Categories
ଆଜିର ଖବର

ବିଜେପି ଟିକେଟ ନେଇ ବିଜେଡ଼ିରେ ଯୋଗଦେଲେ ତୁଷାରକାନ୍ତି ବେହେରା

୨୦୧୯ ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଓଡ଼ିଶା ରାଜନୀତିରେ ଏପର୍ଯ୍ୟନ୍ତ ଚାଲିଛି ଦଳବଦଳ ରାଜନୀତି। ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଛି ଅଦଳବଦଳ ପ୍ରତିଯୋଗିତା। ଟିକେଟ ପାଇବାକୁ ନେଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଦଳ ବଦଳ କରୁଛନ୍ତି। ବିଜେପିଠାରେ ଏହାର ଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କାରଣ ବିଜେପିରେ ଟିକେଟ ପାଇ ନେତାମାନେ ନାମାଙ୍କନ ଭରିବା ପୂର୍ବରୁ ହିଁ ଦଳ ଛାଡି ଦେଇ ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି। ନିକଟରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ପରେ ଆଜି ବିଜେପିର ଆଉ ଜଣେ ଟାଣୁଆ ନେତା ଗେରୁଆ ଦଳ ସହ ସଂପର୍କ ଛିନ୍ନ କରି ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର କାକଟପୁରର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ‘ଶଂଖ’ ଧରିଛନ୍ତି ତୁଷାର ଏବଂ ତାଙ୍କର ସମର୍ଥକ।

Categories
ଆଜିର ଖବର

ପଦ୍ମରୁ ଟିକେଟ ନେଇ ଶଙ୍ଖ ଶିବିରରେ ଯୋଗଦେଲେ ଭାଗିରଥୀ

ଓଡ଼ିଶା ରାଜନୀତିରେ ଏବେ ଚାଲିଛି ଦଳବଦଳ କାର୍ଯ୍ୟକ୍ରମ। ଟିକେଟ୍‌ ନ ପାଇବା ପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ବଦଳ କରୁଛନ୍ତି ପ୍ରାର୍ଥୀମାନେ। ତେବେ ଏଥିରେ ଟିକେ ବ୍ୟତିକ୍ରମ ଦେଖାଦେଇଛି। ଟିକେଟ ପାଇସାରିବା ପରେ ବି ଦଳ ବଦଳ କରି ଚର୍ଚ୍ଚାରେ ରହିଛନ୍ତି ଭାଗିରଥୀ। ଆଜି  ବିଜେଡ଼ିରେ ଯୋଗଦେଲେ ବିଜେପିର ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ। କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ଦଳ ତରଫରୁ ଟିକେଟ ପାଇସାରିବା ପରେ ଦଳ ପ୍ରତି ଧୋକାଦେଇ ପଦ୍ମ ଛାଡ଼ି ଶଙ୍ଖନାଦ କରୁଛନ୍ତି। ଆଜି  ବିଧିବଦ୍ଧଭାବରେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଯୋଗ ଦେଇଛନ୍ତି ଭାଗିରଥୀ। ସେ ଯୋଗଦେଇ କହିଛନ୍ତି ଯେ, ସେ ପୂର୍ବରୁ ବିଜୁ ପରିବାରର ସଦସ୍ୟଥିଲେ, ଏବେ ଘରବାହୁଡ଼ା କଲେ ବୋଲି କହିଛନ୍ତି। ଦଳ ଯେଉଁ ଦାୟିତ୍ବ ଦେବ, ତାହା କରିବେ ବୋଲି କହିଛନ୍ତି। ଭାଗିରଥୀ ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ। କିନ୍ତୁ ୨୦୧୪ରେ ଟିକେଟ୍‌ ନ ପାଇବା ପରେ ସେ ଦଳ ଛାଡ଼ିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ପୁନର୍ବାର ବିଜେପି ତରଫରୁ ଟିକେଟ୍‌ ପାଇସାରିବା ପରେ ବିଜେପି ଛାଡ଼ି ପୁନଶ୍ଚ ବିଜେଡ଼ିରେ ଯୋଗ ଦେଇଛନ୍ତି।