Categories
ଆଜିର ଖବର ଖେଳ

ହଗ୍‌ଙ୍କ ଟେଷ୍ଟ ଏକାଦଶରୁ କୋହ୍‌ଲି ବାଦ୍‌ : ସୋସିଆଲ୍‌ ମିଡିଆରେ ଫ୍ୟାନ୍‌ଙ୍କ ଅସନ୍ତୋଷ

ନୂଆଦିଲ୍ଲୀ : ଅଷ୍ଟ୍ରେଲିୟ ସ୍ପିନର ବ୍ରାଡ୍‌ ହଗ୍‌ ନିଜର ଟେଷ୍ଟ ଏକାଦଶ ଘୋଷଣା କରିଛନ୍ତି । ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ଦଳରେ ନଥିବାରୁ ଏହାକୁ ନେଇ କୋହଲି ଫ୍ୟାନ୍‌ ମାନେ ଅସନ୍ତୋଷ ଜାହିର କରିଛନ୍ତି । ବର୍ତ୍ତମାନର ଟେଷ୍ଟ ଖେଳୁଥିବା ଖେଳାଳିଙ୍କୁ ନେଇ ହଗ୍‌ ନିଜର ତାଲିକା ପ୍ରକାଶ କରିଛନ୍ତି । ତେବେ କୋହଲିଙ୍କୁ ବାଦ ଦେବା ନେଇ ହଗ୍‌ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ନିଜର ଅନ୍ତିମ 15 ଇନିଂସରେ କୋହଲି ମାତ୍ର 4ଟି ମ୍ୟାଚ୍‌ରେ 30ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି, ତେଣୁ ମୁଁ କୋହଲିଙ୍କୁ ବାଦ ଦେଇଛି ବୋଲି ହଗ୍‌ ପ୍ରକାଶ କରିଛନ୍ତି ।

ଭାରତର 4 ଜଣ ଖେଳାଳି ହଗ୍‌ଙ୍କ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କୁ ଓପ୍ନର ଭାବରେ ରଖିଥିବା ବେଳେ ଆଜିଙ୍କ୍ୟ ରାହାଣେ ଏବଂ ମହମ୍ମଦ ସାମି ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି । କ୍ବିଣ୍ଟନ୍‌ ଡିକକ୍‌ଙ୍କୁ ଅଧିନାୟକ ଏବଂ ଓ୍ବିକେଟ୍‌ କିପର ଭାବରେ ସ୍ଥାନ ଦେଇଛନ୍ତି ହଗ୍‌ । ତେବେ ମୟଙ୍କ ଏବଂ ରାହାଣେୂ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବିଫଳ ହୋଇଥିବା ବେଳେ ରୋହିତ ନଭେମ୍ବରରେ ନିଜର ଶେଷ ଟେଷ୍ଟ ଖେଳିଥିଲେ ।

ହଗ୍‌ଙ୍କ ବର୍ତ୍ତମାନର ଟେଷ୍ଟ ଏକାଦଶ : ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ମାର୍ନସ୍‌ ଲାବୁସାନେ, ଷ୍ଟିଭ୍‌ ସ୍ମିଥ୍‌, ବାବର ଆଜମ୍‌, ଆଜିଙ୍କ୍ୟ ରାହାଣେ, କ୍ବିଣ୍ଟନ୍‌ ଡିକକ୍‌, ପ୍ୟାଟ୍‌ କମିନ୍‌ସ, ମହମ୍ମଦ ସାମି, ନୀଲ ଓ୍ବାଗ୍‌ନର ଏବଂ ନାଥାନ୍‌ ଲିୟନ୍‌ ।