Categories
ଆଜିର ଖବର ରାଜ୍ୟ ଖବର

୧.୩୦ କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ: ଜଣେ ଏମବିଏ ଛାତ୍ର ଗିରଫ

ଭୁବନେଶ୍ୱର: ଆଜି ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ୧.୩୦ କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ବାଲେଶ୍ଵର ଜିଲ୍ଲାର ଜଣେ ଏମବିଏ ଛାତ୍ରଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଥିବା ପୋଲିସ ପ୍ରକାଶ କରିଛି। ଏସଟିଏଫ  ୧.୩୨୫ କିଲୋଗ୍ରାମ ଓଜନର ନିଶା ସାମଗ୍ରୀ ଜବତ  କରିବା ସହ ବାଲେଶ୍ଵର ସହରର ବସ ଷ୍ଟାଣ୍ଡ ଅଞ୍ଚଳରୁ ଏମବିଏ ଛାତ୍ର ଶେଖ ରିଆଜୁଦ୍ଦିନଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭୁବନେଶ୍ୱରରେ ଅଧ୍ୟୟନ କରୁଛି ବୋଲି ଜଣେ ଏସଟିଏଫ ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ସେମାନେ ବ୍ରାଉନ ସୁଗାରର ଉତ୍ସ ଏବଂ ରାକେଟର କିଙ୍ଗପିନ୍ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଏସଟିଏଫ ୧୬.୭୧୧ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଏବଂ ଚଳିତ ବର୍ଷ ୪୧ ଟି ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି। (ଏଜେନ୍ସି)