Categories
ଆଜିର ଖବର ଜାତୀୟ ଖବର

ନକଲି ଜାତି ପ୍ରମାଣପତ୍ର ମାମଲାରେ ନବନୀତ୍ ରାଣାଙ୍କୁ ଆଶ୍ବସ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ନକଲି ଜାତି ପ୍ରମାଣପତ୍ର ମାମଲାରେ ଅମ୍ରାବତୀ ସାଂସଦ ନବନୀତ୍ ରାଣାଙ୍କୁ ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ନବନୀତ୍ ରାଣାଙ୍କ ଏସସି ସାର୍ଟିଫିକେଟ୍ ବାତିଲ କରାଯାଇଥିଲା। ସେ ମହାରାଷ୍ଟ୍ରର ଅମରାବତୀ ଆସନରୁ ସାଂସଦ, ଯାହା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ନକଲି ଦଲିଲ ମାଧ୍ୟମରେ ଜାତି ପ୍ରମାଣପତ୍ର ପାଇଛନ୍ତି ବୋଲି କୋର୍ଟ କହିଥିଲେ।

ଜୁନ୍ ୨୦୨୧ରେ, ବମ୍ବେ ହାଇକୋର୍ଟ ନବନୀତ୍ ରାଣାଙ୍କ ଏସସି ଜାତି ପ୍ରମାଣପତ୍ରକୁ ଖାରଜ କରିଥିଲେ ଏବଂ ତାଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲେ। ତାଙ୍କ ଜାତି ପ୍ରମାଣପତ୍ର ଖରାଜ ହେବା ପରେ ନବନୀତ୍ ଙ୍କ ସାଂସଦ ପଦବୀ ମଧ୍ୟ ବିପଦରେ ଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କୁ କେବଳ ଆଶ୍ଵସ୍ତି ମିଳିନାହିଁ, ଅମ୍ରାବତୀ ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମଧ୍ୟ ରାସ୍ତା ସଫା ହୋଇଯାଇଛି। ଏଥର ନବନୀତ୍ ଲୋକସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଭାବରେ ଅମ୍ରାବତୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।