Categories
ଆଜିର ଖବର ଜାତୀୟ ଖବର

ଉତ୍ତର ପ୍ରଦେଶରେ ଜାତିଗତ ହିଂସା : 6 ଆହତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜାତିଗତ ହିଂସାରେ 6 ଜଣ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଏହି ଘଟଣା ଘଟିଛି । ଗୁରୁବାର ମାଙ୍ଗଟା ଗ୍ରାମରେ ଉଚ୍ଚଜାତି ଏବଂ ଦଳିତଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଥିବା ବେଳେ 6 ଜଣ ଆହତ ହେବା ସହିତ ଗୋଟିଏ ଘରକୁ ନିଆଁ ଲଗାଇ ଦିଆଯାଇଛି । ଫେବୃୟାରୀ 8ରୁ ଅନୁଷ୍ଠିତ ଭୀମ କଥାର ସମାପ୍ତି ପରେ ଭୀମ ଶୋଭାଯାତ୍ରା ସମୟରେ ଏହି ଘଟଣା ଘଟିଥିଲା । ଜଣେ ବାଳକ ଆମ୍ବେଦକରଙ୍କ ପୋଷ୍ଟରକୁ ବାଡିରେ ମାରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ପରସ୍ପର ଉପରକୁ ପଥର ମାଡ କରିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପୋଲିସ୍‌ ମୁତୟନ ହୋଇଥିବା ବେଳେ ଆହତ ମାନଙ୍କୁ ଆକବରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ଜାତିପ୍ରଥାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି ମୋଦି : ମାୟାବତୀ

ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ନିଜକୁ ପଛୁଆ ବର୍ଗର ବୋଲି କହୁଥିବା ମୋଦିଙ୍କୁ ସମାଲୋଚନା କରି ମାୟାବତୀ କହିଛନ୍ତି, ମୋଦି ନିଜର ରାଜନୈତିକ ଫାଇଦା ପାଇଁ ଏପରି କହୁଛନ୍ତି। ବିପକ୍ଷ ତାଙ୍କୁ ନୀଚ୍ଚ ଜାତିର ବୋଲି କହୁଛନ୍ତି ବୋଲି ଅଭିଯୋଗ କରିବା ସହିତ ନିଜକୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)  ଶ୍ରେଣୀର ବୋଲି ମୋଦି କହିବା ପରେ ମନ୍ତବ୍ୟ ଦେଇଛନ୍ତି ମାୟାବତୀ। ଗୁଜରାତର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ମୋଦି ଉଚ୍ଚବର୍ଗର ରହିଥିବା ବେଳେ ରାଜନୈତିକ ଫାଇଦା ପାଇଁ ନିଜ ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ ତାଲିକାରେ ସାମିଲ କରିଛନ୍ତି ବୋଲି ଲକ୍ଷ୍ନୌରେ ଅଭିଯୋଗ କରିଛନ୍ତି ମାୟା। ଅଖିଳେଶ ଯାଦବ ଏବଂ ମୁଲାୟମ ସିଂ ଯାଦବଙ୍କ ପରି ମୋଦି ପଛୁଆ ବର୍ଗ ଭାବରେ ଜନ୍ମ ନେଇ ନାହାନ୍ତି ବୋଲି ମଧ୍ୟ ମାୟାବତୀ କହିଛନ୍ତି। କନୌଜରେ ମୋଦି କହିଥିଲେ, ମାୟାବତୀ ଏବଂ ଅଖିଳେଶଙ୍କ ପଛୁଆ ଜାତି କାର୍ଡ ଚଳିତ ନିର୍ବାଚନରେ କାମ କରିବ ନାହିଁ କାରଣ ମୁଁ ମଧ୍ୟ ପଛୁଆ ବର୍ଗରୁ ଆସିଛି। ଦେଶର ୧୩୦ କୋଟି ମୋର ପରିବାର ଏବଂ ମୁଁ କୌଣସି ଜାତିର ନୁହେଁ ବୋଲି ମୋଦି କହିଥିଲେ। ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନ ପାଇଁ ମହାମେଣ୍ଟରେ ସମାଜବାଦୀ ପାର୍ଟି ୩୭ ଆସନରେ ଏବଂ ବିଏସ୍‌ପି ୩୮ ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।