Categories
ଆଜିର ଖବର ରାଜ୍ୟ ଖବର

ବିପିୟୁଟି ରେ ନିଯୁକ୍ତ ହେଲେ ନୂଆ କୂଳପତି, ରାଜ୍ୟପାଳ ଦେଲେ ନିଯୁକ୍ତି

ଭୁବନେଶ୍ବର: ଆଜି ବିପିୟୁଟି ବା ବିଜୁ ପଟ୍ଟନାୟକ ବୈଷିୟକ ବିଶ୍ବବିଦ୍ୟାଳୟର ନୂଆ କୂଳପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ପ୍ରଫେସର ଅମୀୟ କୁମାର ରଥ। ପ୍ରଫେସର ରଥ ବର୍ତ୍ତମାନ ବାଙ୍ଗାଲୁରୁସ୍ଥିତ ନାକ୍ ର ଉପଦେଷ୍ଠା ଭାବେ କାର୍ଯ୍ୟ କରୁଛନ୍ତି।

ତାଙ୍କୁ କୂଳପତି ଭାବେ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରଫେସର ରଥଙ୍କର ପ୍ରାୟ 33 ବର୍ଷର ଶିକ୍ଷା ପ୍ରଦାନର ଅଭିଜ୍ଞତା ରହିଛି। ଏଥିସହିତ ସେ ନଅ ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ତତ୍ବାବଧାନରେ ଏ ପର୍ଯ୍ୟନ୍ତ 12 ଜଣ ପିଏଚଡି ଏବଂ 17 ଜଣ ପିଜି ସ୍କାଲର କୃତିତ୍ବ ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାତିଲ ହେବନି ବିପିୟୁଟି ପରୀକ୍ଷା

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ସ୍କୁଲ, କଲେଜ ବନ୍ଦ ଥିବାରୁ ପାଠପଢା ସାଙ୍ଗକୁ ପରୀକ୍ଷା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ଏହାରି ଭିତରେ ଅନଲାଇନରେ ବିପିୟୁଟି ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାତିଲ ହେବନି । ଜୁଲାଇ ପ୍ରଥମ ସପ୍ତାହରେ ଅନଲାଇନ ପରୀକ୍ଷା ହେବ । ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ । ଛାତ୍ରଛାତ୍ରୀ ଚାହିଁଲେ ଅଫଲାଇନରେ ବି ପରୀକ୍ଷା ଦେଇପାରିବେ । ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫଲାଇନରେ ପରୀକ୍ଷା ହେବ ବୋଲି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।