Categories
ଆଜିର ଖବର

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ : ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ

୧୩ ହଜାର କୋଟି ଟଙ୍କାର ପିଏନ୍‌ବି ଋଣ ନେଇ ବିଦେଶ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନ ଲଣ୍ଡନର ଏକ କୋର୍ଟ ଖାରଜ କରି ଦେଇଛନ୍ତି। ମୋଦିଙ୍କ ଜାମିନ ଆବେଦନ ଖାରଜ ହେବା ସହିତ ତାଙ୍କୁ ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ଆଦେଶ ଦେଇଛନ୍ତି ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟ। ଶୁକ୍ରବାର ମୋଦିଙ୍କ ଜାମିନ ଆବେଦନର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା। କୋର୍ଟ କହିଥିଲେ, ଏକ ଭାରତୀୟ ବ୍ୟାଙ୍କରୁ ଆପଣ ଠକାମି କରିଛନ୍ତି ତେଣୁ ଆପଣଙ୍କ ଜାମିନ ଖାରଜ କରାଯାଉଛି। ଏହା ସହିତ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ପୂର୍ବରୁ ମାର୍ଚ୍ଚ ୨୯ରେ ମାଜିଷ୍ଟ୍ରେଟ୍‌ ଏମ୍ମା ଆର୍ମବଥଣ୍ଟ ମଧ୍ୟ ପ୍ରମାଣ ନଷ୍ଟ ହେବା ଭୟରେ ନୀରବଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

Categories
ଆଜିର ଖବର

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲା : ସୁଶେନ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ

ବହୁଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡରେ ସୁଶେନ ମୋହନ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ୩୬୦୦ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କ ଜାମିୁନ ଆବେଦନକୁ କୋର୍ଟ ଖାରଜ କରିଥିବା ବେଳେ ସେ ପୁନର୍ବାର ଜେଲ୍‌ ଯିବା ସ୍ପଷ୍ଟ ହୋଇଛି। ସୁଶେନ ମୋହନ ଗୁପ୍ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା। ଏହି ମାମଲାରେ ରାଜୀବ ସକ୍ସେନା ସରକାରୀ ସାକ୍ଷୀ ହେବା ପାଇଁ ରାଜି ହେବା ଦ୍ଵାରା ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ରାଜୀବ ସକ୍ସେନାଙ୍କୁ ୟୁଏଇରୁ ପ୍ରତ୍ୟର୍ପଣ କରାଯିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ସ୍ବତନ୍ତ୍ର ଜଜ୍‌ ଅରବିନ୍ଦ କୁମାର ଏହି ମାମଲାର ବିଚାର କରିଥିଲେ।