ନୂଆଦିଲ୍ଲୀ, 30/12: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ କାନୁନ୍ (ସିଏଏ)ର ସମର୍ଥନ ପାଇଁ ଅନଲାଇନ୍ ପ୍ରଚାର ଆରମ୍ଭ କରିଛନ୍ତି । ହ୍ୟାଜଟ୍ୟାଗ୍ ଇଣ୍ଡିଆ ସପୋର୍ଟସ୍ ସିଏଏ ହ୍ୟାଜ୍ଟ୍ୟାଟ୍ ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟୁଇଟ୍ କରି କ୍ୟାମ୍ପନେର ଆରମ୍ଭ କରି ଲେଖିଛନ୍ତି ଯେ, ‘ଭାରତ ସିଏଏର ସମର୍ଥନ କରୁଛି, କାରଣ ସିଏଏ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତା ଦେବା ଉଦ୍ଦେଶ୍ୟରେ, ଏହା କାହାର ନାଗରିକତା ଛଡାଇବା ଉଦ୍ଦେଶ୍ୟରେ ନୁହେଁ । ନମୋ ଆପ୍ରେ ସିଏଏ ସମ୍ପର୍କିତ କିଛି ପ୍ରମାଣପତ୍ର, ଭିଡିଓ ଓ ସୂଚୀ ରହିଛି । ଆପଣମାନେ ଏହି ସମର୍ଥନରେ ଅଭିଯାନ ଚଲାନ୍ତୁ ବୋଲି ମୋଦି କହିଛନ୍ତି । (ଏଜେନ୍ସି)