡିଶା ଲୋକସଭା ପାଇଁ ଖୁବ ଶିଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି କହିସାରିଛି।

ଏହାପରେ ଅନ୍ୟତମ ଜାତୀୟ ଦଳ ବିଜେପି ମଧ୍ୟ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣା କରୁଛି ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ବିଜେପି ଦେଶର ପ୍ରାୟ ଶହେଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। ସେହି ଅନୁସାରେ ବିଜେପି ଓଡିଶାର ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜଣାପଡିଛି।

ତେବେ ଓଡିଶାର କେଉଁ ପାଞ୍ଚଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ ସେ ନେଇ ରାଜ୍ୟନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ବିଶେଷ କରି ବିଜେପି ନେତାମାନେ ବଡ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ଦିଲ୍ଲୀ ନେତାମାନେ ତାଙ୍କୁ ଟିକେଟ ଦେବେ ନା କାଟିବେ ସେ ନେଇ ସନ୍ଦେହ ମଧ୍ୟରେ ଅଛନ୍ତି। ବିଶେଷ କରି ଯେଉଁମାନେ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି ସେମାନଙ୍କର ଏବେ ନିଦ ହଜିଯାଇଛି।

କେବଳ ବିଜେପି ନେତା ନୁହଁନ୍ତି ଅନ୍ୟଦଳର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। କାରଣ ତାଙ୍କ ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେମାନେ ଅନେଇ ବସିଛନ୍ତି। ତାଙ୍କ ବିରୋଧରେ ଟାଣୁଆ ନେତାଙ୍କୁ ଟିକେଟ ମିଳୁଛି ନା ଦୁର୍ବଳ ପ୍ରାର୍ଥୀ ଲଢେଇ କରିବେ ଅପେକ୍ଷା କରିଛନ୍ତି। ସେହି ଅନୁସାରେ ସେମାନେ ତାଙ୍କର ହିସାବ କିତାବ କରିବେ। ସେହି ଅନୁସାରେ ନିର୍ବାଚନ ପାଣ୍ଠି ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ।

ତେବେ ଦିଲ୍ଲୀ ସୁତ୍ର ଅନୁସାରେ ଓଡିଶାର ଯେଉଁ ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଆଗୁଆ ଘୋଷଣା ହେବ ସେଗୁଡିକ ହେଉଛି ଭୁବନେଶ୍ବର, ପୁରୀ, ବଲାଙ୍ଗିର, ସମ୍ବଲପୁର ଏବଂ ସୁନ୍ଦରଗଡ। ଆଉ ପ୍ରାର୍ଥୀମାନେ ହେଲେ ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର ଏବଂ ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂହଦେଓ।

ସେହିପରି ସମ୍ବଲପୁର ଆସନଟି ବହୁ ଦିନ ହେଲା ଚର୍ଚ୍ଚାରେ ରହିଛି। କାରଣ ସେଠାରୁ ପ୍ରାର୍ଥୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ଧର୍ମେନ୍ଦ୍ର ବହୁ ପୂର୍ବରୁ ସମ୍ବଲପୁରରେ ଡେରା ପକାଇ ବସି ରହିଛନ୍ତି। ସେ ସେଠାରୁ ପ୍ରାର୍ଥୀ ହେବେ ବୋଲି ଚୁଡାନ୍ତ ହୋଇସାରିଛି। ସେହିପରି ସୁନ୍ଦରଗଡରୁ ଜୁଏଲ ଓରାମ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି। କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି ବୋଲି ଜଣାପଡିଛି।

ଏହି ପାଞ୍ଚଟି ଆସନ ବିଜେପିର ପ୍ରଥମ ପସନ୍ଦ ଆସନ ବୋଲି କୁହାଯାଉଛି। କାରଣ ଏହି ଆସନରେ ଦଳ ନିଶ୍ଚିତ ବିଜୟ ଲାଭ କରିବ ବୋଲି ଧରିନେଇଛି। ସେଥିପାଇଁ ବହୁ ପୂର୍ବରୁ ଏହି ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏମାନଙ୍କ ବିରୋଧରେ ବିଜେଡି କେଉଁ ପ୍ରକାରର ପ୍ରାର୍ଥୀ ଦେବ ତାହାକୁ ନେଇ ହାରିବା ଜିତିବା ନିର୍ଭର କରୁଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ରାଜ୍ୟସଭା ନିର୍ବାଚନ: କ୍ରସ୍ ଭୋଟ୍ କରିବେ କି?, ଅଖିଳେଶଙ୍କ ବୈଠକରେ ଯୋଗ ଦେଲେ ନାହିଁ ୬-୭ ଏସପି ବିଧାୟକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଯେଉଁଠାରେ ପ୍ରଥମେ ଜୟନ୍ତ ଚୌଧୁରୀ ଅଖିଳେଶଙ୍କୁ ଛାଡି ଚାଲିଗଲେ। ଏଥି ସହିତ ପଲ୍ଲଭି ପଟେଲ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଯାଇଥିଲେ। ଏହି ସମୟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ୧୦ ଜଣ ସମାଜବାଦୀ ପାର୍ଟି ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ଚାଲିଛି। ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଏସପି ଆଜି ଏକ ବୈଠକ ଡାକିଛି। ଯେଉଁଥିରେ ୬-୭ ବିଧାୟକ ଉପସ୍ଥିତ ନଥିଲେ। ସୂଚନାନୁସାରେ, ଏହି ବିଧାୟକମାନେ କ୍ରସ୍ ଭୋଟିଂ କରିପାରନ୍ତି।

ୟୁପିର ୧୦ ଟି ରାଜ୍ୟସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ବିଜେପି ୭ ଟି ଆସନରେ ଏବଂ ଏସପି ୩ ଟି ଆସନରେ ପ୍ରାର୍ଥୀ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସସଞ୍ଜୟ ସେଠଙ୍କ ରୂପରେ ଅଷ୍ଟମ ପ୍ରାର୍ଥୀ ଓହ୍ଲାଇ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ରାଜ୍ୟସଭା ନିର୍ବାଚନରେ ​​ଏସପି ଜୟା ବଚ୍ଚନ, ଆଲୋକ ରଂଜନ ଏବଂ ରାମଜୀ ସୁମନଙ୍କୁ ପ୍ରାର୍ଥୀ କରିଛି।

ତେବେ ଏସପି ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ଯୋଗ ଦେଇ ନଥିବା ବିଧାୟକମାନେ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି। କିନ୍ତୁ ବିଜେପି ଦାବି କରିଛି ଯେ, ଅନେକ ବିଧାୟକ ସେମାନଙ୍କ ସହ ସମ୍ପର୍କରେ ଅଛନ୍ତି। ବିଜେପି ରାଜ୍ୟ ସଭାପତି ଗଣମାଧ୍ୟମରେ ଦାବି କରିସାରିଛନ୍ତି ଯେ, ଅନେକ ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି ଏବଂ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ୟୁପି ରାଜ୍ୟସଭା ନିର୍ବାଚନରେ ​​କିପରି କିଙ୍ଗମେକର ହେଲେ ରାଜା ଭାୟା?, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ଫେବୃଆରୀ ୨୭ ତାରିଖରେ ଉତ୍ତରପ୍ରଦେଶର ୧୦ ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରୁ ବିଜେପିର ୮ ଜଣ ପ୍ରାର୍ଥୀ ଏବଂ ସମାଜବାଦୀ ପାର୍ଟିର ୩ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ୭ ଜଣ ବିଜେପି ପ୍ରାର୍ଥୀଙ୍କ ବିଜୟ ସ୍ଥିର ହୋଇସାରିଛି। ତେବେ ଏଠାରେ ଅଷ୍ଟମ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ବିଜେପି ନିର୍ବାଚନକୁ ଆକର୍ଷଣୀୟ କରିଛି। ଏହି କାରଣରୁ ଜନସତ୍ତା ଦଳ ଲୋକତାନ୍ତ୍ରିକ (ଜେଡିଏଲ୍) ସଭାପତି ରାଜ ଭାୟା କିଙ୍ଗମେକର ଭୂମିକାରେ ଆସିଛନ୍ତି।

ସେପଟେ ରାଜା ଭାୟା ସ୍ପଷ୍ଟ କରିଛନ୍ତି ଯେ, ସେ ବିଜେପି ସହିତ ଛିଡା ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଲୋକ ଭବନରେ ପହଞ୍ଚିଥିବା ରାଜ ଭାୟା କହିଛନ୍ତି ଯେ, ତାଙ୍କର ଉଭୟ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏହି କାରଣରୁ ବିଜେପିର ସମସ୍ତ ଆଠ ଜଣ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଏ।

ଭୋଟର ଗଣିତ କ’ଣ?:

ବର୍ତ୍ତମାନ ଏନଡିଏରେ ମୋଟ ୨୭୭ ଭୋଟ୍ ଅଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ୩୭ ଭୋଟ କୋଟା ବଣ୍ଟନ କରିବା ପରେ ଆଉ ୧୮ ଟି ଭୋଟ୍ ବଳିବ। ଏହା ବ୍ୟତୀତ ଆରଏଲଡିର ୯ ଟି ଭୋଟ୍ ମଧ୍ୟ ଏନଡିଏ ସହିତ ଅଛି। ଏଥିସହିତ ବର୍ତ୍ତମାନ ରାଜ ଭାୟାଙ୍କ ଉଭୟ ଭୋଟ୍ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ଆକାଉଣ୍ଟକୁ ଯିବ।

ସମାଜବାଦୀ ପାର୍ଟିର ତୃତୀୟ ଆସନ ଅଟକି ରହିଛି:

ବିଜେପିକୁ ରାଜା ଭାୟାଙ୍କ ସମର୍ଥନ ପରେ ଅଖିଳେଶ ଯାଦବଙ୍କ ଚିନ୍ତା ବଢିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ମଧ୍ୟ ତୃତୀୟ ସିଟରେ ଅସୁବିଧାର ସମ୍ମୁଖୀନ ହୋଇଛି। ସମାଜବାଦୀ ପାର୍ଟିରେ ମୋଟ ୧୦୮ ଭୋଟ୍ ରହିଛି। ଯଦି କଂଗ୍ରେସ ସହ ମେଣ୍ଟ ଘୋଷଣା କରାଯାଇଛି, ତା’ହେଲେ ଏହାର ୨ ଭୋଟ୍ ମଧ୍ୟ ଏସପି ଆକାଉଣ୍ଟକୁ ଯିବ। ତଥାପି, ଏହାର ତିନୋଟି ପ୍ରାର୍ଥୀ ଜିତିବା ପାଇଁ ତଥାପି ଆଉ ଏକ ଭୋଟ୍ ଆବଶ୍ୟକ ହେବ।

ନିକଟରେ ପଲ୍ଲବୀ ପଟେଲ ସମାଜବାଦୀ ପାର୍ଟି ଉପରେ ଅସନ୍ତୁଷ୍ଟ ଥିଲେ। ଏଭଳି ପରିସ୍ଥିତିରେ ଯଦି ସେ ଏସପି ପ୍ରାର୍ଥୀଙ୍କୁ ଭୋଟ୍ ନ ଦିଅନ୍ତି, ତେବେ ଏସପି କୁ ୨ ଭୋଟ୍ ଦରକାର ହେବ। ଏଥି ସହ ଦୁଇଜଣ ବିଧାୟକ ଜେଲରେ ଅଛନ୍ତି। ଯଦି ତାଙ୍କୁ ଭୋଟ୍‌ରେ ଭାଗ ନେବାକୁ ଅନୁମତି ଦିଆନଯାଏ, ତେବେ ଏସପିକୁ ୪ ଟି ଭୋଟ୍ ଆବଶ୍ୟକ ହେବ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ରାଜ୍ୟସଭା ନିର୍ବାଚନ ସମୟରେ ରାଜା ଭାୟା ଜଣେ କିଙ୍ଗ ମେକର ଭାବରେ ଉଭା ହୋଇଛନ୍ତି। ଏହାପୂର୍ବରୁ ୨୦୧୮ରେ ମଧ୍ୟ ଏଭଳି ପରିସ୍ଥିତି ଉପୁଜିଥିଲା। ସେତେବେଳେ ଏସପି ଦ୍ୱିତୀୟ ଆସନରୁ ଜୟା ବଚ୍ଚନ ଏବଂ ବିଏସପିର ଭୀମ ରାଓ ଆମ୍ବେଦକରଙ୍କୁ ସମର୍ଥନ ଘୋଷଣା କରିଥିଲା। ସେତେବେଳେ ସେ ଏସପି ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ଏହି ସଭାରେ ରାଜା ଭାୟା ମଧ୍ୟ ଯୋଗ ଦେଇଥିଲେ।

ଏହି ବୈଠକରେ ଅଖିଳେଶ ଯାଦବ ଦଳର ବିଧାୟକ ତଥା ରାଜ ଭାୟାଙ୍କୁ ବିଏସପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଥିଲେ। ତେବେ ସେ ଜୟା ବଚ୍ଚନଙ୍କୁ ଗୋଟିଏ ଭୋଟ୍ ଦେଇଥିବା ବେଳେ ଅନ୍ୟଟି ବିଏସପି ପ୍ରାର୍ଥୀ ବଦଳରେ ବିଜେପି ପ୍ରାର୍ଥୀଙ୍କୁ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ କଂଗ୍ରେସକୁ ବଡ ଝଟକା, ବିଜେପିରେ ଯୋଗ ଦେଲେ ସାଂସଦ ଗୀତା କୋଡା

ନୂଆଦିଲ୍ଲୀ: ଆଜି ଝାଡଖଣ୍ଡରେ କଂଗ୍ରେସ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଏକମାତ୍ର ସାଂସଦ ଗୀତା କୋଡା ବିଜେପିରେ ଯୋଗ ଦେଇଛନ୍ତି। ଗୀତା କୋଡା ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଏବଂ ବିରୋଧୀ ଦଳର ନେତା ଅମର ବାଉରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଗୀତା କୋଡା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ। ଗୀତା କୋଡା ସିଂହଭୂମର ସାଂସଦ ଅଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କନ୍ଧମାଳ ଲୋକସଭା: ବିଜଦର ଆଧିପତ୍ୟ ଜାରୀ ଭାଜପା ବଢ଼ୁଛି, କଂଗ୍ରେସ ଖସୁଛି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ର ଦଶପଲ୍ଲା, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ଫୁଲବାଣୀ, ବାଲିଗୁଡ଼ା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନକୁ ଗଠିତ କନ୍ଧମାଳ ଲୋକସଭା ଆସରେ ବିଗତ ୪ଟି ନିର୍ବାଚନ (୨୦୧୪ରେ ଉପନିର୍ବାଚନ)ରେ ବିଜଦ ପ୍ରାର୍ଥୀମାନେ ସହଜ ବିଜୟ ହାସଲ କରିଛନ୍ତି। ଭାଜପା ଏଠାରେ କ୍ରମାଗତ ଭାବରେ ନିଜର ଭୋଟ ହାର ବୃଦ୍ଧି କରିପାରିଥିବାବେଳେ କଂଗ୍ରେସର ଭୋଟ ହାର କମିବାରେ ଲାଗିଛି। ତେଣୁ ସେହି ଦୃଷ୍ଟିରୁ ବିଜଦର ସାଂସଦ ଅଚ୍ୟୁତ ସାମନ୍ତ ୨୦୨୪ ନିର୍ବାଚନରେ ପୁଣିଥରେ ପ୍ରାର୍ଥୀ ହୋଇପାରନ୍ତି। କିନ୍ତୁ ଲୋକସଭାରେ ୩୭୦ ପାର୍‍ ଲକ୍ଷ୍ୟ ରଖିଥିବା ଭାପା ଏଠାରୁ କାହାକୁ ଲଢ଼ାଇବ ତାହା ସ୍ଥିର ହୋଇନାହିଁ। କଂଗ୍ରେସର ମଧ୍ୟ ପ୍ରାର୍ଥୀ ଖୋଜା ଚାଲିଛି।

ବିଗତ ୩ଟି ନିର୍ବାଚନରେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜଦ କନ୍ଧମାଳ ଲୋକସଭା ଆସନରୁ ଲଗାତାର ବିଜୟୀ ହୋଇଥିଲେ ହେଁ ୩ଥର ଯାକ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିଛି। ୨୦୦୯ରେ ବିଜଦ ପ୍ରାର୍ଥୀ ରୁଦ୍ରମାଧବ ରାୟ ୩,୧୫,୩୧୪ ଭୋଟ ପାଇଥିଲାବେଳେ ୨୦୧୪ରେ ୪,୨୧,୪୫୮ ଭୋଟ ପାଇଥିଲାବେଳେ ତାଙ୍କ ପରଲୋକ ପରେ ତାଙ୍କ ପତ୍ନୀ ଦଳୀୟ ପ୍ରାର୍ଥୀ ହୋଇ ଉପନିର୍ବାଚନରେ ୪,୭୭,୫୨୯ ଭୋଟ ପାଇଥିଲେ । ୨୦୧୯ରେ ବିଜଦ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। କିଟ୍‍ ସଂସ୍ଥାପକ ଅଚ୍ୟୁତ ସାମନ୍ତଙ୍କୁ ବିଜଦ ପ୍ରାର୍ଥୀ କରିଥିଲା, ଲକ୍ଷ୍ୟଥିଲା ସେ କନ୍ଧମାଳ ଅଞ୍ଚଳର ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ କିସ୍‍ ଅନୁଷ୍ଠାନରେ ପଢ଼ାଉଥିବାରୁ ସେ ସହଜରେ ବିଜୟ ଲାଭ କରିବେ। ତାହାହିଁ ହେଲା। ଅଚ୍ୟୁତ ସାମନ୍ତ ୪,୬୧,୬୨୯ ଭୋଟ ପାଇ ୧,୪୯,୨୧୬ ଭୋଟରେ ଭାଜପାର ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କୁ ପରାଜିତ କରିଥିଲେ। ବିଭିନ୍ନ ସର୍ଭେ ରିପୋର୍ଟ ଅନୁସାରେ ବିଜଦର ଲୋକପ୍ରିୟତା ହ୍ରାସ ପାଉଥିବାରୁ ଦଳ ପ୍ରାର୍ଥୀ ପରିବର୍ତ୍ତନର ପଦକ୍ଷେପ ନେଇ ନ ପାରେ। ତେଣୁ ଆପାତତଃ ବିଜଦ ପୁଣିଥରେ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନରେ ପ୍ରାର୍ଥୀ କରିପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ବିଗତ ୩ଟି ନିର୍ବାଚନରେ ନିଜର ଭୋଟ ପରିମାଣ ବୃଦ୍ଧି କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ଭାଜପା କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳୀୟ ନେତୃତ୍ୱ ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ଗତ ଥରର ଭାଜପା ପ୍ରାର୍ଥୀ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ତାଙ୍କ ପୁରୁଣା ଆସନ ବାଲେଶ୍ୱରରୁ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିସାରିଛନ୍ତି। କିନ୍ତୁ ସେଠାରେ ପ୍ରତାପ ଷଡ଼ଙ୍ଗୀ ଥିବାରୁ ତାଙ୍କୁ ପରିବର୍ତ୍ତନ କରିବା ଦଳୀୟ ନେତୃତ୍ୱଙ୍କ ପାଇଁ କଷ୍ଟକର ବ୍ୟାପାର। ଫଳରେ କନ୍ଧମାଳ ଆସନ ପାଇଁ ଭାଜପାରୁ କିଏ ପ୍ରାର୍ଥୀ ହେବ ଜଣାପଡ଼ୁନାହିଁ। କିନ୍ତୁ ପ୍ରାର୍ଥୀ ହେବା ପାଇଁ ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କ ସମେତ ପୂର୍ବତନ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ନାମ ଶୁଣାଯାଉଛି।

କନ୍ଧମାଲ ଲୋକସଭା ଆସନ ଗଠନ ପରଠାରୁ ବିଜୟ ହାସଲ କରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ତା’ର ସ୍ଥିତିରେ ଉନ୍ନତି କରିବା ପରିବର୍ତ୍ତେ ଅବନ୍ନତି କରିବାରେ ଲାଗିଛି। ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୦ରେ କଂଗ୍ରେସ ପ୍ରାର୍ଥୀ ସୁଜିତ୍‍ କୁମାର ପାଢ଼ୀ ୧,୬୪,୩୦୭ ଭୋଟ ପାଇଥିଲାବେଳେ ୨୦୧୪ରେ ହରିହର କରଣ ୨,୪୦, ୪୧୧ ଭୋଟ ପାଇଥିଲେ, ୨୦୧୪ ଉପନିର୍ବାଚନରେ ଅଭିମନ୍ୟୁ ବେହେରା ସବୁଠାରୁ କମ୍‍ ୯୦, ୫୩୬ ଭୋଟ ପାଇଥିଲେ। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ୧,୩୮,୯୯୩ ଭୋଟ ପାଇଥିଲେ। କଂଗ୍ରେସର ପ୍ରାର୍ଥୀ ପ୍ରତିଥର ବଦଳୁ ଥିବାରୁ ଆଗାମୀ ନିର୍ବାଚନରେ କିଏ ଏଠାରୁ ପ୍ରାର୍ଥୀ ହେବ କହିବା ମୁସ୍କିଲ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୀଘ୍ର ଭେଟିବେ ଜୟନ୍ତ ଚୌଧୁରୀ: ଆଜି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଆରଏଲଡି ବିଧାୟକଙ୍କ ବୈଠକ!

ନୂଆଦିଲ୍ଲୀ: ନବରତ୍ନ ଅର୍ଥାତ୍ ରାଷ୍ଟ୍ରିୟ ଲୋକ ଦଳର ୯ ଜଣ ବିଧାୟକ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ। ଲକ୍ଷ୍ନୌରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଏହି ବୈଠକରେ କେବଳ ରାଜ୍ୟସଭା ନିର୍ବାଚନ ଉପରେ ଧ୍ୟାନ ଦିଆଯିବ। ଏହି ସପ୍ତାହରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସମ୍ଭବ ଏବଂ ଏହା ପରେ ଆରଏଲଡି-ବିଜେପି ମେଣ୍ଟ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ଏସପି ମେଣ୍ଟରୁ ଅଲଗା ହେବା ପରେ ଜୟନ୍ତ ଚୌଧୁରୀ ବିଜେପି ସହ ଯିବେ ବୋଲି ସ୍ପଷ୍ଟ କରିଛନ୍ତି, କିନ୍ତୁ ଜୟନ୍ତ ଚୌଧୁରୀଙ୍କ ସହ ମେଣ୍ଟ ସମ୍ପର୍କରେ ବିଜେପି ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ମଥୁରାରେ ଅନୁଷ୍ଠିତ ବୈଠକରେ ଜୟନ୍ତଙ୍କ ବିଧାୟକମାନେ ମଧ୍ୟ ସମାନ ପ୍ରଶ୍ନ ଉଠାଇ ସୋସିଆଲ ମିଡିଆରେ ଚାଲିଥିବା ଖବର ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହା ଉପରେ ଜୟନ୍ତ ଚୌଧୁରୀ ବିଧାୟକମାନଙ୍କୁ କହିଛନ୍ତି ଯେ, ସବୁ ଠିକ୍ ଅଛି, କୌଣସି ସ୍ଥାନରେ ବି ଅସୁବିଧା ନାହିଁ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଯାଉଛନ୍ତି ଏବଂ ସେ କେଉଁଠାରେ ନିର୍ବାଚନ ଲଢିବେ ତାହା ଜଣାଇବେ।

ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ମଥୁରା ବାସଭବନରେ ତାଙ୍କ ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ଯଦିଓ ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, ତଥାପି ରାଜ୍ୟସଭା ନିର୍ବାଚନ ଉପରେ ​​ମୁଖ୍ୟ ଧ୍ୟାନ ରହିଥିଲା। ଏହା ପରେ ଆସନ୍ତାକାଲି ଲକ୍ଷ୍ନୌରେ ସିଏମ ଯୋଗୀଙ୍କ ସହ ସାକ୍ଷାତ ସମ୍ପର୍କରେ ବିଧାୟକମାନଙ୍କୁ ସୂଚନା ଦିଆଯାଇଥିଲା। ଆଜି ସକାଳ ୧୧ ଟାରେ ଲୋକ ଭବନରେ ଏହି ସଭା ଅନୁଷ୍ଠିତ ହେବ।

ଆରଏଲଡି ବିଧାୟକ ଦଳର ନେତା ରାଜପାଲ ବାଲିଆନଙ୍କ ନେତୃତ୍ୱରେ ଆରଏଲଡି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବେ। ଏହା ଏକତାର ଏକ ରୂପ ଭାବରେ ଦେଖାଯାଉଛି ଏବଂ ଆରଏଲଡି ମଧ୍ୟ ବାର୍ତ୍ତା ଦେବାକୁ ଚେଷ୍ଟା କରିବ ଯେ, ଦଳର କୌଣସି ବିଧାୟକ ଅସନ୍ତୁଷ୍ଟ ନାହାଁନ୍ତି କିମ୍ବା ତାଙ୍କ ମନରେ ଆଉ କିଛି ନାହିଁ। ମଥୁରା ବୈଠକରେ ସୂଚନା ଦେବା ପରେ ଆରଏଲଡି କାର୍ଯ୍ୟାଳୟରୁ ବିଧାୟକମାନଙ୍କୁ ସମୟ ପୂର୍ବରୁ ଲୋକ ଭବନରେ ପହଞ୍ଚିବା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ପାଇଁ ଏକ ଫୋନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଏସପିରୁ ଇସ୍ତଫା ଦେଲେ ସାଂସଦ ରିତେଶ ପାଣ୍ଡେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିଥିଲେ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ: ମାୟାବତୀ ନେତୃତ୍ୱାଧୀନ ବିଏସପି ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ୟୁପିର ଆମ୍ବେଦକର ନଗର ଆସନରୁ ଲୋକସଭା ସାଂସଦ ରିତେଶ ପାଣ୍ଡେ ଆଜି ବହୁଜନ ସମାଜ ପାର୍ଟି (ବିଏସପି) ରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା। ରିତେଶ ପାଣ୍ଡେ ଆଜି ବିଜେପିରେ ଯୋଗ ଦେଇ ପାରନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ତାମିଲନାଡୁରେ ହେଲା I.N.D.I.A ର ଆସନ ବୁଝାମଣା, ଜାଣନ୍ତୁ କିପରି ହେଲା ଚୁକ୍ତି?

ନୂଆଦିଲ୍ଲୀ: ତାମିଲନାଡୁର ଶାସକ ଡିଏମକେ ଶନିବାର ଦିନ ଏହାର ଦୁଇ ସହଯୋଗୀଙ୍କୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପ୍ରଦାନ କରିଛି। ଡିଏମକେ ବିରୋଧୀ ଦଳ ‘I.N.D.I.A’ର ଏକ ଅଂଶ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସହଯୋଗୀମାନଙ୍କ ସହ ଆସନ ବାଣ୍ଟିବା ଆଲୋଚନା ଆରମ୍ଭ ହେବାର ସପ୍ତାହେ ପରେ ଡିଏମକେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ସହଯୋଗୀ ଦଳର ନେତାମାନେ ପାର୍ଟି ମୁଖ୍ୟାଳୟ ‘ଆନ୍ନା ଅରିଭଲୟମ’ରେ ସିଟ୍ ବଣ୍ଟନ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମୁଖ୍ୟ ବିରୋଧୀ ଦଳ AIADMK ଏବଂ ବିଜେପି ଏପର୍ଯ୍ୟନ୍ତ ସେମାନଙ୍କର ସହଯୋଗୀ ଘୋଷଣା କରିନାହାଁନ୍ତି।

ଡିଏମକେର ଦୀର୍ଘ ଦିନର ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) କୁ ଦକ୍ଷିଣ ତାମିଲନାଡୁର ରାମନାଥପୁରମ୍ ଆସନ ଦିଆଯାଇଥିବାବେଳେ କେଏମଡିକେ କୁ ନମକ୍କଲ ଆସନ ଦିଆଯାଇଛି। IUML ର ଜାତୀୟ ସଭାପତି କେ ଏମ କାଦର ମୋହିଦ୍ଦିନ କହିଛନ୍ତି ଯେ, ରାମନାଥପୁରମର ତାଙ୍କ ଦଳର ସାଂସଦ ନବାସ କାନୀଙ୍କୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପୁନର୍ବାର ପ୍ରାର୍ଥୀ କରାଯିବ।

ରାଜ୍ୟସଭା ଆସନ ଉପରେ କୌଣସି ଆଲୋଚନା ହୋଇନାହିଁ:

ମୋହିଦ୍ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ ବାଣ୍ଟିବା ସମୟରେ ତାଙ୍କ ଦଳ ଡିଏମକେରୁ ଗୋଟିଏ ରାଜ୍ୟସଭା ଆସନ ମାଗିଥିଲା। ତେବେ ଆସନ ବାଣ୍ଟିବା ପ୍ରକ୍ରିୟା କେବଳ ଲୋକସଭା ନିର୍ବାଚନରେ ​​ସୀମିତ ଏବଂ ରାଜ୍ୟସଭା ନିର୍ବାଚନ ସହ ଜଡିତ ପ୍ରଶ୍ନ ପରେ ଉପଯୁକ୍ତ ସମୟରେ ଉଠାଯାଇପାରିବ ବୋଲି ଡିଏମକେ କହିଛି। ୨୦୧୯ ଲୋକସଭା ନିର୍ବାଚନରେ ​​ଉଭୟ IUML ଏବଂ KMDK କୁ ସମାନ ଆସନ ବଣ୍ଟନ କରାଯାଇଥିଲା।

କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହ ଆଲୋଚନା ବିଚାରାଧୀନ:

କେଏମଡିକେ ସାଧାରଣ ସମ୍ପାଦକ ଇଶ୍ଵରନ କହିଛନ୍ତି ଯେ, ତାଙ୍କ ଦଳ ଦ୍ୱାରା ମନୋନୀତ ପ୍ରାର୍ଥୀ ଡିଏମକେର ନିର୍ବାଚନ ଚିହ୍ନ ‘ସୂର୍ଯ୍ୟ ଉଦୟ’ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଶା କରାଯାଉଛି ଯେ, ଡିଏମକେ ଖୁବ ଶୀଘ୍ର କଂଗ୍ରେସ, ଭିସିକେ ଏବଂ ବାମ ଦଳ ସମେତ ଅନ୍ୟ ସହଯୋଗୀମାନଙ୍କ ସହ ଆସନ ବୁଝାମଣା ଚୂଡାନ୍ତ କରିବ।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟରେ ଭରୁଚ ଆସନ ହରାଇଲା କଂଗ୍ରେସ: ଜାଣନ୍ତୁ କ’ଣ କହିଲେ ଅହମ୍ମଦ ପଟେଲଙ୍କ ଝିଅ

ନୂଆଦିଲ୍ଲୀ: ଗୁଜରାଟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆସନ ବାଣ୍ଟିବା ନେଇ ବୁଝାମଣା ହେଇଛି। ଏହାକୁ ନେଇ ଦିବଙ୍ଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଝିଅ ମୁମତାଜ ପଟେଲ ନିରାଶ ବ୍ୟକ୍ତ କରିଛନ୍ତି। ଏହି ଅସନ୍ତୋଷ କଂଗ୍ରେସର ପାରମ୍ପାରିକ ଗଡ଼ ଭରୁଚ ଆସନ AAP ହାତରେ ଧରାଇବା କାରଣରୁ ଘଟିଛି। ଲୋକସଭା ନିର୍ବାଚନରେ ​​ଶାସକ ଭାରତୀୟ ଜନତା ପାର୍ଟି ବିରୋଧରେ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଥିବାରୁ ଗୁଜୁରାଟ ସମେତ ଅନେକ ରାଜ୍ୟରେ ଆସନ ବାଣ୍ଟିବା ନେଇ କଂଗ୍ରେସ ଏବଂ ଏଏପି ଚୁକ୍ତି ଶେଷ କରିଛନ୍ତି।

ଅସନ୍ତୋଷ ବ୍ୟକ୍ତ କରି ମୁମତାଜ ପଟେଲ ଲେଖିଛନ୍ତି ଯେ, “ମେଣ୍ଟରେ ଭରୁଚ ଲୋକସଭା ଆସନ ସୁରକ୍ଷିତ କରିପାରି ନ ଥିବାରୁ ଆମ ଜିଲ୍ଲା କ୍ୟାଡରଙ୍କୁ ମୁଁ ଗଭୀର କ୍ଷମା ପ୍ରାର୍ଥନା କରୁଛି। ମୁଁ ଆପଣଙ୍କ ନିରାଶାକୁ ବୁଝିପାରୁଛି। ଆମେ ଏକାଠି ଆସିବା ଏବଂ’ କଂଗ୍ରେସକୁ ମଜବୁତ କରିବା। ଅହମ୍ମଦ ପଟେଲଙ୍କ ୪୫ ବର୍ଷର ଉତ୍ତରାଧିକାରୀକୁ ବ୍ୟର୍ଥ ହେବାକୁ ଦେବୁ ନାହିଁ। ”

ପ୍ରକାଶ ଯେ, ବିଜେପି କ୍ରମାଗତ ସାତଥର ଭରୁଚ ଆସନ ବଜାୟ ରଖିଛି ଏବଂ ଏହାକୁ ବିରୋଧୀ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷେତ୍ର କରିପାରିଛି। ଅନେକ ମାସ ଧରି ଚର୍ଚ୍ଚା ଚାଲିଥିଲା ​​ଯେ, ଅହମ୍ମଦ ପଟେଲଙ୍କ ସନ୍ତାନ ଫୈସଲ ପଟେଲ କିମ୍ବା ମୁମତାଜ ପଟେଲ ବିଜେପିକୁ ଚ୍ୟାଲେଞ୍ଜ କରିବେ।

ଏହି ଆସନ ବଣ୍ଟନ ବ୍ୟବସ୍ଥା କେବଳ ମୁମତାଜ ପଟେଲ ଏବଂ କଂଗ୍ରେସର ଜିଲ୍ଲା କ୍ୟାଡରଙ୍କୁ ନିରାଶ କରିନାହିଁ, ବରଂ ଦଳ ଭିତରେ ଚିନ୍ତା ବଢାଇଛି। ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ଗୁଜୁରାଟର ଭରୁଚ ଏବଂ ଭାବନଗରରୁ ନିର୍ବାଚନ ଲଢିବ। ଆଞ୍ଚଳିକ ଦଳଗୁଡିକ ଏକ ବୃହତ ଅଂଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିରୋଧୀ ଦଳ ‘INDIA’ ପାଇଁ ଆସନ ବଣ୍ଟନ ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ଵାନ ଅଟେ। ତିନୋଟି ପ୍ରମୁଖ ରାଜ୍ୟରେ ସାମ୍ପ୍ରତିକ ନିର୍ବାଚନରେ ​​ବିଫଳତା ଆଞ୍ଚଳିକ ଶକ୍ତିମାନଙ୍କୁ ସେମାନଙ୍କର ପ୍ରଭାବ ପ୍ରୟୋଗ କରିବାକୁ ଉତ୍ସାହିତ କରିଛି, ଯାହା ଆସନ ବାଣ୍ଟିବା ବୁଝାମଣାକୁ ଅଧିକ କଷ୍ଟସାଧ୍ୟ କରିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଇଡି ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ରାୟର ପ୍ରଭାବ କ’ଣ ପଡ଼ିବ?, ନିର୍ବାଚନ ପୂର୍ବରୁ ବଢ଼ିବ ବିରୋଧୀ ଦଳର ସମସ୍ୟା!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ସୁପ୍ରିମକୋର୍ଟ ଇଡି ତଦନ୍ତକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ଇଡିର ରାଡାରରେ ଥିବା ବିରୋଧୀ ଦଳର ନେତାଙ୍କ ଅସୁବିଧା ବଢ଼ାଇବ। ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମନି ଲଣ୍ଡରିଂ ମାମଲାର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସହଯୋଗ କରିବା ଉଚିତ।

ବେଆଇନ ବାଲି ଉତ୍ତୋଳନ ମାମଲାରେ ତାମିଲନାଡୁର ୫ ଜଣ ଜିଲ୍ଲାପାଳଙ୍କୁ ସମନ କରିବାକୁ ଇଡିକୁ ରୋକ୍ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏହି ମନ୍ତବ୍ୟ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକରେ ଚାଲିଥିବା ତଦନ୍ତକୁ ପ୍ରଭାବିତ କରିପାରେ।

ଇଡିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିରୋଧୀ ଦଳ

ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଆହୁରି ଶକ୍ତିଶାଳୀ କରିବ। ବାସ୍ତବରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଟିଏମସି ଏବଂ ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତାମାନେ କେନ୍ଦ୍ର ଉପରେ ଇଡିର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଇଡି ଓ ସିବିଆଇ ତଦନ୍ତ ମାଧ୍ୟମରେ କେନ୍ଦ୍ର ସରକାର ସେମାନଙ୍କ ସ୍ୱରଦମନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଇଡି କେନ୍ଦ୍ରର ନିର୍ଦ୍ଦେଶରେ ତଦନ୍ତ କରି ସେମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲରେ ରଖିଛି। ଏଭଳି ସ୍ଥିତିରେ ଏବେ ସୁପ୍ରିମକୋର୍ଟ ଇଡି ତଦନ୍ତକୁ ନେଇ ସକାରାତ୍ମକ ମନ୍ତବ୍ୟ ଦେଇଥିବାରୁ ବିରୋଧୀ ଦଳଗୁଡ଼ିକ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ।

୮ ବଡ଼ ବିରୋଧୀ ନେତା, ଯେଉଁମାନଙ୍କ ଉପରେ ଇଡି କଡ଼ା ନଜର ରଖିଛି

ନିକଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ଜମି ଦୁର୍ନୀତି ମାମଲାରେ ସୋରେନ ହେଉଛନ୍ତି ୧୫ତମ ଅଭିଯୁକ୍ତ। ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଦିଲ୍ଲୀ ସରକାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ୨୦୨୨ ଫେବୃଆରୀରେ ଇଡି ଗିରଫ କରିଥିଲା। ତାଙ୍କୁ ମଦ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କରାଯାଇଛି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ପଠାଇଛି। କେଜ୍ରିଓ୍ଵାଲଙ୍କୁ ଫେବ୍ରୁଆରି ୨୬ରେ ହାଜର ହେବାକୁ କୁହାଯାଇଛି। ଇଡି କେଜ୍ରିଓ୍ଵାଲଙ୍କୁ ୬ଟି ସମନ ପଠାଇସାରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୌଣସି ନା କୌଣସି କାରଣରୁ ଇଡି ନିକଟରେ ହାଜର ହୋଇନାହାନ୍ତି।

ଆମ୍ ଆଦମୀ ପାର୍ଟିର ଆଉ ଜଣେ ନେତା ସଞ୍ଜୟ ସିଂହଙ୍କୁ ଇଡି ଅକ୍ଟୋବର ୪ରେ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ଦୁର୍ନୀତିରେ ମଧ୍ୟ ତାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଦିନେଶ ଅରୋରା ନାମକ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି, ଯେଉଁକାରଣରୁ ସଞ୍ଜୟ ସିଂହ ଜେଲରୁ ବାହାରି ପାରୁନାହାନ୍ତି।
ଆମ୍ ଆଦମୀ ପାର୍ଟି ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ଗତ ବର୍ଷ ମେ ୩୦ତାରିଖରେ ଇଡି ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ତାଙ୍କ ସହ ସମ୍ପୃକ୍ତ ଥିବା ୪ଟି କମ୍ପାନି ଜରିଆରେ ମନି ଲଣ୍ଡରିଂ ଅଭିଯୋଗ ଆସିଛି।

ତୃଣମୂଳ କଂଗ୍ରେସର ପୂର୍ବତନ ନେତ୍ରୀ ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମାଲକିଙ୍କୁ ଇଡି ଅକ୍ଟୋବର ୩୦ରେ ଗିରଫ କରିଥିଲା। କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ହେଉଛନ୍ତି ଅଭିଷେକ ବାନାର୍ଜୀ। ନଭେମ୍ବର ୯ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ବେଙ୍ଗଲ ସ୍କୁଲ ନିଯୁକ୍ତି ଦୁର୍ନୀତିର ତଦନ୍ତ ସଂକ୍ରାନ୍ତରେ ପଚରାଉଚରା କରିଥିଲା। ପ୍ରାଥମିକ ବିଦ୍ୟାଳୟ ଚାକିରି ଦୁର୍ନୀତିର ମନି ଟ୍ରେଲ୍ ତଦନ୍ତରେ ତାଙ୍କୁ ଏଜେନ୍ସି ପଚରାଉଚରା କରିଥିଲା।

ଆରଜେଡି ନେତା ତଥା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ମଧ୍ୟ ଇଡି ରାଡାରରେ ଅଛନ୍ତି । ନିକଟରେ ଜମି ପାଇଁ ଚାକିରି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ୧୦ ଘଣ୍ଟା ଧରି ପଚରାଉଚରା କରିଥିଲା। କୁହାଯାଉଛି ଯେ ଇଡି ଟିମ୍ ୬୦ରୁ ଅଧିକ ପ୍ରଶ୍ନର ତାଲିକା ପ୍ରସ୍ତୁତ କରିଛି। ପୂର୍ବରୁ ଏହି ମାମଲାରେ ଲାଲୁ ଯାଦବଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା।

କ’ଣ କହିଲେ ସୁପ୍ରିମକୋର୍ଟ?

ଶୁଣାଣି ଆରମ୍ଭରେ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଓ ଜଷ୍ଟିସ୍ ପଙ୍କଜ ମିତ୍ତଲଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଥିଲେ, ରାଜ୍ୟ ସରକାର ଏହି ରିଟ୍ ପିଟିସନ୍ କିପରି ଦାଖଲ କରିପାରିବେ? କେଉଁ ଆଇନ ଅନୁଯାୟୀ ଆପଣ ଆମକୁ ସନ୍ତୁଷ୍ଟ କରନ୍ତୁ ଯେ ରାଜ୍ୟ କେଉଁ ସ୍ୱାର୍ଥରେ ଅଛି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ଏହି ରିଟ୍ ପିଟିସନ କିପରି ଦାଖଲ କରିପାରିବ। ତାମିଲନାଡୁ ସରକାର କହୁଛନ୍ତି ଯେ ଯଦି ଇଡିର ତଦନ୍ତ ଠିକ୍ ଭାବେ ହେଉନାହିଁ, ତା’ହେଲେ ନିଜ ଅଧିକାରୀମାନଙ୍କୁ ଏଥିରୁ ରକ୍ଷା କରିବା ଉଚିତ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯାହା ହେଉ ନା କାହିଁକି, ରାଜ୍ୟ ଇଡି ତଦନ୍ତରେ ସହଯୋଗ କରିବା ଉଚିତ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ରାହୁଲଙ୍କ ଫୁଲଟସରେ ଛକା ମାରିଲେ ମୋଦି: ୟୁପିର ୧୭ଟି ଆସନରେ କଂଗ୍ରେସ ନିଜ ପାଦରେ ନିଜକୁ କଟୁରୀ ମାରିଛି କି?

ନୂଆଦିଲ୍ଲୀ: ଦେଶର ସର୍ବବୃହତ ରାଜନୈତିକ ଗଡ଼ ଉତ୍ତରପ୍ରଦେଶରେ ୧୮ତମ ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଗୈରିକ ବ୍ରିଗେଡ୍ ପୂରା ଉତ୍ସାହର ସହ ପଡ଼ିଆକୁ ଓହ୍ଲାଇଛି। ସେହିପରି ୟୁପିର ପୁଅ, କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ମାୟାବତୀ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିବା ପରେ ମୁଖ୍ୟ ଲଢ଼େଇ ଏହି ଦୁଇ ଶିବିର ମଧ୍ୟରେ ହୋଇଥିବା ଜଣାପଡ଼ିଛି । ବିରୋଧୀ ମେଣ୍ଟରେ କଂଗ୍ରେସକୁ ୧୭ଟି ଆସନ ମିଳିଛି। କିନ୍ତୁ ରାହୁଲ ଗାନ୍ଧିଙ୍କ ପାଟିରୁ କିଛି ଶବ୍ଦ ବାହାରିବା ପରେ କଂଗ୍ରେସ ନିଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ବାସ୍ତବରେ କଂଗ୍ରେସ ଦଳ ସାରାଦେଶରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛି। ନିକଟରେ ଏହା ବିହାର ଦେଇ ୟୁପିରେ ପ୍ରବେଶ କରିଥିଲା। ଏହି ଯାତ୍ରା ବାରଣାସୀର ଚାନ୍ଦୌଲି ଦେଇ ଆମେଠିରେ ପହଞ୍ଚିଥିଲା। ରାହୁଲଙ୍କ ଯାତ୍ରା ଆମେଠିରେ ପହଞ୍ଚିବା ପରେ ସେ ଏଠାରେ ଯୁବକମାନଙ୍କୁ ସମ୍ବୋଧିତ କରି କହିଥିଲେ, ବାରଣାସୀରେ ଆମେ ୟୁପିର ପ୍ରକୃତ ସ୍ଥିତି ଦେଖିଛୁ। ଯୁବକମାନେ ରାସ୍ତାରେ ମଦ୍ୟପାନ କରି ଶୋଇ ରହିଛନ୍ତି। ମଦ୍ୟପ ଯୁବକମାନେ ବାଜା ବଜାଇ ନୃତ୍ୟ କରୁଥିଲେ। ଚାକିରି ଚାହୁଁଥିବା ଗରିବ ବ୍ୟକ୍ତି ଯଦି ପରୀକ୍ଷା ଦିଅନ୍ତି ତେବେ ପ୍ରଶ୍ନପତ୍ର ଲିକ୍ ହୋଇଯାଏ। ବେରୋଜଗାରୀ ଯୋଗୁଁ ଯୁବକମାନେ ହଇରାଣ ହେଉଛନ୍ତି।

ପ୍ରଥମେ ସ୍ମୃତି ଗାନ୍ଧୀ ପରିବାରକୁ ପରାମର୍ଶ ଦେଇଥିଲେ

ଆମେଠି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରଥମେ ଆମେଠି ମାଟିଉପରେ ହୋଇଥିବା ଏହି ଆକ୍ରମଣକୁ ଟାର୍ଗେଟ କରିଥିଲେ। ସେ ସୋନିଆ ଗାନ୍ଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଯଦି ଆପଣ ଆପଣଙ୍କ ପୁଅକୁ ଭଲ ମୂଲ୍ୟବୋଧ ଦେଇପାରିବେ ନାହିଁ, ତେବେ ତାଙ୍କୁ ପୂଜାସ୍ଥାନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେବା ବନ୍ଦ କରିବାକୁ କୁହନ୍ତୁ, ନଚେତ୍ ଜନସାଧାରଣ ମଧ୍ୟ ଉଚିତ ଜବାବ ଦେବେ। ରାହୁଲ ଗାନ୍ଧି ୟୁପିବାସୀଙ୍କୁ ଅପମାନିତ କରିଛନ୍ତି। ସେମାନେ ଯୁବକଙ୍କୁ ଅପମାନିତ କରିଛନ୍ତି। ବାରଣାସୀବାସୀଙ୍କୁ ଅପମାନିତ କରିବାର କୌଣସି ଅଧିକାର ରାହୁଲ ଗାନ୍ଧିଙ୍କର ନାହିଁ।

ରାହୁଲଙ୍କ ବୟାନ ଉପରେ ମୋଦିଙ୍କ ଆକ୍ରମଣ

ଘଟଣା ଏତିକିରେ ଅଟକି ନ ଥିଲା। ଏଭଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କୁଆଡ଼େ ମିସ୍ କରିନଥିଲେ? କାଶୀ ମାଟିରେ ପହଞ୍ଚିଥିବା ମୋଦି କହିଛନ୍ତି, ଆଜି ଯେତେବେଳେ ୟୁପି ବଦଳୁଛି, ଯେତେବେଳେ ୟୁପିର ଯୁବକମାନେ ନିଜର ନୂଆ ଭବିଷ୍ୟତ ଲେଖୁଛନ୍ତି, ସେତେବେଳେ ଏହି ପରିବାର ସଦସ୍ୟମାନେ କ’ଣ କହୁଛନ୍ତି? ମୁଁ ବହୁତ ଆଶ୍ଚର୍ଯ୍ୟ । କଂଗ୍ରେସର ରାଜପରିବାରର ରାଜକୁମାର କାଶୀ ମାଟିକୁ ଆସି କହୁଛନ୍ତି- କାଶୀର ଯୁବକ, ୟୁପିର ଯୁବକମାନେ ନିଶାସେବୀ। ଏହା କି ପ୍ରକାରର ଭାଷା, ଭାଇ?

ନିରାଶ, ଅତ୍ୟନ୍ତ ପାରିବାରିକ,ଅସମ୍ମାନ ‘ଦୁର୍ବ୍ୟବହାର’

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଦୁଇ ଦଶନ୍ଧି ଧରି ମୋଦିଙ୍କୁ ଗାଳି ଗୁଲଜ କରୁଛନ୍ତି, କିନ୍ତୁ ଏବେ ଭଗବାନଙ୍କର ଲୋକମାନଙ୍କୁ ୟୁପିର ଯୁବକମାନଙ୍କ ଉପରେ ନିଜର ନିରାଶା ବାହାର କରୁଛନ୍ତି। ଯେଉଁମାନଙ୍କର ନିଜର କୌଣସି ସ୍ଥାନ ନାହିଁ ସେମାନେ ୟୁପି ଏବଂ ମୋ କାଶୀର ପିଲାମାନଙ୍କୁ ନିଶାସକ୍ତ ବୋଲି କହୁଛନ୍ତି। ହେ ଭୟାନକ ବଂଶବାଦୀ! କାଶୀ ଏବଂ ୟୁପିର ଯୁବକମାନେ ଏକ ବିକଶିତ ୟୁପି ନିର୍ମାଣରେ ନିୟୋଜିତ ଅଛନ୍ତି। ନିଜର ସମୃଦ୍ଧ ଭବିଷ୍ୟତ ଲେଖିବା ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି। ଇଣ୍ଡି ମେଣ୍ଟଦ୍ୱାରା ୟୁପିର ଯୁବକମାନଙ୍କ ପ୍ରତି ଅପମାନକୁ କେହି ଭୁଲିପାରିବେ ନାହିଁ।

କଂଗ୍ରେସର ୧୭ ଟି ଆସନର ହିସାବ କ’ଣ?

ଏଥର ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୭ଟି ଆସନରେ ଲଢ଼ିବାକୁ ପଡ଼ିବ। ଗତ ୨୦୧୯ ନିର୍ବାଚନରେ ରାୟବରେଲିରୁ କଂଗ୍ରେସ କେବଳ ସୋନିଆ ଗାନ୍ଧିଙ୍କ ଆସନ ଜିତିଥିଲା। ଏଥର ୧୭ଟି ଆସନରେ କଂଗ୍ରେସର ପ୍ରଦର୍ଶନ ଗତଥର ବିଶେଷ କିଛି ନଥିଲା। ୨୦୧୯ ନିର୍ବାଚନରେ କଂଗ୍ରେସ ୬୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ସେଥିମଧ୍ୟରୁ ୬୩ଟି ଆସନରେ ତାଙ୍କ ଜମା ରାଶି ଜବତ ହୋଇଥିଲା।

କଂଗ୍ରେସ ଏଥର ପୂର୍ବାଞ୍ଚଳ ଓ ଅବଧ ଅଞ୍ଚଳରେ ୧୧ଟି ଆସନରେ ଲଢ଼ିବ। ଗୋଟିଏ ଆସନ ବୁନ୍ଦେଲଖଣ୍ଡରୁ ଆସିଥିବାବେଳେ ୫ଟି ପଶ୍ଚିମ ୟୁପିର। ରାଏବରେଲି, ଆମେଥି, କାନପୁର, ଫତେପୁର ସିକ୍ରି, ବାଂଶଗାଓଁ, ସାହାରନପୁର, ପ୍ରୟାଗରାଜ, ମହାରାଜଗଞ୍ଜ, ବାରଣାସୀ, ଅମରୋହା, ଝାନସୀ, ବୁଲନ୍ଦସହର, ଗାଜିଆବାଦ, ମଥୁରା, ସୀତାପୁର, ବାରବାଙ୍କୀ ଏବଂ ଦେଓରିଆ ଆସନରେ ବିଜେପି ନିର୍ବାଚନ ଲଢ଼ିବ।

ଏହି ୧୭ଟି ଆସନମଧ୍ୟରୁ ୧୨ଟି ଆସନରେ ଦଳ ନିଜର ଜମା ଟଙ୍କା ବଞ୍ଚାଇବାରେ ବିଫଳ ହୋଇଛି। ଏଭଳି ସ୍ଥିତିରେ ରାମ ମନ୍ଦିରର ଲହରରେ ଛଟପଟ ହେଉଥିବା ବିଜେପି ଆଗରେ ରହିଛି । ୟୁପିରେ ନିଜର ହରାଇଥିବା ଭିତ୍ତିଭୂମି ଫେରାଇ ଆଣିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଦଳ ଏବେ ଜୋରଦାର ପ୍ରସ୍ତୁତିରେ ଲାଗିଛି। କିନ୍ତୁ କାଶୀ ମାଟିରୁ ୟୁପିର ଯୁବକମାନଙ୍କୁ କହୁଥିବା ଶବ୍ଦ ନିଜ ପାଦରେ କୁହାଡ଼ି ସୃଷ୍ଟି କରୁଥିବା ପରି ମନେ ହେଉଛି।

Categories
ଜାତୀୟ ଖବର ବିଶେଷ ଖବର

କର୍ଣ୍ଣାଟକ: ସିଏମ ସିଦ୍ଧରମେୟାଙ୍କୁ ବଡ ଝଟକା, ମନ୍ଦିର ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରିବା ବିଲ୍ ଖାରଜ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ ମନ୍ଦିରଗୁଡିକର ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରିବାକୁ କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ରାଜ୍ୟ ବିଧାନ ପରିଷଦରେ ଏକ ବିଲ୍ ଉପସ୍ଥାପନ କରିଥିଲେ, ଯାହା ଖାରଜ କରାଯାଇଛି। ପ୍ରକାଶ ଯେ, ଏହି ବିଲ୍ ଦୁଇ ଦିନ ପୂର୍ବରୁ ରାଜ୍ୟସଭାରେ ପାରିତ ହୋଇଥିଲା।

ଏହି ବିଲ୍ କର୍ଣ୍ଣାଟକରେ ଏକ ବଡ ବିବାଦ ସୃଷ୍ଟି କରିଛି ଏବଂ ରାଜ୍ୟରେ ହିନ୍ଦୁ ବିରୋଧୀ ରଣନୀତି ଆପଣାଇଥିବା ବିଜେପି ଅଭିଯୋଗ କରିଛି। କର୍ଣ୍ଣାଟକରେ ବିଧାନ ପରିଷଦ କିମ୍ବା ଉପର ଗୃହରେ ଶାସକ ସରକାର ଅପେକ୍ଷା ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସର ସଂଖ୍ୟା ଅଧିକ। କଂଗ୍ରେସର ୩୦ ଟି ଏମଏଲସି, ବିଜେପିରେ ୩୫ ଟି ଏମଏଲସି, ଜେଡି (ଏସ) ରୁ ଆଠଟି ଏମଏଲସି ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ପରିଷଦରେ ଗୋଟିଏ ଆସନ ଖାଲି ଅଛି।

କର୍ଣ୍ଣାଟକ ସରକାର ରାଜ୍ୟସଭାରେ ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟସ୍ ସଂଶୋଧନ ବିଲ୍ ୨୦୨୪’ ପାରିତ କରିଥିଲେ, ଯେଉଁ ମନ୍ଦିରରୁ ଆୟ ୧ କୋଟିରୁ ଅଧିକ, ସେହି ମନ୍ଦିରରୁ ୧୦% ଟିକସ ଏବଂ ଯାହାର ଆୟ ୧୦ ଲକ୍ଷରୁ ୧ କୋଟି ମଧ୍ୟରେ, ସେହି ମନ୍ଦିରରୁ ୫% ଟିକସ ସଂଗ୍ରହ କରିବାକୁ ପ୍ରାବଧାନ ଅଛି।

ଏହି ବିଲରେ ସରକାରଙ୍କ ସଂଶୋଧନକୁ ନେଇ ସମାଲୋଚନା ପରେ ରାଜ୍ୟ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଏବଂ ଦୀନେଶ ଗୁଣ୍ଡୁ ରାଓ ବିଜେପିକୁ ସମାଲୋଚନା କରିଛନ୍ତି। ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, ବିଜେପି ହିନ୍ଦୁ ବିରୋଧୀ ଏବଂ ୨୦୧୧ ରେ କ୍ଷମତାରେ ଥିବା ଦଳ ଏହି ବିଲରେ ସଂଶୋଧନ କରିଛନ୍ତି।

ସେ କହିଛନ୍ତି ଯେ, “ଆମେ ହିନ୍ଦୁ ବିରୋଧୀ ନୁହଁ। ବାସ୍ତବରେ ବିଜେପି ହିନ୍ଦୁ ବିରୋଧୀ। ଏହି ଆଇନ ୨୦୦୩ ରେ ଲାଗୁ ହୋଇଥିଲା। ସେମାନେ ୨୦୧୧ ରେ ଏହାକୁ ସଂଶୋଧନ କରିଥିଲେ। ସେତେବେଳେ ସେଠାରେ ୩୪ ହଜାର ମନ୍ଦିର ଥିଲା ଏବଂ ସେମାନେ ଧାର୍ମିକ ପରିଷଦକୁ କିଛି ଦେଇ ନ ଥିଲେ। “ରାଜ୍ୟରେ ପ୍ରାୟ ୧୯୩ ‘ବି ଗ୍ରେଡ୍’ ମନ୍ଦିର ଅଛି – ସେମାନଙ୍କୁ ୫ ପ୍ରତିଶତ ଟିକସ ଦେବାକୁ ପଡିଥାଏ। ପ୍ରାୟ ୨୦୫ ଟି ମନ୍ଦିର ଅଛି – ସେମାନଙ୍କୁ ୧୦ ପ୍ରତିଶତ ଟିକସ ଦେବାକୁ ପଡିବ। ସେମାନେ ୨୦୧୧ରେ ବିଧାନସଭାରେ ଏହା ପାସ୍ କରିଥିଲେ। ବର୍ତ୍ତମାନ କିଏ ହିନ୍ଦୁ ବିରୋଧୀ?”

ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ବିଜେପି ବୁଝିବା ଉଚିତ ଯେ ଏହି ବିଲ୍ ମନ୍ଦିରର ଲାଭ ପାଇଁ ଅଟେ ଏବଂ ସରକାର ଛୋଟ ମନ୍ଦିରକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବାବେଳେ ବିଜେପି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ରାଜ୍ୟର ନିମ୍ନ ଗୃହରେ ଏହି ବିଲ୍ ପାରିତ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ୍ ବିଜେପି ନେତା ବିଏସ୍ ୟେଦିୟୁରପ୍ପା କାହିଁକି ଅନ୍ୟ ଧର୍ମର ଆୟ ଉପରେ ନୁହେଁ କେବଳ ହିନ୍ଦୁ ମନ୍ଦିରରେ ଏହା କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଅଭିଯୋଗ କରିଛନ୍ତି ଯେ, ଏହି ବିଲ୍‌ରେ ହୋଇଥିବା ସଂଶୋଧନଗୁଡ଼ିକ ଭୁଲ ତଥ୍ୟ ପ୍ରଣୟନ କରାଯାଇଛି, କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏବଂ ରାଜନୈତିକ ଲାଭ ପାଇଁ ସାମ୍ପ୍ରଦାୟିକ ଧାଡିରେ ଲୋକଙ୍କୁ ଧୃବିକରଣ କରାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ବିଜେପି ପାଲଟିଲା ଦଳ ଛଡ଼ାଙ୍କ ଆଡ୍ଡା: ୧୦ ବର୍ଷରେ ୬୦୦ ନେତା ସାମିଲ, ୭ଟି ରାଜ୍ୟରେ ତାଙ୍କର କମାଣ୍ଡ ରହିଛି

ନୂଆଦିଲ୍ଲୀ: ୨୦୧୪ ପରେ ସବୁଠାରୁ ଅଧିକ ନେତା ବିଜେପିକୁ ଯାଇଛନ୍ତି। ଏଡିଆର୍ ରିପୋର୍ଟ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ବିଧାୟକ-ସାଂସଦ ସ୍ତରର ମାତ୍ର ୪୨୬ ଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି।

ଭାରତରେ ନିର୍ବାଚନ ଋତୁ ଆରମ୍ଭ ହେବା ମାତ୍ରେ ଦଳବଦଳ ଖେଳ ଆରମ୍ଭ ହୋଇଯାଇଛି। ଗତ ୭ ଦିନ ମଧ୍ୟରେ ୪ଟି ରାଜ୍ୟର ଦୁଇ ଡଜନରୁ ଅଧିକ ନେତା ଦଳ ବଦଳାଇଛନ୍ତି। ଯେଉଁମାନେ ଦଳ ବଦଳାଇଛନ୍ତି ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମେୟର ସ୍ତରର ନେତା ରହିଛନ୍ତି।

ବର୍ତ୍ତମାନ ମହାରାଷ୍ଟ୍ରରୁ ଦଳବଦଳ ଖେଳ ଆରମ୍ଭ ହୋଇଛି, ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଛନ୍ତି। ରାଜସ୍ଥାନ କଂଗ୍ରେସ ବିଧାୟକ ମହେନ୍ଦ୍ରଜିତ ସିଂହ ମାଲବ୍ୟ ମଧ୍ୟ ପଦ୍ମ ଦଳରେ ଯୋଗ ଦେଇଛନ୍ତି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଦଳ ବଦଳାଇବାକୁ ନେଇ ଆଲୋଚନା ହୋଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ୟୁ-ଟର୍ଣ୍ଣ ନେଇଥିଲେ। ତେବେ କମଲନାଥଙ୍କ ଘନିଷ୍ଠ ସହଯୋଗୀ ତଥା ଜବଲପୁର ମେୟର ଜଗତ ବାହାଦୁର ଅନୁ ନିଶ୍ଚିତଭାବେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ଭାରତରେ ଦଳବଦଳର ଏକ ପରିସଂଖ୍ୟାନ

୧୯୬୦-୭୦ମସିହାରେ ହରିୟାଣାରେ ଭାରତରେ ଦଳବଦଳ ଖେଳ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ରାଜନୈତିକ ରୋଗ ସମଗ୍ର ଭାରତରେ ବ୍ୟାପିଯାଇଥିଲା। ୨୦୧୪ ପରେ ନେତାଙ୍କ ଦଳବଦଳ ମାମଲାରେ ଯଥେଷ୍ଟ ବୃଦ୍ଧି ଘଟିଥିଲା।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ଅନୁଯାୟୀ, ୨୦୧୪-୨୧ ଦଳବଦଳ ଖେଳରେ ସାଂସଦ ଓ ବିଧାୟକ ସ୍ତରରେ ୧୦ରୁ ଅଧିକ ନେତା ଦଳ ବଦଳ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ହାରିଯାଇଥିବା ୧୦୦ ଆସନ ଉପରେ ବିଜେପିର ଫୋକସ୍, ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନଜିତିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ ହାରିଯାଇଥିବା ଆସନ ଉପରେ ଅଧିକ ଧ୍ୟାନ ଦେଉଛି। ୨୦୧୯ରେ ହାରିଥିବା ଆସନ ପାଇଁ ବିଜେପି ଗତବର୍ଷଠାରୁ ଯୋଜନା କରୁଛି। ଏଭଳି ୧୬୦ଟି ଆସନ ଉପରେ ବିଜେପି ଲଗାତାର ନଜର ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ଲୋକସଭା ନିର୍ବାଚନ ପାଇଁ ୧୦୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିପାରେ।

ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡ଼ିଶା ଓ ୟୁପି ଉପରେ ସ୍ୱତନ୍ତ୍ର ନଜର

ଏହି ତାଲିକାରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡ଼ିଶା ଓ ତାମିଲନାଡ଼ୁ ଭଳି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଆସନ ସାମିଲ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଏହି ଆସନଗୁଡ଼ିକ ହେଉଛି ୨୦୧୯ ନିର୍ବାଚନରେ ବିଜେପି ହାରିଥିବା ଆସନ। ୨୦୧୪ରେ ବିଜେପି ୭୦ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ପଶ୍ଚିମବଙ୍ଗର ସେହି ଆସନଗୁଡ଼ିକ ଉପରେ ଦଳର ନଜର ରହିଛି ଯେଉଁଠାରେ ଗତଥର ସେମାନଙ୍କ ପ୍ରାର୍ଥୀମାନେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ।

ହାରିଥିବା ୧୬୦ ଆସନ ଉପରେ ନଜର

ଗତ ବର୍ଷକ ମଧ୍ୟରେ ଦଳ ୧୬୦ଟି ଆସନକୁ ନିଜର ଦୁର୍ବଳ ଅଞ୍ଚଳଭାବେ ଚିହ୍ନଟ କରି ଏହି ସବୁ ଅଞ୍ଚଳରେ ଜୋରଦାର ପ୍ରଚାର ଓ ପ୍ରଚାର କାର୍ଯ୍ୟକ୍ରମ କରିଥିଲା। ସୂତ୍ରରୁ ପ୍ରକାଶ ଯେ ଏହି ତାଲିକାରେ କିଛି କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ହୋଇପାରନ୍ତି ଯେଉଁମାନେ ଲୋକସଭା ନିର୍ବାଚନ ଲଢ଼ିବେ। ଦଳ ଯେକୌଣସି ମୂଲ୍ୟରେ ଏଥିମଧ୍ୟରୁ କିଛି ଆସନ ଜିତିବାକୁ ଚାହୁଁଛି।

ଫେବ୍ରୁଆରି ୨୯ରେ ଘୋଷଣା କରାଯିବ

ଦଳୀୟ ସୂତ୍ରରୁ ନିଜ ନାମ ଗୋପନ ରଖିବା ସର୍ତ୍ତରେ କୁହାଯାଇଛି ଯେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ଅଛି ଏବଂ କେବଳ କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ଆବଶ୍ୟକ। ସୂତ୍ରରୁ ପ୍ରକାଶ ଯେ ନେତାଙ୍କ ଅନ୍ୟାନ୍ୟ ବ୍ୟସ୍ତତା କାରଣରୁ ଫେବ୍ରୁଆରି ୨୨ରେ ହେବାକୁ ଥିବା ବୈଠକ ସ୍ଥଗିତ ରଖାଯାଇଥିବାରୁ ଫେବ୍ରୁଆରି ୨୯ରେ କମିଟି ବୈଠକ ବସିବାର ସମ୍ଭାବନା ରହିଛି।

ବିଜେପିର ଯୋଜନା ପ୍ରସ୍ତୁତ

ଫେବ୍ରୁଆରି ୨୯ରେ ହେବାକୁ ଥିବା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଜାତୀୟ ଅଧିବେଶନକୁ ସ୍ଥଗିତ ରଖାଯାଇଛି। ଦଳୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଦଳର ସଭାପତି ଜେପି ନଡ୍ଡା ଏହି ସମ୍ମିଳନୀରେ ଯୋଗ ଦେବାର ଥିଲା। ବର୍ତ୍ତମାନ ଏହି ସମ୍ମିଳନୀ ପାଇଁ କୌଣସି ନୂଆ ତାରିଖ ଘୋଷଣା କରାଯାଇନାହିଁ।

ବିଧାନସଭା ରଣନୀତି

ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଦୁର୍ବଳ ଆସନରେ ବିଜେପି ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିଲା। ଦଳ ଏଭଳି ଅଞ୍ଚଳରୁ ନିଜର ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିଛି ଏବଂ ଏହି ରଣନୀତି ମଧ୍ୟ ଏହାର ଫାଇଦା ଉଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏବେ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସମାନ ରଣନୀତି ଆପଣାଯାଉଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ନୂଆ ମେଣ୍ଟ ଗଠନ ପାଇଁ ଆଲୋଚନାର ଫଳାଫଳକୁ ଅପେକ୍ଷା କରିଛି। ଏହାବ୍ୟତୀତ ବିହାର ଏବଂ ୟୁପିରେ ନୂଆ ମେଣ୍ଟ ସହଯୋଗୀ ଅଛନ୍ତି ଯେଉଁଠାରେ ଦଳକୁ ଆସନ ବାଣ୍ଟିବାକୁ ପଡ଼ିବ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାକ୍ ଫୁଟ୍ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସାଧନା ଭରସାରେ ପୁଣି ଟିକଟ ଆଶାୟୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ସାଂସଦଙ୍କ ପିଛା ଛାଡୁ ନାହିଁ ଦଳୀୟ କନ୍ଦଳ। ଅବିଭକ୍ତ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର ପାଇଁ ରାଜ୍ୟ ସଭାପତି ପଦବୀର ସଦୁପ ଯୋଗ କରି ସାଂସଦ ପ୍ରାର୍ଥୀ ଭାବରେ ଟିକେଟ ହାସଲ କରିବା ପରେ କେବଳ ନିଜ ପରିବାର ଓ ସମ୍ପର୍କୀୟମାନଙ୍କ ଗହଣରେ ରହିବାକୁ ବେଶୀ ପସନ୍ଦ କରୁଥିବା ଅଭିଯୋଗ ହେଉଥିଲା। ଏପରିକି କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ବିଜେପି ଜୋନ ଏବଂ ଅନ୍ୟାନ୍ୟ ଛାମୁଆ ସଂଗଠନ ର କର୍ମକର୍ତ୍ତାଙ୍କୁ ଚିହ୍ନି ନଥିବା ଆଜି ମଧ୍ୟ ଅଭିଯୋଗ ହୋଇ ଆସୁଛି।

ପୂର୍ବରୁ ନୂଆପଡ଼ା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ବସନ୍ତ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ନ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ରାଜ୍ୟ ବିଜେପିର ସଭାପତି ପଦ ହାସଲ କରିବାରେ ସକ୍ଷମ ହୋଇଥିଲେ। ବିଧାୟକ ଭାବେ ଜିତିବା ଅସମ୍ଭବ ଥିବା ଜାଣି ରାଜ୍ୟ ସଭାପତି ପଦବୀର ଭରପୁର ଫାଇଦା ଉଠାଇ ୨୦୧୯ ସାଂସଦ ପ୍ରାର୍ଥୀ ଭାବେ ଟିକଟ ହାସଲ କରି ମୋଦୀଙ୍କ ପ୍ରବଳ ହାୱାରେ ନିର୍ବାଚନୀ ବୈତରଣୀ ପାର ହୋଇଥିଲେ ହେଁ ଦୀର୍ଘ ପାଞ୍ଚ ବର୍ଷ ପରେ ଆଜି ମଧ୍ୟ କଳାହାଣ୍ଡି ବିଜେପିର ୩୬ ଗୋଟି ଜୋନ ସଭାପତିଙ୍କୁ ଚିହ୍ନି ନ ଥିବା ଅଭିଯୋଗ ହେଉଛି।

ମୋଦୀ ହାୱାରେ ସେ ନିଜେ ତ ଜିତି ଗଲେ କିନ୍ତୁ ସାଂସଦ କ୍ଷେତ୍ର ଅଧିନସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ବିଧାୟକ ମାନଙ୍କୁ ଜିତାଇ ପାରି ନ ଥିଲେ। ବିଧାୟକ ଟିକଟ ବଣ୍ଟନ ରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ କାରବାର ଓ ନିର୍ବାଚନ ଖର୍ଚ୍ଚ ଆବଣ୍ଟନ କରା ନ ଯାଇ ବାଟ ମାରଣା ଘଟଣାରୁ ଭବାନୀପାଟଣା ରେଳ ଷ୍ଟେସନ ରୋଡ଼ ରେ ଘର ଡିହ ସାଙ୍ଗକୁ ନୂଆପଡ଼ାରେ ଆଲିଶାନ ବଙ୍ଗଳା ନିର୍ମାଣ ଇତ୍ୟାଦି ହୋଇଥିବା ଅଭିଯୋଗ ହେଉଥିଲା।

ଏପରିକି ବସନ୍ତ ପଣ୍ଡାଙ୍କ ବିରୋଧୀ ରଜୁ ଢୋଲକିଆ ସିଧା ସଳଖ ପବ୍ଲିକ ମିଟିଂ ଓ ଦିବେତ ରେ ବସନ୍ତ ପଣ୍ଡାଙ୍କ ଏଭଳି ହେରାଫେରି କାରବାର ସମ୍ପର୍କରେ ପ୍ରକାଶ କରିଥିଲେ ସୁଦ୍ଧା ବସନ୍ତ ପଣ୍ଡା ଖଣ୍ଡନ କରିନାହାନ୍ତି। ଏସମ୍ପର୍କରେ ବିଜେପି କର୍ତ୍ତୃପକ୍ଷ ଅନୁସନ୍ଧାନ କରିବାର ଆବଶ୍ୟକତା ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ୨୦୧୯ ରେ ବିଜେପିର ବିଧାନ ସଭା ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ୍ଚ ଦେଇ ନ ଥିବାରୁ ନିଜ ଲୋକ ପ୍ରିୟତରେ ଜିତି ଥିବା ପ୍ରଦୀପ ନାୟକ ବ୍ୟତୀତ ଅନ୍ୟ କେହି ବିଜେପି ପ୍ରାର୍ଥୀ ଜିତି ପାରି ନ ଥିଲେ।

ସାଂସଦ ଭାବେ ଜିତିବା ପରେ ନିଜର ରାଜନୈତିକ କେରିୟର ସୁରକ୍ଷା କରିବା ବ୍ୟତୀତ ଅନ୍ୟ କିଛି ଆଖିଦୃଶିଆ କାମ କରି ନ ଥିବା କର୍ମୀ ମହଲରେ ମଧ୍ୟ ଅଭିଯୋଗ ହେଉଛି। ସାଂସଦ ପାଣ୍ଠି ଦେବାରେ ନୂଆପଡ଼ା ଜିଲ୍ଲାକୁ ପ୍ରାଧାନ୍ୟ ଦେଉଥିବା ବେଳେ କଳାହାଣ୍ଡିକୁ କେବେ କାହା ମାର୍ଫତରେ ଦେଇଛନ୍ତି ତାହା କର୍ମୀ ମାନେ ମଧ୍ୟ କହି ପାରୁନ ଥିବା ଦେଖାଯାଉଛି। ୨୦୧୯ ରେ ଯେଉଁମାନେ ମୋଦୀ ହାୱା ପାଇଁ ପ୍ରାର୍ଥୀଙ୍କୁ ପରଖୀ ନ ଥିଲେ ବର୍ତ୍ତମାନ ସମୟ ବଦଳି ଯାଇଛି ମୋଦୀ ହାୱା ଥିଲେ ସୁଦ୍ଧା କଳାହାଣ୍ଡିର ଗୋଟେ ଆସନ ନ ମିଳିଲେ ମଧ୍ୟ ମୋଦିଙ୍କୁ ଫରକ ପଡିବ ନାହି, କିନ୍ତୁ ବସନ୍ତ ପଣ୍ଡାଙ୍କୁ ଭୋଟ ଦେବୁ ନାହିଁ ବୋଲି ଅନେକେ କୁହ କୁହି ହେଲେଣି।

ନିଜ ସହର ନୂଆପଡାରେ ନିଜ ପୁଅକୁ ଏନ ଏ ସି ରେ ଜିତାଇ ପାରି ନ ଥିବା ଏହି ସାଂସଦ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡାଙ୍କ କାର୍ଯ୍ୟକ୍ରମରେ ଭବାନୀପାଟଣା ଠାରେ ଦଳୀୟ ଶୀର୍ଷ କର୍ମକର୍ତ୍ତାଙ୍କୁ ଭୋଜନ ବ୍ୟବସ୍ଥା କରି ନ ପାରି ରାସ୍ତା କଡ଼ ହୋଟେଲରୁ ଅଟୋ ରିକ୍ସାରେ ଖାଇବା ମଗାଇ ଥିବା ବେଳେ ସାଂସଦ ବସନ୍ତ ପଣ୍ଡାଙ୍କ ଲୋକ ସମ୍ପର୍କ ଏବଂ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅନ୍ୟପକ୍ଷରେ କଳେବଳେ କୌଶଳେ ବିଜେପିର କୋର କମିଟି ସଭ୍ୟଭୁକ୍ତ ହେବା ପରେ “ବିଜେପି ପାର୍ଟି ଭାଡ ମେ ଯାଏ ଜୋ ହମେ ଟିକଟ ମିଳନା ହିଁ ଚାହିଏ” ନୀତିରେ ପୁଣି ଥରେ ଟିକଟ ହାସଲ କରିବା ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଛି। ଏପରିକି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ପାର୍ଶ୍ବରେ ବସି ରାଜନାଥ ସିଂହ ଙ୍କ କାନରେ ଫୁସ ଫୁସ କରି କଣ ସବୁ କହି ରାଜନାଥ ସିଂହ ଙ୍କ ପାଖ ଲୋକ ବୋଲି ପରିଚୟ ଦେଉଥିବା ଚର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ ନିଜେ ସାଧନା କରୁଥିବା ବସନ୍ତ ପଣ୍ଡା ଗୁଣୀ ଗାରେଡି କରି ମଧ୍ୟ ଟିକଟ ହାସଲ କରିନେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ସମୟ କହିବ ବିଜେପି କାହା ମୁଣ୍ଡରେ ଶିରପା ବାନ୍ଧିବ।

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବ ଠାକରେଙ୍କ ଶିବସେନା ସହ ଏକ ମେଣ୍ଟ କରିବ କି ବିଜେପି? ଚିତ୍ର ସ୍ପଷ୍ଟ କଲେ ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଉଦ୍ଧବ ଠାକରେଙ୍କ ଶିବସେନା ପୁଣିଥରେ ଏକାଠି ହେବ କି? ଏ ସମ୍ପର୍କରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ଚିତ୍ର ସ୍ପଷ୍ଟ କରିଛନ୍ତି।

ଗଣାମଧ୍ୟମକୁ ଫଡନାଭିସ୍ କହିଛନ୍ତି ଯେ, ଉଦ୍ଧବ ଠାକରେଙ୍କ ପାର୍ଟି ସହ କୌଣସି ମେଣ୍ଟ ହୋଇପାରିବ ନାହିଁ। ରାଜନୈତିକ ମତଭେଦ ରହିଛି, ସେଗୁଡିକୁ ଦୂର କରିବା ସହଜ ଅଟେ। ଯଦି ଆମର ଏବଂ ଆମର ମୁଦ୍ଦା ଉପରେ ମତଭେଦ ଅଛି ତେବେ ଆମେ ସାଧାରଣ କଥା ଭାବି ଏକାଠି ହୋଇପାରିବା। ଏଠାରେ ଆମର ହୃଦୟ ଦୁଃଖିତ। ଏହା କେବଳ ରାଜନୈତିକ ପାର୍ଥକ୍ୟ ନୁହେଁ। ଦିନରାତି, ସକାଳ ଏବଂ ସନ୍ଧ୍ୟାରେ ସେ ଏବଂ ତାଙ୍କ ଲୋକମାନେ ଆମର ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୁର୍ବ୍ୟବହାର କରିବେ, ଯାହା ଆମର ବିରୋଧୀମାନେ ମଧ୍ୟ କୁହନ୍ତି ନାହିଁ, ତେଣୁ ମୁଁ ଭାବି ପାରିବି ନାହିଁ ଯେ ଆମେ ଏକାଠି ଆସିପାରିବୁ। ଏଠାରେ କୌଣସି ପ୍ରଶ୍ନ ଉଠୁନାହିଁ।

ଦେବେନ୍ଦ୍ର ଫଡନାଭିସ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ମନ ଦୁଃଖୀ, ଆମେ ହୃଦୟରେଦୁଃଖିତ, ଏକାଠି ଯିବାର ପ୍ରଶ୍ନ ଉଠୁ ନାହିଁ। ମୁଁ ଜାଣେ ନାହିଁ ସେ ହୁଏତ ମୋଦିଙ୍କୁ ଥରେ କିମ୍ବା ଦୁଇଥର ପ୍ରଶଂସା କରିଥିବେ, କିନ୍ତୁ ଯଦି ସେ ମୋଦିଙ୍କୁ ନିଦରୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ୧୦ ରୁ ୨୦ ଥର ଗାଳି କରନ୍ତିନାହିଁ, ତେବେ ତାଙ୍କର ଖାଦ୍ୟ ହଜମ ହୋଇନଥାଏ। ସେମାନେ ସେମାନଙ୍କର ରାସ୍ତା ପାଇଛନ୍ତି, ଆମେ ଆମର ରାସ୍ତା ପାଇଛୁ।