Categories
ଆଜିର ଖବର ଜାତୀୟ ଖବର

CBSE 12ଶ ପରୀକ୍ଷା ବାତିଲ ହେବ କି ନାହିଁ ଆଜି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ, CBSE 12ଶ ପରୀକ୍ଷା ବର୍ତ୍ତମାନ ପରିସ୍ଥିତିରେ ହେବ କି ନାହିଁ ସେ ନେଇ ଆଜି ହୋଇପାରେ ନିଷ୍ପତ୍ତି। କାରଣ ଆଜି ଏ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ରହିଛି। ଗତ ଶୁକ୍ରବାର ଦିନ ଏ ନେଇ ଶୁଣାଣି ଚାଲିଥିଲା। ହେଲେ ଆବେଦନକାରୀ କେତେକ ପ୍ରମାଣ ଦେଇ ନ ଥିବାରୁ ତାହା ସୋମବାର ଦିନ 11ଟାରେ ଶୁଣାଣି ହେବ ବୋଲି କୋର୍ଟ ଜଣାଇଥିଲେ। ସେହି ଅନୁସାରେ ଆଜି ଏ ନେଇ ବିଚାରପତି ଏ ଏମ ଖାନୱାଲକର ଏବଂ ଦିନେଶ ମାହେଶ୍ବରୀ ଡିଭିଜନ ବେଞ୍ଚରେ ଶୁଣାଣି ହେବ।

Categories
ଜାତୀୟ ଖବର ବିଶେଷ ଖବର

CBSE 12th ପରୀକ୍ଷା ସ୍ଥଗିତ ଉପରେ ଏକ ବଡ ପଦକ୍ଷେପ ନେଲା କେରଳର ସ୍କୁଲ ପରିଚାଳନା ସଂଘ

ନୂଆଦିଲ୍ଲୀ, ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ସିବିଏସ୍ଇ 12 ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ତେବେ ଏହାକୁ ନେଇ କେରଳ ସିବିଏସ୍ଇ ସ୍କୁଲ୍ ମ୍ୟାନେଜମେଣ୍ଟ ଆସୋସିଏସନ୍ ତରଫରୁ ଏକ ବଡ ପଦକ୍ଷେପ ନିଆଯାଇଛି। ସଂଘ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ CBSE 12th ଛାତ୍ରଛାତ୍ରୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଥିବା ସମସ୍ୟାକୁ କେନ୍ଦ୍ର ସରକାର ସମାଧାନ କରନ୍ତୁ ବୋଲି ନିବେଦନ କରାଯାଇଛି।

ଆସୋସିଏସନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସିବିଏସ୍ଇ କ୍ଲାସ୍ 12 ବୋର୍ଡ ପରୀକ୍ଷା 2021 ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ଡିଗ୍ରୀ ଏବଂ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ସ୍ଥଗିତ ରଖାଯାଉ। ଏ ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ପଡିବ ବୋଲି ସଂଘ ନିବେଦନ କରିଛି।

ଏହି ଚିଠିରେ  ଦର୍ଶାଯାଇଛି ଯେ କେରଳ ରାଜ୍ୟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୀଘ୍ର ଶେଷ ହେବ ଏବଂ ଫଳ ମଧ୍ୟ ପ୍ରକାଶିତ ହେବ। ଏହାପରେ ସେମାନଙ୍କର ଡିଗ୍ରୀ କଲେଜରେ ନାମଲେଖା ମଧ୍ୟ ଆରମ୍ଭ ହୋଇଯିବ। ଏହାଦ୍ବାରା ସିବିଏସ୍ଇ କ୍ଲାସ୍ 12 ଛାତ୍ରଛାତ୍ରୀଙ୍କ ଚିନ୍ତା ବୃଦ୍ଧି ପାଇବ। କାରଣ ସେମାନଙ୍କର ଫଳ ବାହାରି ନ ଥିବାରୁ ସେମାନେ କୌଣସି ଡିଗ୍ରୀ କଲେଜରେ ନାମ ଲେଖାଇ ପାରିବେ ନାହିଁ।

ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ସରକାରମାନେ ବରିଷ୍ଠ ଶିକ୍ଷାବିତଙ୍କ ସହିତ ପରାମର୍ଶ କରି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବାକୁ ଚିନ୍ତା କରୁଛନ୍ତି। ଏହା ପ୍ରକାଶ ପାଇବା ପରେ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ଆରମ୍ଭ ହେବ। ଏଥିରେ CBSE 12th ପାଶ୍ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ।

ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପ୍ରତି ଏପରି ଅନ୍ୟାୟକୁ ଏଡାଇବା ପାଇଁ ସରକାର ଦୟାକରି ରାଜ୍ୟ ସରକାରଙ୍କୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବା ପରେ ଆଡମିଶନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରିଛି କେରଳର CBSE ବିଦ୍ୟାଳୟ ପରିଚାଳନା ସଂଘ ।