Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦିୱାଲୀରେ ସ୍ୱଦେଶୀ ଦ୍ରବ୍ୟରେ ଭର୍ତ୍ତି ହେଲା ବଜାର, ଚାଇନାକୁ ଲାଗିବ ୬୦ ହଜାର କୋଟିର ଝଟକା: CAIT

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଭାରତୀୟ ବଜାରରେ ଚାଇନାର ସାମଗ୍ରୀର ବ୍ୟବସାୟ ମାନ୍ଦା ହେବାକୁ ଯାଉଛି। ଦୋକାନୀମାନେ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଭାରତୀୟ ବ୍ୟବସାୟୀଙ୍କ ଏକ ବୃହତ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଆକଳନ କରିଛି ଯେ, ଏହି ଦିୱାଲୀ ଋତୁରେ ଚୀନ୍ ପ୍ରାୟ ୬୦ ହଜାର କୋଟି କ୍ଷତି ସହିବ। ଦୀପାବଳି ପର୍ବ ପାଇଁ ମାତ୍ର ୧୦ ଦିନ ବାକି ଅଛି, ଏପରି ପରିସ୍ଥିତିରେ ବଜାରକୁ ସଜାଯାଇଛି। କ୍ରେତାମାନଙ୍କର ଭିଡ଼ ମଧ୍ୟ ଅଛି, କିନ୍ତୁ ବଜାର ପୂର୍ବ ପରି ଚାଇନାର ସାମଗ୍ରୀରେ ପରିପୂର୍ଣ୍ଣ ନାହିଁ। CAIT ର ଦୋକାନୀମାନଙ୍କ ମଧ୍ୟରେ କରାଯାଇଥିବା ସର୍ଭେ ଅନୁଯାୟୀ, ଏହି ଦିୱାଲୀ sଋତୁରେ ଚୀନ୍ ଭାରତୀୟ ବଜାରରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଝଟକା ଲାଗିବାକୁ ଯାଉଛି।

CAIT ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ଆମେ ଦୀପାବଳି ପର୍ବ ପୂଜା ଠାରୁ ଆରମ୍ଭ କରି ଘରର ସାଜସଜ୍ଜା ପର୍ଯ୍ୟନ୍ତ ଜିନିଷ ବିଷୟରେ ଆଲୋଚନା କରୁ, ତେବେ ଚଳିତ ବର୍ଷ ଚାଇନାକୁ ପ୍ରାୟ ୬୦ ହଜାର କୋଟି ବ୍ୟବସାୟ କ୍ଷତି ହେବା ଆଶା କରାଯାଉଛି।” ସମୟ ସହିତ ଭାରତୀୟ ବଜାର ସ୍ୱଦେଶୀ ଦ୍ରବ୍ୟ ଉପରେ ବିଶ୍ୱାସ ଦେଖାଇବା ଆରମ୍ଭ କରିଛି। ଏହି କାରଣରୁ ଭାରତୀୟ ବଜାରରୁ ବର୍ଷକୁ ବର୍ଷ ଚୀନ୍ କୁ କ୍ଷତି ବୃଦ୍ଧି ପାଇବାରେ ଲାଗିଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୧ ମସିହାରେ ଚୀନ୍ କୁ ଦିୱାଲୀରେ ଭାରତରୁ ୪୦ ହଜାର କୋଟି କ୍ଷତି ହୋଇଥିବାବେଳେ ୨୦୨୦ ରେ ୩୦ ହଜାର କୋଟି କ୍ଷତି ହୋଇଥିଲା। ତେବେ ଚଳିତ ବର୍ଷ ଏହାର ପରିମାଣ ବୃଦ୍ଧି ପାଇ ୬୦ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ପ୍ରକାଶ ଯେ CAIT ହେଉଛି ୪୦ ହଜାର ବ୍ୟବସାୟୀଙ୍କ ଏକ ସଂଗଠନ ଏବଂ ଦେଶର ପ୍ରାୟ ୮ କୋଟି ବ୍ୟବସାୟୀ ଏହା ସହ ଜଡିତ। କ୍ୟାଟ୍ ଅନୁଯାୟୀ, ଏହି ଦିୱାଲୀ ଋତୁରେ ୧.୫ ଲକ୍ଷ କୋଟିରୁ ଅଧିକ ବ୍ୟବସାୟ କରିବାର ସମ୍ଭାବନା ରହିଛି। ଗତ ବର୍ଷ ଏହି ଋତୁରେ ୧.୨୫ ଲକ୍ଷ କୋଟିର ବ୍ୟବସାୟ ହୋଇଥିବାବେଳେ ୨୦୨୦ ରେ ଏହା ୭୨ ହଜାର କୋଟି ଏବଂ ୨୦୧୯ ରେ ୬୦ ହଜାର କୋଟି ଥିଲା। ଅନ୍ୟ ଅର୍ଥରେ, ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାର ସାମଗ୍ରୀ ବୀନା ଦୀପାବଳି ଧୀରେ ଧୀରେ ସ୍ୱଦେଶୀ ଦ୍ରବ୍ୟରେ ଆଲୋକିତ ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁରେ ବ୍ୟବସାୟୀ ସଂଗଠନ ପକ୍ଷରୁ ରାଲି: ଜିଏସଟି ଆଇନରେ ବ୍ୟାପକ ପରିବର୍ତ୍ତନକୁ ନେଇ ବନ୍ଦ ଡାକରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: କେନ୍ଦ୍ର ସରକାରଙ୍କ ଜିଏସଟି ଆଇନରେ ବାରମ୍ବାର ସଂଶୋଧନ ବା ପରିବର୍ତ୍ତନ ପ୍ରକ୍ରିୟାକୁ ନେଇ ସର୍ବଭାରତୀୟ ସ୍ତରର ବ୍ୟବସାୟୀ ସଂଗଠନ ସିଏଆଇଟି (CAIT) ଏବଂ ଓଡିଶା ବ୍ୟବସାୟୀ ମହାସଂଘ ଓବିଏମ (OBM) ବିରୋଧ କରୁଛି।

ତେବେ ଏନେଇ ସଂଗଠନ ପକ୍ଷରୁ ଆସନ୍ତା ୨୬ ତାରିଖ ଶୁକ୍ରବାର ଦିନ ସାରା ଭାରତରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ସରକାରଙ୍କ ନିକଟରେ ପ୍ରତିବାଦ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରତିବାଦକୁ ସମର୍ଥନ ଜଣାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ଶତାଧିକ ସଦସ୍ୟ ଏକ ରାଲିର ଆୟୋଜନ କରିଥିଲେ। ଏହି ରାଲିରେ ସଂଘ ପକ୍ଷରୁ ସମଗ୍ର ବାଲୁଗାଁ ବଜାର ପରିକ୍ରମା କରି ଆଇନ ବିରୋଧରେ ହେବାକୁ ଥିବା ପ୍ରତିବାଦ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ସେମାନେ କେନ୍ଦ୍ର ସରକାରଙ୍କ ଏହି ଆଇନ ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବା କର ଆଇନ (GST) କୁ ୨୦୧୭ ମସିହା ଠାରୁ ପ୍ରଚଳନ କରାଯାଇଛି। ଏହି ଆଇନ ପରଠାରୁ ଆଜି ପର୍ଯ୍ୟନ୍ତ ୪ ବର୍ଷ ମଧ୍ୟରେ ୯୫୦ ଥରରୁ ଅଧିକ ଥର ଅର୍ଥାତ ପ୍ରାୟ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ସଂଶୋଧନ ବା ପରିବର୍ତ୍ତନ କରାଯାଇଛି। ଯାହାଫଳରେ ଏହାର ମୂଳ ସ୍ବରୁପକୁ ସମ୍ପୂର୍ଣ୍ଣ ଭାବରେ ବଦଳାଯାଇ ଏକ ଗୋଳମାଳିଆ ବ୍ୟବସ୍ଥା ବା ଜଟିଳ ଟିକସରେ ପରିବର୍ତ୍ତନ କରାଯାଇଛି। ଏହା ବ୍ୟବସାୟୀ ତଥା ଜନସାଧାରଣ ବିରୋଧ ଆଇନରେ ପରିଣତ ହୋଇଛି ବୋଲି ସଂଗଠନ ଅଭିଯୋଗ କରିଛି।

ଦୁଃଖର କଥା କୌଣସି ସଂଶୋଧନ ପୂର୍ବରୁ କେବେହେଲେ ବ୍ୟବସାୟୀଙ୍କ ମତାମତ ନିଆଯାଇ ନାହିଁ। ଏହି ସଂଶୋଧନକୁ ବୁଝି କାର୍ଯ୍ୟକାରୀ କରିବା କାଠିକର ପାଠ ହୋଇଗଲାଣି। ଭାରତୀୟ ସଂବିଧାନ ଅନୁଯାୟୀ ଶହେ ଦୋଷୀ ଯାଉ ପଛେ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ କିନ୍ତୁ ଏହି ଆଇନରେ ଏହାର ବିପରୀତ ଅର୍ଥାତ ଜଣେ ବ୍ୟବସାୟୀ ଯଦି ଭୁଲ କରିଦିଏ ତେବେ ତା’ର ଦଣ୍ଡ ଶହେ ବ୍ୟବସାୟୀଙ୍କୁ ଭୋଗିବାକୁ ବାଧ୍ୟ କରାଯାଉଅଛି।

ମଣିଷ ମାତ୍ରକେ ଭୁଲ ଅଛି, ଯଦି କୌଣସି କାରଣ ବଶତଃ ଭୁଲ ଏଣ୍ଟ୍ରି ହୋଇଗଲା ତେବେ ତାର ସଂଶୋଧନ କରିବାର ଅବକାଶ ଦିଆଯାଉ ନାହିଁ। ଏହିପରି କଥାକଥାକେ ପେନାଲଟି, ଲାଇସେନ୍ସ ରଦ୍ଦ ଇତ୍ୟାଦି। ଏହିପରି ଅନେକ ସଂଶୋଧନ ଅଛି ଯାହାକି ମୌଳିକ ଅଧିକାରକୁ ଛଡାଇ ହିଟଲରୀ ଆଇନରେ ପରିଣତ କରାଯାଉଛି ବୋଲି ସଂଗଠନ ଅଭଯୋଗ କରିଛି।

Categories
ଆଜିର ଖବର ବ୍ୟବସାୟ

ଶହେ ଦିନରେ15 ଲକ୍ଷ କୋଟି କ୍ଷତି, ସଂକଟରେ ଖୁଚୁରା ଉଦ୍ୟୋଗ

ନୂଆଦିଲ୍ଲୀ, ବିଗତ ଶହେ ଦିନରେ 15 ଲକ୍ଷ କୋଟି ଟଙ୍କାର କ୍ଷତି। ଏହି କ୍ଷତିର ହିସାବ କେବଳ ଖୁଚୁରା ବଜାର କ୍ଷେତ୍ରରେ। କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ପ୍ରତିଟି କ୍ଷେତ୍ରକୁ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଅଖିଳ ଭାରତ ବାଣିଜ୍ୟିକ ମହାସଂଘ CAIT ଦେଇଥିବା ଏକ ବିବୃତିରେ ଏହା ଦର୍ଶାଇଛି।

ମହାସଂଘ କହିଛି ଯେ, ଦେଶବ୍ୟାପୀ ବ୍ୟବସାୟୀମାନେ ତିନି ମାସ ହେଲା ଠିକ୍ ଭାବେ ବ୍ୟବସାୟ କରି ନପାରି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। କର୍ମଚାରୀ ଅଭାବ, କାରବାରରେ ମାନ୍ଦା, ଆର୍ଥିକ ନିଅଣ୍ଟ ବ୍ୟବସାୟୀମାନଙ୍କ ମନୋବଳ ଭାଙ୍ଗି ଦେଇଛି। ଏ ଦୁର୍ଦ୍ଦିନରେ ସରକାରଙ୍କ ପକ୍ଷରୁ ଯାହା ବି ସହଯୋଗ ମିଳିବା କଥା ତାହା ମିଳୁନଥିବାରୁ ବ୍ୟବସାୟ କରି ଚଳୁଥିବା ଲୋକଙ୍କ ମନୋବଳ ଭାଙ୍ଗି ଗଲାଣି।

ପୂର୍ବରୁ ଏଭଳି ସଂକଟ ଦେଇ କେବେ ବି କେହି ଗତି କରି ନଥିଲେ। ଏହି ଧାରା ଜାରି ରହିଲେ ଦେଶରେ 20 ପ୍ରତିଶତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯିବ ବୋଲି ସଂଗଠନର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି।