Categories
ଆଜିର ଖବର ଜାତୀୟ ଖବର

ପୁଅଙ୍କ ଗିରଫ ପରେ ହୃଦଘାତରେ ପ୍ରାଣ ହରାଇଲେ ପିତା ମାତା

ହାଇଦ୍ରାବାଦ : ଦୁଇ ପୁଅଙ୍କୁ ଗିରଫ କରାଯିବା ପରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ପିତା ମାତା । ତେଲେଙ୍ଗାନାର ଭାଁସିଆ ସହରରେ ସଙ୍ଗଠିତ ସିଏଏ ଆନ୍ଦୋଳନରେ ଦମ୍ପତ୍ତିଙ୍କ ଦୁଇ ପୁଅଙ୍କୁ ଗିରଫ କରାଯାଇଥିଲା । ଗୁରୁବାର 73 ବର୍ଷୀୟ ଦମ୍ପତ୍ତି ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । 73 ବର୍ଷୀୟ ଅବ୍‌ଦୁଲ୍‌ ଆହାଡ ବନାରସୀ ପ୍ରଥମେ ପ୍ରାଣ ହରାଇଥିବା ବେଳେ ତାଙ୍କ ପତ୍ନୀ ଅହମଦୀ ବେଗମ୍‌(65) ମଧ୍ୟ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ କାରଣରୁ ଉଭୟଙ୍କ ଦୁଇ ପୁଅ ଅବ୍‌ଦୁଲ୍‌ କାଶିଫ୍‌(24) ଏବଂ ଅବ୍‌ଦୁଲ୍‌ ଆସିଫ୍‌(21)ଙ୍କମୁ ଜାନୁୟାରୀ 13 ତାରିଖରେ ଗିରଫ କରାଯାଇଥିଲା । ଉଭୟଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିବା ବେଳେ ହାତକଡିରେ ଦେଖି ପିତାମାତା ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ନିଆରା ବିରୋଧ ପ୍ରଦର୍ଶନ : ପୂର୍ବଜଙ୍କ କବର ନିକଟରେ କଂଗ୍ରେସ ନେତାଙ୍କ କ୍ରନ୍ଦନ

ପ୍ରୟାଗରାଜ : ସାରା ଦେଶରେ ନାଗରିକତା ଆଇନକୁ ନେଇ ବିରେଧ ପ୍ରଦର୍ଶନ ଲାଗି ରହିଛି । ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଗତ ଏକମାସ ଧରି ମୁସଲିମ୍‌ ମହିଳାମାନେ ଧାରଣାରେ ବସିଛନ୍ତି। କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ବିରୋଧ ଜାରି ରହିଛି । ବିରୋଧୀ ଦଳ ଏହାକୁ ଫେରାଇବାକୁ ଦାବି କରିଥିବାବେଳେ ନିକଟରେ ଅମିତ୍ ଶାହା ଏକ ରାଲିରେ ସିଏଏକୁ କୌଣସି କାରଣରୁ ବି ଫେରାଇ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସିଏଏକୁ ନେଇ ସାରା ଦେଶବାସୀ ଚିନ୍ତିତ ରହିଥିବାବେଳେ ଏହାକୁ ନେଇ ବିରୋଧୀ ଅଭିନବ ପ୍ରଦର୍ଶନ ବେଶ୍‌ ଚର୍ଚ୍ଚାରେ ରହିଛି ।  ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଜଣେ କଂଗ୍ରେସ ନେତା ସିଏଏକୁ ନେଇ ନିଆରା ଢଙ୍ଗରେ ବିରୋଧ କରିଛନ୍ତି । ସେ ତାଙ୍କ ପୂର୍ବଜଙ୍କ କବର ନିକଟରେ କାନ୍ଦି କାନ୍ଦି ଭାରତୀୟ ନାଗରିକ ହେବାର ପ୍ରମାଣ ମାଗିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରୟାଗରାଜରେ କଂଗ୍ରେସ ନେତା ହସୀବ ଅହମ୍ମଦ ଅଭିନବ ଉପାୟରେ ସିଏଏକୁ ବିରୋଧ ପ୍ରଦର୍ଶନ କରିଛନ୍ତି। ଅହମ୍ମଦ ତାଙ୍କ ପୂର୍ବଜଙ୍କ କବରସ୍ଥଳରେ କାନ୍ଦି କାନ୍ଦି ଏପରି ନିଆରା ଢଙ୍ଗରେ ସିଏଏର ବିରୋଧ ପ୍ରଦର୍ଶନ କରିବା ସହିତ କହିଛନ୍ତି ଯେ, ଆମ ପାଖରେ କୌଣସି ପ୍ରମାଣପତ୍ର ନାହିଁ କିନ୍ତୁ ଆମେ ଭାରତରେ ପିଢି ପରେ ପିଢି ବସବାସ କରୁଛୁ। ଆମେ ଆମ ପୂର୍ବଜଙ୍କୁ ଭାରତର ନାଗରିକ ବୋଲି ପ୍ରମାଣ ଦେବା ପାଇଁ ନିବେଦନ କରୁଛୁ । ଆମେ ସରକାରଙ୍କୁ ଦାବି କରୁଛୁ ଯେ, ଯଦି ଆମକୁ ଶରଣାର୍ଥୀ କ୍ୟାମ୍ପ୍‌କୁ ପଠାଯିବ, ତେବେ ଆମର ପୂର୍ବଜଙ୍କ ଅବଶେଷଙ୍କୁ ମଧ୍ୟ ସେଠାକୁ ପଠାଯିବ ।

ସାରା ଦେଶରେ ଏନ୍‌ଆରସି ଓ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଗୁରୁବାର ଦିନ ବାରଣାସୀଠାରେ କିଛି ମୁସଲମାନ ମହିଳା ବିରୋଧ ପ୍ରଦର୍ଶନ କରିଥିଲେ। ନିକଟରେ ଲକ୍ଷ୍ନୌଠାରେ ମଧ୍ୟ କିଛି ମୁସଲିମ୍‌ ମହିଳା ସିଏଏ ବିରୋଧରେ ଧାରଣାରେ ବସିଥିବାବେଳେ ପୁଲିସ୍‌ ଜବରଦସ୍ତି ତାଙ୍କୁ ଉଠାଇ ନେଇଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜାନୁଆରୀ 28ରେ ଜୟପୁରଠାରେ ସିଏଏ ବିରୋଧରେ ରାଲି କରିବେ ରାହୁଲ୍‌

ଜୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆସନ୍ତା ଜାନୁଆରୀ 28 ତାରିଖରେ ଜୟପୁର ବିଦ୍ୟାଧର ନଗରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ରାଲି କରିବେ। ଏହି ପଦକ୍ଷେପ ଦ୍ବାରା କଂଗ୍ରେସ ସିଏଏ ବିରୋଧରେ ଦେଶର ଯୁବବର୍ଗଙ୍କୁ ଏକତ୍ରିତ କରିବାର ପ୍ରୟାସ କରିବ। ଏହି ରାଲିରେ ରାହୁଲ ଗାନ୍ଧିଙ୍କ ବ୍ୟତୀତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌, ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌, କଂଗ୍ରେସ ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଓ ଦଳର ଅନ୍ୟ ନେତା ପ୍ରମୁଖମାନେ ମଧ୍ୟ ଜୟପୁର ରାଲିରେ ସାମିଲ୍‌ ରହିବେ । ଏହି ରାଲିର ପ୍ରସ୍ତୁତି ଆରମ୍ଭ ହେଲାଣି ବୋଲି ଗେହଲଟ୍‌ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜସ୍ଥାନ ସରକାର ସିଏଏକୁ ବିରୋଧ କରିଛନ୍ତି । କେବଳ ରାଜସ୍ଥାନ ସରକାର ନୁହଁନ୍ତି, ପଶ୍ଚିମବଙ୍ଗ,  ପଞ୍ଜାବ ସହିତ ଆହୁରି ଅନେକ ରାଜ୍ୟ ଏହି ଆଇନକୁ ବିରୋଧ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିରୋଧ ପ୍ରଦର୍ଶନକାରୀଙ୍କୁ ଚକିତ କରିଛନ୍ତି ସରକାର : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ, 28/12 : ବିରୋଧ ପ୍ରଦର୍ଶନ ସମୟରେ ହିଂସା ପ୍ରଦର୍ଶନକାରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସଠିକ୍‌ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ହିଂସା ପ୍ରଦର୍ଶନକାରୀଙ୍କୁ ଚକିତ କରିଛି ବୋଲି ଯୋଗୀ ପ୍ରକାଶ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ପ୍ରତ୍ୟୋକ ଭିଡ ହିଂସାକାରୀ ଚକିତ ହୋଇଯାଇଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ଶାନ୍ତି ଫେରାଇବାରେ ସହାୟକ ହୋଇଛି ବୋଲି ଯୋଗୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ହିଂସାକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତି ଭରଣା କରିବାର ନିଷ୍ପତ୍ତି ନେଇଥିଲେ ଯୋଗୀ ସରକାର । ଶୁକ୍ରବାର ଯୋଗୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସୋସିଆଲ ମିଡିଆରେ ଟ୍ବିଟ୍ଟର ବ୍ୟବହାରକାରୀ ପ୍ରଶଂସା କରିଛନ୍ତି ।