Categories
ଆଜିର ଖବର

ଦିଲ୍ଲୀ ବିମାନବନ୍ଦରରେ ଅଗ୍ନିକାଣ୍ଡ ଗୁଜବ

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅଗ୍ନିକାଣ୍ଡର ଗୁଜବ ସୃଷ୍ଟି ହୋଇଥିଲା। ଏକ ବିମାନରୁ କଳା ଧୂଆଁ ବାହାରୁଥିବାର ଦେଖି ଅଗ୍ନିକାଣ୍ଡର ଭ୍ରମ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବୋଇଙ୍ଗ ୭୭୭ ବିମାନରେ ନିଆଁ ଲାଗିଥିବାର ଦେଖାଯାଇଥିଲା। ଏହା ଦିଲ୍ଳୀ ବିମାନବନ୍ଦରରେ ଭୟର ପରିବେଶ ସୃଷ୍ଟି କରିଥିଲା। ବୁଧବାର ରାତ୍ରରେ ବିମାନବନ୍ଦରର ଅତିରିକ୍ତ ବିଦ୍ୟୁତ୍‌ ୟୁନିଟ୍‌ (ଏପିୟୁ) ପକ୍ଷରୁ ଏହି ନିଆଁକୁ ପ୍ରଥମେ ଦେଖା ଯାଇଥିଲା। ଏକ ଏସିର ମରାମତି ସମୟରେ ଏହା ଲକ୍ଷ୍ୟ କରିଥିଲେ ଏପିୟୁର ଜନୈକ ଇଞ୍ଜିନିୟର। ଦିଲ୍ଳୀରୁ ସାନ୍‌ଫ୍ରାନ୍‌ସିସ୍‌କୋ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହି ତ୍ରୁଟି ଦେଖା ଦେଇଥିଲା। ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯିବା ସହିତ ଏକ ଭିଡିଓ ଜାରି କରାଯାଇଥିଲା କି ଏହା ବାସ୍ତବରେ ଅଗ୍ନିକାଣ୍ଡ ନଥିଲା। ତେଲ ଟାଙ୍କିରୁ ବିମାନ ଇନ୍ଧନ ଲିକ୍‌ ହେଉଥିଲା ଏବଂ କଳା ଧୂଆଁ ଅଗ୍ନିକାଣ୍ଡର ଭ୍ରାନ୍ତ ଧାରଣା ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏପିୟୁ ପକ୍ଷରୁ ବିମାନଟିର ପରୀକ୍ଷଣ କରାଯାଇ ଅଗ୍ନିକାଣ୍ଡର କୌଣସି ସୂଚନା ନଥିବା ସ୍ପଷ୍ଟ କରିଥିଲେ।

Categories
ଆଜିର ଖବର

ଥାନେର ଭିଓ୍ବାଣ୍ଡିରେ ଭୟାବହ ଅଗ୍ନିକାଣ୍ଡ

ଥାନେର ଭିଓ୍ବାଣ୍ଡିରେ ଏକ ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭିଓ୍ବାଣ୍ଡୀର କାଲ୍ହେର ବଜାରରେ ଥିବା ଜୟ ମାତା ଦି କମ୍ପାଉଣ୍ଡରେ ଘଟିଥିବା ଏହି ଅଗ୍ନିକାଣ୍ଡ ଦୀର୍ଘ ୬ ଘଣ୍ଟା ଧରି ଲାଗି ରହିଥିଲା। ଗୋଦାମ ଗୃହରେ ପ୍ଲାଷ୍ଟିକ୍‌ ବ୍ରସ୍‌ ରହିଥିବାରୁ ନିଆଁ ଖୁବ୍‌ ଶୀଘ୍ର ବ୍ୟାପି ଯାଇଥିଲେ। ସକାଳ ୫.୪୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ଯାଇଥିବା ନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳକୁ ନିଜାମପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଆସିଥିବା ବେଳେ ଥାନେର ଦୁଇଟି ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।