ନୂଆଦିଲ୍ଲୀ: ସାରା ଦେଶରେ ବୁଲଡୋଜର ଆକ୍ସନର ମାମଲା ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ନାବାଳକର ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ମ୍ୟୁନିସିପାଲିଟି ନିୟମ ଅନୁଯାୟୀ, କେବଳ ନୋଟିସ ଦେଇ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇପାରେ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଏ ବାବଦରେ କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବାର ଆବଶ୍ୟକତା ରହିଛି, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବା ଉଚିତ୍।
ୟୁପି ସରକାରରେ ହାଜର ହୋଇଥିବା ତୁଷାର ମେହେଟ୍ଟା କହିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ ବେଆଇନ ନିର୍ମାଣ ବିରୋଧରେ ନୋଟିସ ଦିଆଯାଇସାରିଛି। ଏହା ଉପରେ କୋର୍ଟ କହିଛନ୍ତି ଯେ, ଆମେ ମଧ୍ୟ ବେଆଇନ ନିର୍ମାଣକୁ ସଂରକ୍ଷଣ କରିବା ସପକ୍ଷରେ ନାହୁଁ, କିନ୍ତୁ ତାଙ୍କ ଭୁଲ ହେତୁ ପୁଅର ବାପାଙ୍କ ଘର ଭାଙ୍ଗିବା ଠିକ୍ ହୋଇପାରିବ ନାହିଁ। ଏହା ପରେ ମେହେଟ୍ଟା କହିଛନ୍ତି ଯେ, ଆମେ ମଧ୍ୟ ସମସ୍ତ ପକ୍ଷଙ୍କ ସହ କଥାବାର୍ତ୍ତା କରି ସମାଧାନ ଖୋଜିବାକୁ ଚେଷ୍ଟା କରିବୁ।
ତୁଷାର ମେହେଟ୍ଟାଙ୍କ କଥା ଶୁଣିବା ପରେ ବିଚାରପତି ସମସ୍ତ ପକ୍ଷଙ୍କୁ ବରିଷ୍ଠ ଓକିଲ ନଚିକେତା ଯୋଶୀଙ୍କୁ ସେମାନଙ୍କର ମତାମତ ଦେବାକୁ କହିଥିଲେ। ସେଗୁଡିକ ଦେଖିବା ପରେ ସମଗ୍ର ଦେଶ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ ତାରିଖରେ ହେବ।