Categories
ଆଜିର ଖବର ଜାତୀୟ ଖବର

ବିପିନ ରାୱତଙ୍କ ପରେ ପରବର୍ତ୍ତୀ CDS କିଏ ହେବ?, ସବୁଠୁ ବଡ଼ ସେନା ପଦବୀ ପାଇଁ ଏମାନେ ପ୍ରତିଦ୍ୱନ୍ଦ୍ୱୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ବୁଧବାର ଦିନ ପ୍ରାଣହାନୀ ଘଟିଛି। ତାଙ୍କର ନିଧନ ପରେ, ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାରତର ପରବର୍ତ୍ତୀ ସିଡିଏସ କିଏ ହେବ? ଦେଶର ସବୁଠୁ ବଡ ସେନା ପଦବୀକୁ ଅଧିକ ସମୟ ଖାଲି ରଖାଯାଇପାରିବ ନାହିଁ। ବରିଷ୍ଠତା କ୍ରମରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରଭଣେ ଶୀର୍ଷରେ ଅଛନ୍ତି ଏବଂ ସେଥିପାଇଁ ସେ ଏହି ପଦବୀ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଛନ୍ତି। କିନ୍ତୁ ଏୟାର ଷ୍ଟାଫ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି।

ଯଦି ଜେନେରାଲ ନରଭଣେଙ୍କୁ ସିଡିଏସ୍ କରାଯାଏ, ତେବେ ସେନା ମୁଖ୍ୟ ପଦବୀ ଖାଲି ହେବ। ଏହି ପଦବୀ ପାଇଁ ଦୁଇ ଜଣ ମୁଖ୍ୟ ପ୍ରତିଯୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆର୍ମି ଲେଫ୍ଟ ଜେନେରାଲ ସିପି ମହାନ୍ତି ଏବଂ ଅନ୍ୟ ଜଣେ ହେଉଛନ୍ତି ଉତ୍ତର କମାନର ମୁଖ୍ୟ ଲେଫ୍ଟ ଜେନେରାଲ ୱାଇକେ ଯୋଶୀ।

CDS ନିଯୁକ୍ତି ପ୍ରକ୍ରିୟା କ’ଣ: –

– ପ୍ରଥମେ ପ୍ରତିରକ୍ଷା ମନ୍ତ୍ରଣାଳୟ ତିନିଜଣ ବରିଷ୍ଠ ଅଧିକାରୀଙ୍କ ନାମ କ୍ୟାବିନେଟର ନିଯୁକ୍ତି କମିଟି ନିକଟକୁ ପଠାଇବ।

– ଏହି କମିଟିରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରହିଛନ୍ତି।

– ବର୍ତ୍ତମାନ ଏକ କାର୍ଯ୍ୟନିର୍ବାହୀ CDSଙ୍କୁ ସରକାର ମଧ୍ୟ ଚୟନ କରିପାରିବ।

Categories
ଆଜିର ଖବର ଜାତୀୟ ଖବର

ଜେନରାଲ ବିପନ ରାୱାତଙ୍କ ହେଲିକାପ୍ଟର ଦୁର୍ଘଟଣା, ପ୍ରତିରକ୍ଷା ମନ୍ତ୍ରୀ ଗୃହରେ ରଖିବେ ବିବୃତି

ନୂଆଦିଲ୍ଲୀ: ଚିଫ ଡିଫେନସ ଷ୍ଟାଫ୍ ଦେନରାନ ବିପିନ ରାୱତଙ୍କ ହେଲିକାପ୍ଟର ଦୃଘଟଣା ନେଇ ଆଜି ଗୃହରେ ବିବୃତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଦନାଥ ସିଂ। ବିରୋଧୀ ଦାବୀ କରିବା ପୂର୍ବରୁ ଏ ଘଟଣା ସଂପର୍କରେ ସେ ସଂସଦରେ ଘଟଣା ସଂପର୍କରେ ଅବଗତ କରାଇବେ। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ତାମିଲନାଡୁର କନ୍ନୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଯାତ୍ରା କରୁଥିଲେ। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 27ରେ ରାଜ୍ୟର ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସମ୍ମିଳନୀ : ଆଇପିଏସ୍‌ଙ୍କୁ ସମ୍ବୋଧନ କରିବେ ବିପିନ୍‌ ରାଓ୍ବତ୍‌

ଭୁବନେଶ୍ୱର: ଆସନ୍ତା 27 ତାରିଖରେ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀକୁ ଉଦ୍‌ବୋଧନ୍ ଦେବେ ସିଡିଏସ୍‌ ବିପିନ୍ ରାୱତ। ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଚାରିଦିନ ଧରି ଚାଲିବ । ପୋଲିସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନୟକ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ଦେଶର ଅନେକ ବରିଷ୍ଠ ଅଧିକାରୀ ଯୋଗଦେବ । ଭର୍ଚୁଆଲ୍‌ରେ 30 ଯାଏଁ ଏହି ସମ୍ମିଳନୀ ଚାଲିବ ।

ଓଡ଼ିଶା ପୁଲିସ୍‌, ଏସ୍‌ପି, କମାଣ୍ଡାଣ୍ଟ ଆଦି ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ। ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ୱାଇ. କେ ଜେଠୱାଙ୍କ ସୂଚନା ମୁତାବକ ଏହି ଭର୍ଚୁଆଲ ବୈଠକରେ ଆଇନ ଶୃଙ୍ଖଳା, ମାଓ ମୁକାବିଲା ଉପରେ ହେବ ଆଲୋଚନା। ଇଣ୍ଟରପୋଲ୍ ନିର୍ଦ୍ଦେଶକ ଏମ୍ଏମ୍ ଓବରାୟ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ।

Categories
ଆଜିର ଖବର ଜାତୀୟ ଖବର

ସନ୍ଧ୍ୟା 6ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ସିଡିଏସ୍‌ ବିପିନ୍‌ ରାଓ୍ବତ

ନୂଆଦିଲ୍ଲୀ : ସମଗ୍ର ଦେଶ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ସିଡିଏସ୍‌ ବିପିନ୍‌ ରାଓ୍ବତ୍‌ ଦେଶବାସୀଙ୍କୁ ସମ୍ବୋଧି୍ତ କରିବାକୁ ଯାଉଛନ୍ତି । ସିଡିଏସ୍‌ ବିପିନ୍‌ ରାଓ୍ବତ୍‌ଙ୍କ ସମେତ ତିନି ସେନାର ମୁ୍‌ଖ୍ୟ ମଧ୍ୟ ଗଣମାଧ୍ୟମ ସହିତ ଆଲୋଚନା କରିବେ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ସେନା ପ୍ରମୁଖ କଣ ଘୋଷଣା କରିବେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଦେଖାଦେଇଛି ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦିଲ୍ଲୀ ରାଜପଥରେ 71ତମ ଗଣତନ୍ତ୍ର ଦିବସ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆଗେଟ୍‌ ନିକଟରେ ଥିବା ଜାତୀୟ ଯୁଦ୍ଧ  ସ୍ମାରକଠାରେ ରାଷ୍ଟ୍ର ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନା ମୁଖ୍ୟ ସେଠାରେ ଉପସ୍ଥିତ ଥିଲେ।  ତିନି ସେନାର ମୁଖ୍ୟ ରାଷ୍ଟ୍ରୀୟ ପ୍ରମୁଖ ଅବସରରେ ଯଥା ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରନ୍ତି। ଅମର ଜବାନ ଜ୍ୟୋତି ପରିବର୍ତ୍ତେ ପ୍ରଥମ ଥର ଲାଗି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ଙ୍କୁ ସିଡିଏସ୍‌ ଅଧ୍ୟକ୍ଷ ପଦବୀକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,30/12 : ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବରେ ବିପିନ୍‌ ରାଓ୍ବତ୍‌ଙ୍କୁ ନିଯୁକ୍ତିକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରାଯାଇଛି । ଆସନ୍ତା କାଲି ନିଜ ଦାୟିତ୍ବରୁ ରାଓ୍ବତ୍‌ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ୍‌ ନେଇ ଘୋଷଣା କରିଥିବା ବେଳେ ଏହି ଦୌଡରେ ରାଓ୍ବତ୍‌ ଆଗୁଆ ରହିଥିଲେ । ସୋମବାର କେନ୍ଦ୍ର କ୍ୟାବିନେଟ ପକ୍ଷରୁ ରାଓ୍ବତ୍‌ଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦେଶର ତିନି ସେନାବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ରାଓ୍ବତ୍‌ଙ୍କ ମୁଖ୍ୟ କାର୍ଯ୍ୟ ରହିବ ବୋଲି ଜଣାପଡିଛି । (ଏଜେନ୍ସୀ)