Categories
cbse10th CBSE12th ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା CBSE ୧୦ମ, ୧୨ଶ ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ କଣ ଅଛି

ନୂଆଦିଲ୍ଲୀ: ଆଜି CBSE ର ୧୦ମ ଏବଂ ୧୨ଶ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ସିବିଏସସି ବୋର୍ଡ ତରଫରୁ ଏହି ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବ । ସେହିପରି ୧୨ଶ ବୋର୍ଡ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଶେଷ ହେବ।

ପରୀକ୍ଷା ସବିଶେଷ ତଥ୍ୟ ତଥା କେଉଁ ଦିନ କଣ ରହିଛି ଜାଣିବା ପାଇଁ ଏହା ଉପରେ CLICK କରନ୍ତୁ

ଏହି ବୋର୍ଡର ପରୀକ୍ଷା ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ରେ ଶେଷ ହେବ ବୋଲି କୁହାଯାଇଛି। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ସମୟକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାସୂଚୀ ପ୍ରସ୍ତୁତ କରାଯାଇଛି ବୋଲି ସିବିଏସସି ପକ୍ଷରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

CBSE 12th ପରୀକ୍ଷା ସ୍ଥଗିତ ଉପରେ ଏକ ବଡ ପଦକ୍ଷେପ ନେଲା କେରଳର ସ୍କୁଲ ପରିଚାଳନା ସଂଘ

ନୂଆଦିଲ୍ଲୀ, ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ସିବିଏସ୍ଇ 12 ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ତେବେ ଏହାକୁ ନେଇ କେରଳ ସିବିଏସ୍ଇ ସ୍କୁଲ୍ ମ୍ୟାନେଜମେଣ୍ଟ ଆସୋସିଏସନ୍ ତରଫରୁ ଏକ ବଡ ପଦକ୍ଷେପ ନିଆଯାଇଛି। ସଂଘ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ CBSE 12th ଛାତ୍ରଛାତ୍ରୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଥିବା ସମସ୍ୟାକୁ କେନ୍ଦ୍ର ସରକାର ସମାଧାନ କରନ୍ତୁ ବୋଲି ନିବେଦନ କରାଯାଇଛି।

ଆସୋସିଏସନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସିବିଏସ୍ଇ କ୍ଲାସ୍ 12 ବୋର୍ଡ ପରୀକ୍ଷା 2021 ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ଡିଗ୍ରୀ ଏବଂ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ସ୍ଥଗିତ ରଖାଯାଉ। ଏ ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ପଡିବ ବୋଲି ସଂଘ ନିବେଦନ କରିଛି।

ଏହି ଚିଠିରେ  ଦର୍ଶାଯାଇଛି ଯେ କେରଳ ରାଜ୍ୟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୀଘ୍ର ଶେଷ ହେବ ଏବଂ ଫଳ ମଧ୍ୟ ପ୍ରକାଶିତ ହେବ। ଏହାପରେ ସେମାନଙ୍କର ଡିଗ୍ରୀ କଲେଜରେ ନାମଲେଖା ମଧ୍ୟ ଆରମ୍ଭ ହୋଇଯିବ। ଏହାଦ୍ବାରା ସିବିଏସ୍ଇ କ୍ଲାସ୍ 12 ଛାତ୍ରଛାତ୍ରୀଙ୍କ ଚିନ୍ତା ବୃଦ୍ଧି ପାଇବ। କାରଣ ସେମାନଙ୍କର ଫଳ ବାହାରି ନ ଥିବାରୁ ସେମାନେ କୌଣସି ଡିଗ୍ରୀ କଲେଜରେ ନାମ ଲେଖାଇ ପାରିବେ ନାହିଁ।

ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ସରକାରମାନେ ବରିଷ୍ଠ ଶିକ୍ଷାବିତଙ୍କ ସହିତ ପରାମର୍ଶ କରି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବାକୁ ଚିନ୍ତା କରୁଛନ୍ତି। ଏହା ପ୍ରକାଶ ପାଇବା ପରେ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ଆରମ୍ଭ ହେବ। ଏଥିରେ CBSE 12th ପାଶ୍ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ।

ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପ୍ରତି ଏପରି ଅନ୍ୟାୟକୁ ଏଡାଇବା ପାଇଁ ସରକାର ଦୟାକରି ରାଜ୍ୟ ସରକାରଙ୍କୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବା ପରେ ଆଡମିଶନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରିଛି କେରଳର CBSE ବିଦ୍ୟାଳୟ ପରିଚାଳନା ସଂଘ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ସୂଚୀ, କ୍ଲିକ କରି ଜାଣନ୍ତୁ କେଉଁଦିନ କଣ ରହିଛି

ନୂଆଦିଲ୍ଲୀ, ଆଜି କେନ୍ଦ୍ର ଶିକ୍ଷା ବିଭାଗ ତରଫରୁ ସିବିଏସଇ ବୋର୍ଡ ପରୀକ୍ଷା ସୂଚି ପ୍ରକାଶ ପାଇଛି। ଏଥିରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ଏହି ସୂଚୀ ପ୍ରକାଶ ପାଇଛି। ସେହି ଅନୁସାରେ ଦଶମ ବୋର୍ଡ ପରୀକ୍ଷା ମେ 4 ତାରିଖ ଦିନ 10ଟା 30ରୁ ପରୀକ୍ଷା ଆରମ୍ଭ ହେବ। ଏହା ଦିନ 1ଟା 30 ମିନଟ ପର୍ଯ୍ୟନ୍ତ ଚାଲିବ। ଶେଷ ପରୀକ୍ଷା ଜୁନ 7 ତାରିଖରେ ରହିଛି। ସେହିପରି ଦ୍ବାଦଶ ପରୀକ୍ଷା ମଧ୍ୟ ସେହି ମେ 4 ତାରିଖରେ ଆରମ୍ଭ ହୋଇ ଜୁନ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ତଳେ ଥିବା ଲିଙ୍କ କ୍ଲିକ କରି କେଉଁଦିନ କଣ ଅଛି ତାହା ଜାଣନ୍ତୁ

1-ଦଶମ ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

2-ଦ୍ବାଦଶ ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବଡ ଘୋଷଣା

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ବଡ ଘୋଷଣା ହୋଇଛି। ଆସନ୍ତା ଜାନୁଆରୀ ଏବଂ ଫେବୃୟାରୀ ମାସରେ ପରୀକ୍ଷା ହେବାକୁ ନେଇ ଯେଉଁ ସନ୍ଦେହ ଲାଗିରହିଥିଲା, ତାହା ଏବେ ସ୍ପଷ୍ଟ ହୋଇଯାଇଛି। ଆସନ୍ତା ଫେବୃୟାରୀ ମାସରେ ପରୀକ୍ଷା ହେବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସ୍ପଷ୍ଟ କରିଛନ୍ତି। ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ସମ୍ପର୍କରେ ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ଥିବାରୁ ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ହେବ। କରୋନା ଯୋଗୁଁ ପାଠ ପଢାରେ ଅସୁବିଧା ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସିଲାବସକୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି।