Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ୩୦୦ ଫୁଟ ଘାଟିରୁ ଖସିଲା ଟାଭେରା ୧୦ ମୃତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ ପ୍ରକାଶ

ଜମ୍ମୁ: ଆଜି ରାମବନ୍ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଏସୟୁଭି ଗଭୀର ଘାଟିରେ ଖସିପଡିରୁ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିବା ସମୟରେ ରାମବନ୍‌ର ବ୍ୟାଟେରୀ ଚଶମା ଅଞ୍ଚଳରେ ରାତି ପ୍ରାୟ ୧: ୧୫ ରେ ୩୦୦ ଫୁଟ ଗଭୀର ଘାଟରେ ଗାଡି (ଟାଭେରା) ଟି ଖସି ପଡିଥିଲା।

ଏହି ଦୁର୍ଘଟଣାରେ ୯ ଜଣ ଯାତ୍ରୀ ଏବଂ ଟାଭେରା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ରାମବନ୍‌ରେ ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରାଷ୍ଟ୍ରପତି ମୁର୍ମୁ ଏକ ପୋଷ୍ଟରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ଜାତୀୟ ରାଜପଥରେ ରାମବନ୍ ଅଞ୍ଚଳରେ ଏକ ଗାଡି ଘାଟିରେ ଖସିଯିବା ପରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ସଡକ ଦୁର୍ଘଟଣାରେ ସାଉଥ୍‌ ଆଫ୍ରିକାର ଷ୍ଟାର ଖେଳାଳୀଙ୍କର ମୃତ୍ୟୁ

ସାଉଥ୍‌ ଆଫ୍ରିକା : ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳୀ ମୋତିଜେକା ମଦିସାଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଜୋହାନିସବର୍ଗରେ ଏହି ଦୁର୍ଘଟଣା ହୋଇଥିବାର ସୂଚନା ରହିଛି । 25 ବର୍ଷୀୟ ଡିଫେଣ୍ଡର୍‌ ମଦିସା କାର୍‌ରେ ଜଣଙ୍କ ସହିତ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିସ୍ଫୋରଣ ହୋଇ ଜଳିଯାଇଥିଲା । ଏହି ଦୁର୍ଘଟଣାରେ ମଦିସାଙ୍କ ସହିତ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମଦିସାଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ ଆଫ୍ରିକା ଫୁଟବଲ୍‌ ଆସୋସିଏସନ୍‌ ସୂଚନା ଦେଇଛି । ମଦିସାଙ୍କ କାର୍‌ ଆକ୍ସିଡେଣ୍ଟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ମଦିସା ଦକ୍ଷିଣ ଆଫ୍ରିକା ପ୍ରିମିୟର ସକର୍‌ ଲିଗ ଚାମ୍ପିୟନ୍ସରେ  ମଧ୍ୟ ଖେଳି ଥିଲେ । ଗତ କିଛି ମାସ ତଳେ ଆଫ୍ରିକା ଅଫ୍‌ ନେସନ୍‌ କ୍ବାଲିଫିକେସନ୍‌ ଡବଲ୍‌ ହେଡରରେ ସାଓ ତାମେଙ୍କ ବିପକ୍ଷରେ ସେ ମଇଦାନକୁ ଓହ୍ଲାଇଥିଲେ ।

ତେବେ ଦୁର୍ଘଟଣାଟି କିପରି ଘଟିଲା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ କିଛି ସୂଚନା ମିଳିପାରିନାହିଁ । ମାତ୍ର ଏହି ଦୁର୍ଘଟଣାରେ ଲୋକପ୍ରିୟ ଖେଳାଳୀଙ୍କର ଦୁଃଖଦ ମୃତ୍ୟକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଶୋକାର ଛାୟା ଖେଳିଯାଇଛି । ଗତ କିଛି ଦିନ ପୂର୍ବେ କାର୍‌ ଦୁର୍ଘଟଣାରେ ଦକ୍ଷିଣ ଆଫ୍ରିକାର ଅନ୍ୟ ଜଣେ ଫୁଟବଲ୍‌ ଖେଳାଳୀ ଏନ୍‌ଲେଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ବ୍ରହ୍ମପୁର ଏମକେସିଜି ଡାକ୍ତର

ସୀତାରାମ ଅଗ୍ରୱାଲ 

ବାଲୁଗାଁ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଳ୍ପକେ ବର୍ତ୍ତିଲେ ଜଣେ ଡାକ୍ତର।

ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ବାର ଘଟିକା ସମୟରେ ବଡ଼ବିଲରୁ ଗୋପାଳପୁର ବନ୍ଦର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ଓଆର ୦୧ ଏଲ ୯୦୪୫) କୁ ବାଲୁଗାଁ ବାଇପାସ ସୁବୁଦ୍ଧିପାଟଣା ଛକ ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଯାଉଥିବା ଏକ ହୁଣ୍ଡାଇ କାର(ଓଡ଼ି ୦୨ ଏଡି ୩୪୭୨) ପଛପଟୁ ଧକ୍କା ଦେଇଥିଲା। ହେଲେ କାର ଚାଳକଙ୍କ ଅସାବଧାନତା ଲାଗି ଏହି ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି।

ଦୁର୍ଘଟଣାରେ କାରର ଆଗ ପାଖ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଦୁର୍ଘଟଣାଗ୍ରସ୍ତ କାରଟିର ମାଲିକ ଡାକ୍ତର ବିଜୟ କୁମାର ନାୟକ। ସେ ନିଜେ ତାଙ୍କ ଗାଡିରେ ଯାତ୍ରା କରୁଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଯେଉଁଥିରେ ସୌଭାଗ୍ୟବଶତଃ ଡାକ୍ତର ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଖବର ପାଇ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଡାକ୍ତରଙ୍କୁ ଉଦ୍ଧାର କରିଥିବାବେଳେ ଗାଡ଼ି ଜବତ କରି ତଦନ୍ତ ଚଳାଇଛି। ଡାକ୍ତର ଶ୍ରୀ ନାୟକ ସୁସ୍ଥ ଥିବା ଜଣାପଡିଛି।