Categories
ଆଜିର ଖବର ଜାତୀୟ ଖବର

ଦଶମ ପରୀକ୍ଷା ଫଳ ଘୋଷଣା କଲା CBSE ବୋର୍ଡ, ଏଠାରେ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଫଳ 2023 ର ଅପେକ୍ଷା ସମାପ୍ତ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି CBSE ଦଶମ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍ଇ ବୋର୍ଡ ଦଶମ ପରୀକ୍ଷା ଦେଇଛନ୍ତି, ସେମାନେ ସିବିଏସ୍ଇ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରୁ ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ। ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବା ପରେ CBSE ବୋର୍ଡ ଦଶମ ଫଳାଫଳ ଘୋଷଣା କରିଛି।

କିପରି କରିବେ ଯାଞ୍ଚ?:

– ଛାତ୍ରଛାତ୍ରୀମାନେ ପ୍ରଥମେ CBSE ବୋର୍ଡ cbse.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଅନ୍ତୁ।

– ମୂଳପୃଷ୍ଠାରେ ଫଳାଫଳ ବିଭାଗରେ କ୍ଲିକ୍ କରନ୍ତୁ।

– ଏହା ପରେ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (କ୍ଲାସ୍ X) ଫଳାଫଳ 2023 ଲିଙ୍କରେ କ୍ଲିକ୍ କରନ୍ତୁ।

– ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ କାର୍ଡ ID ପ୍ରବେଶ କରିବାକୁ ପଡିବ।

– ରୋଲ୍ ନମ୍ବର ପ୍ରବେଶ କରିବା ପରେ, CBSE ବୋର୍ଡ ଦଶମ ଫଳାଫଳ ପରଦାରେ ଦେଖାଯିବ।

Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା CBSE ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ: ପ୍ରଥମେ ସ୍ଥାନରେ ତ୍ରିଭେନ୍ଦ୍ରମ୍ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: CBSE ବୋର୍ଡ ଦ୍ୱାଦଶ ଫଳାଫଳ ପ୍ରକାଶ ପାଇଛି। ଏଥର ବାଳିକାମାନଙ୍କର ମୋଟ ପାସ୍ ପ୍ରତିଶତ 90.68% ରହିଛି। ବାଳକମାନଙ୍କ ସାମଗ୍ରିକ ପାସ୍ ପ୍ରତିଶତ 84.67 ପ୍ରତିଶତ ଅଛି। ଏହି ବର୍ଷର ମୋଟ ପାସ୍ ପ୍ରତିଶତ 87.33% ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ଭଲ।

ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ଵାଦଶ ଫଳାଫଳରେ ତ୍ରିଭେନ୍ଦ୍ରମ୍ ଛାତ୍ରଛାତ୍ରୀମାନେ ସର୍ବୋତ୍ତମ ରେଜଲ୍ଟ କରିଛନ୍ତି। ସେଠାରେ ମୋଟ 99.91 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି।

ତ୍ରିଭେନ୍ଦ୍ରମ୍ ପ୍ରଥମେ ସ୍ଥାନରେ ରହିଛି। ବାଙ୍ଗାଲୋ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେଠାରେ 98.64 ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚେନ୍ନାଇ 97.40 ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।

ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ୱାଦଶରେ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଛି। ସେଠାରେ ମୋଟ 97.51 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଫେବୃଆରୀ ୧୫ ରୁ ଆରମ୍ଭ ହେବ CBSE ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ କରିବ। CBSE ବୋର୍ଡ ପରୀକ୍ଷାଏପ୍ରିଲ ୦୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବର୍ଷ ବୋର୍ଡ ପରୀକ୍ଷାରେ ୩୮ ଲକ୍ଷ ୮୩ ହଜାର ୭୧୦ ଛାତ୍ରଛାତ୍ରୀ ଯୋଗଦେବେ। ବୋର୍ଡ ପରୀକ୍ଷା ସକାଳ ୧୦.୩୦ ରୁ ମଧ୍ୟାହ୍ନ ୧.୩୦ ପର୍ଯ୍ୟନ୍ତ ଚାଲିବ।

ସିବିଏସ୍ଇ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ବୋର୍ଡ ପରୀକ୍ଷାରେ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହାଜର ହେବେ। ସେଥିମଧ୍ୟରୁ ୨୧ ଲକ୍ଷ ୮୬ ହଜାର ୯୪୦ ବିଦ୍ୟାର୍ଥୀ ଦଶମ ପରୀକ୍ଷା ଦେବେ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରଛାତ୍ରୀ ହାଜର ହେବେ। ଦେଶ ତଥା ବିଦେଶରେ ବୋର୍ଡ ପରୀକ୍ଷା ପାଇଁ ସିବିଏସ୍ଇ ଦ୍ୱାରା ୭ ହଜାର ୨୫୦ ରୁ ଅଧିକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୩୬ ଦିନ ଲାଗିବ।