Categories
ଆଜିର ଖବର ଖେଳ ଜାତୀୟ ଖବର

ଟେଷ୍ଟରେ ଶତକ ହାସଲକାରୀ ୫ ଜଣ ନାଇଟ୍ ଓ୍ଵାଚ୍‍ମ୍ୟାନ୍‍ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍‍ଙ୍କ ବଦଳରେ ବ୍ୟାଟିଂ ଅର୍ଡରକୁ ପଦୋନ୍ନତି ପାଇଥିବା ଏହି ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ କୁହଯାଏ। ଦଳର ସୁରକ୍ଷା ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ବଞ୍ଚାଇବା ଏହି ନାଇଟ୍ ଓ୍ଵାଚ୍ ମ୍ୟାନ୍ ବ୍ୟାଟ୍ସମାନ୍‍ମାନଙ୍କ କାମ। ଏହା ଅଧିକାଂଶ ଦିନର ଖେଳ ଶେଷରେ ହୋଇଥାଏ। ନାଇଟ୍ ଓ୍ଵାଚ୍‍ବ୍ୟାନ୍‍ଭାବେ ଦଳ ଏମିତି ଜଣେ ଖେଳାଳିଙ୍କୁ ଫିଲ୍ଡ କରିଥାଏ, ଯାହାର ୱିକେଟ୍‍ର ବିଶେଷ ମୂଲ୍ୟ ନ ଥାଏ। ଏହାପରେ ମଧ୍ୟ ଅନେକ ନାଇଟ୍ ୱାଚ୍‍ମ୍ୟାନ୍ ବଡ଼ ଇନିଂସ ଖେଳିଥାନ୍ତି। ଆମେ ଆପଣଙ୍କୁ ଏମିତି ୫ ଜଣ ନାଇଟ ୱାଚ୍‍ମ୍ୟାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଟେଷ୍ଟରେ ଶତକ ହାସଲ କରିଛନ୍ତି।

ନସିମ-ଉଲ୍-ଘନି

ପାକିସ୍ତାନର ନସିମ ଉଲ ଘନି ପ୍ରଥମ ବ୍ୟାଟ୍ସମ୍ୟାନ୍‍ଭାବେ ନାଇଟ୍‍ ୱାଚ୍‍ ମ୍ୟାନ ଖେଳାଳିଭାବେ ଖେଳି ଶତକ ହାସଲ କରିଛନ୍ତି। ଲର୍ଡସ ପଡ଼ିଆରେ ଶତକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍। ସେ ୧୦୧ ରନ୍ କରିଥିଲେ।

ଟୋନି ମାନ

ଅଷ୍ଟ୍ରେଲିଆର ଟୋନି ମାନ୍ ମଧ୍ୟ ନାଇଟ୍ ଓ୍ଵାଚ୍ ମ୍ୟାନ୍‍ଭାବେ ଟେଷ୍ଟରେ ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷ ୧୯୭୭ ପର୍ଥ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମାନ ୧୦୫ ରନ୍ କରିଥିଲେ।

ସୟଦ କିରମାନି

ସୟଦ କିରମାନି ଭାରତୀୟ ଦଳର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଥିଲେ। ୧୯୭୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ନାଇଟ୍ ୱାଚ୍‍ମ୍ୟାନ୍‍ ଭାବେ ସେ ୫ ନମ୍ବର ସ୍ଥାନରେ ରହିଥିଲେ। କିରମାନି ୨୦୬ ବଲ୍‍ରୁ ୧୦୧ ରନ୍ କରିଥିଲେ। ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଗୋଟିଏ ଇନିଂସ ଓ ୧୦୦ ରନରେ ବିଜୟୀ ହୋଇଥିଲା।

ମାର୍କ ବାଉଚର

ଦକ୍ଷିଣ ଆଫ୍ରିକାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମାର୍କ ବାଉଚର ନାଇଟ୍‍ ୱାଚ୍‍ ମ୍ୟାନ୍‍ ବ୍ୟାଟ୍ସମ୍ୟାନ୍‍ଭାବେ ଦୁଇଥର ଶତକ ହାସଲ କରିଛନ୍ତି। ଗୋଟିଏ ବର୍ଷରେ ସେ ଏହି ସଫଳତା ହାସଲ କରିଥିଲେ। ପ୍ରଥମ ଥର ପାଇଁ ଜିମ୍ବାୱେ ବିପକ୍ଷରେ ସେ ୧୨୫ ରନ୍ କରିଥିଲେ। ଏହାପରେ ଡର୍ବାନରେ ଇଂଲଣ୍ଡ ବିପକ୍ଷରେ ୧୦୮ ରନ୍ କରିଥିଲେ।

ଜେସନ୍‍ ଗିଲେସ୍ପି

ଅଷ୍ଟ୍ରେଲିଆର ଜେସନ୍ ଗିଲେସ୍ପି ତୃତୀୟ ସ୍ଥାନରେ ନାଇଟ୍ ଓ୍ଵାଚ୍ ମ୍ୟାନ୍‍ଭାବେ ବ୍ୟାଟିଂ କରିବାକୁ ଆସିଥିଲେ। ୨୦୦୬ରେ ଚିଟୋଗ୍ରାମ ଟେଷ୍ଟରେ ସେ ୨୦୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଦ୍ୱିଶତକ ହାସଲ କରିବାରେ ସେ ଏକମାତ୍ର ନାଇଟ୍‍ ୱାଚ୍‍ ମାନ୍‍ ବ୍ୟାଟ୍ସମ୍ୟାନ୍। ଏହା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା।

Categories
ଆଜିର ଖବର ଖେଳ

ଡି ଓ୍ବାଇ ପାଟିଲ୍‌ ଟୁର୍ଣ୍ଣାମେଣ୍ଟରେ ପାଣ୍ଡ୍ୟାଙ୍କ ଦ୍ବିତୀୟ ଶତକ

ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସିଏଜି ବିପକ୍ଷରେ 39 ବଲ୍‌ରୁ 105 ରନ୍‌ ସଂଗ୍ରହ କରିଥିବା ପାଣ୍ଡ୍ୟା ଶୁକ୍ରବାର ପୁଣି ଏକ ଶତକ ହାସଲ କରିଛନ୍ତି । ଶୁକ୍ରବାର ବିପିସିଏଲ୍‌ ବିପକ୍ଷରେ ପାଣ୍ଡ୍ୟା 55ଟି ବଲ୍‌ର ସମ୍ମୁଖୀନ ହୋଇ 158 ରନ୍‌ ସଂଗ୍ରହ କରିଛନ୍ତି । ପାଣ୍ଡ୍ୟାଙ୍କ ଏହି ଇନିଂସରେ 20ଟି ବିଶାଳ ଛକ୍କା ଏବଂ 6ଟଇ ଚୌକା ସାମିଲ ଥିଲା । ଅଣ୍ଟାରେ ଆଘାତ କାରଣରୁ ଆହତ ହୋଇ ଦୀର୍ଘମ 5 ମାସ ହେବ କ୍ରିକେଟ ପଡିଆରୁ ଦୂରରେ ରହିଥିଲେ ହାର୍ଦ୍ଦିକ । (ଏଜେନ୍ସି)

Categories
ଆଜିର ଖବର

ବିରାଟ କୋହଲିଙ୍କ 70 ତମ ଅନ୍ତରାଷ୍ଟ୍ରୀୟ ଶତକ : 175 ରନ୍‌ରେ ଆଗୁଆ ଭାରତ

କଲିକତା,23/11 : କଲିକତାର ଇଡେନ ଗାର୍ଡେନ୍‌ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର 26 ତମ ଶତକ ସହିତ ଅନ୍ତର୍ଜାତିୟ ସର୍କିଟ୍‌ରେ କୋହଲି ନିଜର 70 ତମ ଶତକ ପୂରଣ କରିଛନ୍ତି । କୋହଲିଙ୍କ ଶତକ ଫଳରେ ଭାରତ 4 ଓ୍ବିକେଟ୍‌ ହରାଇ 283 ରନ୍‌ ସଂଗ୍ରହ କରିଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ ଅକ୍ତିଆର ଫଳରେ ବାଂଲାଦେଶ 106 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଦ୍ବିତୀୟ ଦିନରେ କୋହଲିଙ୍କ ବ୍ୟତିତ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(51) ରନ୍‌ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ଇବାଦତ ହୋସେନ୍‌ ସର୍ବାଧିକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଖେଳ ବିଶେଷ ଖବର

ଇଣ୍ଡିଆନ ପ୍ରିମିଅର ଲିଗରେ ଶତକ ହାସଲ କରିଥିବା ସର୍ବଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକା

ସମୀକ୍ଷା ବ୍ୟୁରୋ

ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି। ଏହି ଉଦ୍ଘାଟନୀ ମ୍ୟାଚ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଅଧିନାୟକଙ୍କ ମଧ୍ୟରେ  ଦମଦାର ଲଢେଇ ହେବାର ସମ୍ଭାବନା ରହିଛି। ମ୍ୟାଚ ଖେଳାଯିବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକିଥିବାବେଳେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ତଥା ଗୁରୁ ଚେଲାଙ୍କ ପ୍ରତିଦ୍ୱନ୍ଦିତା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଯଦି ୫୦ ଓଭର ବିଶିଷ୍ଠ  ମ୍ଯାଚରେ ଶତକ ହାସଲ କରିବା ଖେଳାଳିଙ୍କ ପାଇଁ କଷ୍ଟକର ହୋଇଥାଏ, ତଥାପି ଟି-୨୦ରେ ଅନେକ ଖେଳାଳିଙ୍କ ଦ୍ଵାରା ଶତକ ହାସଲ କରିବା ଦେଖିବାକୁ ମିଳିଛି। ଏହି ଫର୍ମାଟରେ ଶତକ ହାସଲ କରିବା ଏକ କାଠିକର ପାଠ। କାରଣ ଆଇପିଏଲ୍‌ରେ ସମୁଦାୟ ୬୫୦ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ମାତ୍ର ୫୨ଟି ଶତକ ସ୍କୋର ହାେଇଛି। ଅନେକ ଖେଳାଳି ଆଇପିଏଲ୍‌ରେ ଗାେଟିଏ ବି ଶତକ ହାସଲ କରିନଥିବା ବେଳେ ଓ୍ବେଷ୍ଟ ଇଣ୍ଡିଆନ୍‌ କ୍ରିସ୍‌ ଗେଲ୍‌ ୬ଟି ଶତକ ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। କ୍ରିକେଟ ମହାକୁମ୍ଭରେ ଘଟିଥିବା କିଛି ତଥ୍ୟ ତଥା ଶତକ ହାସଲ କରିଥିବା ଖେଳାଳିଙ୍କୁ ନେଇ ବର୍ତ୍ତମାନ ଚାଲିଛି ଚର୍ଚ୍ଚା।

୧. କ୍ରିସ୍‌ ଗେଲ୍‌ , ମ୍ୟାଚ୍‌-୧୧୨, ଶତକ -୬

୨୦୦୯ରେ ନିଜର ଆଇପିଏଲ୍‌ ପଦାର୍ପଣ କରିଥିଲେ ଗେଲ୍‌। କେକେଆର୍‌ ପକ୍ଷରୁ ପ୍ରଥମ ଦୁଇ ସିଜିନ ଖେଳିଥିବା ଗେଲ୍‌ଙ୍କ ସର୍ବାଧିକ ସ୍କାେର ଥିଲା ୮୮। ପରବର୍ତ୍ତୀ ସିଜିନ୍‌ରେ ଆରସିବିକୁ ଯିବା ପରେ ଗେଲ୍‌ ନିଜର ପ୍ରଥମ ଶତକ ହାସଲ କରିଥିେଲ। ପରବର୍ତ୍ତୀ ସିଜିନ୍‌ରେ ୬୬ ବଲ୍‌କରୁ ୧୭୫ ରନ୍‌ ସଂଗ୍ରହ କରିବା ସହିତ ୩୦ ବଲ୍‌ରୁ ଶତକ ମଧ୍ୟ ହାସଲ କରିଥିଲେ। ଗେଲ୍‌ଙ୍କ ୬ଟି ଶତକ ମଧ୍ୟରୁ ୫ଟି ଆରସିବି ପାଇଁ ଆସିଥିବା ବେଳେ ୨୦୧୮ରେ କିଙ୍ଗସ୍‌ ଇଲେଭେନ୍‌ ପକ୍ଷରୁ ଚେନ୍ନାଇ ବିପକ୍ଷରେ ୬ନମ୍ବର ଶତକ ଲଗାଇଥିଲେ।

୨. ବିରାଟ କୋହଲି, ମ୍ୟାଚ୍‌-୧୬୩, ଶତକ-୪

ରନ୍‌ ମେସିନ୍‌ ବିରାଟ କୋହଲି ଆରସିବି ପକ୍ଷରୁ ବିଗତ ୧୧ ସିଜିନ ଖେଳିଥିବା ବେଳେ ୪୯୪୮ ରନ୍‌ ସଂଗ୍ରହ କରିଛନ୍ତି। କୋହଲିଙ୍କ ଶତକର ଅନ୍ୟ ଏକ ମଜାଦାର କଥା ହେଉଛି ଏହି ୪ ଶତକ େଗାଟିଏ ସିଜିନ୍‌ରେ ଆସିଛି। ୨୦୧୬ ବର୍ଷରେ କୋହଲି ୮୧.୦୮ ହାରରେ ୯୩୭ ରନ୍‌ ମଧ୍ୟ ସଂଗ୍ରହ କରିଥିଲେ। କୋହ୍‌ଲି ନିଜ ଶତକ ମଧ୍ୟରୁ ଦୁଇଟି ଗୁଜୁରାତ ଲାୟନ୍ସ ବିପକ୍ଷରେ ସ୍କୋର କରିଥିବା ବେଳେ ପୁନେ ଏବଂ ପଞ୍ଜାବ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି।

୩.ସେନ୍‌ ଓ୍ବାଟ୍‌ସନ୍‌, ମ୍ୟାଚ୍‌-୧୧୭, ଶତକ-୪

ଓ୍ବାଟ୍‌ସନ୍‌ ନିଜ ୪ ଶତକ ମଧ୍ୟରୁ ୨ଟି ରାଜସ୍ଥାନ ରୟାଲ୍ସ ନିମେନ୍ତ ସ୍କୋର କରିଥିବା ବେଳେ ଅନ୍ୟ ଦୁଇଟି ଚେନ୍ନାଇ ସୁପର କିଙ୍ଗସ୍‌ ନିମନ୍ତେ ସ୍କୋର କରିଛନ୍ତି। ୨୦୧୦ ଏବଂ ୧୧ରେ ରୟାଲ୍ସ ପାଇଁ ଶତକ ହାସଲ କରିଥିବା ଓ୍ବାଟ୍‌ସନ୍‌ ୨୦୧୩ରେ ଚେନ୍ନାଇ ପକ୍ଷରୁ ରୟାଲ୍ସ ବିପକ୍ଷରେ ତୃତୀୟ ଶତକ ଏବଂ ଗତବର୍ଷ ଫାଇନାଲ୍‌ରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ।

୪.ଡେଭିଡ୍‌ ଓ୍ପାର୍ଣ୍ଣର, ମ୍ୟାଚ୍‌-୧୧୪, ଶତକ-୩

ଗତବର୍ଷ ବଲ୍‌ ଟ୍ୟାମ୍ପରିଂ ପାଇଁ ବାସନ୍ଦାଦେଶ ଭୋଗୁଥିବା ଓ୍ବାର୍ଣ୍ଣର ଦୁଇଟି ଫ୍ରାଞ୍ଚାଇଜି ପାଇଁ ଆଇପିଏଲ୍‌ ଖେଳିଛନ୍ତି। ୨୦୦୯-୧୩ ପର୍ଯ୍ୟନ୍ତ ଦିଲ୍ଲୀ ପକ୍ଷରୁ ଖେଳିଥିବା ବେଳେ ୨୦୧୪ରୁ ବତ୍ତର୍ମାନ ପର୍ଯ୍ୟନ୍ତ ହାଇଦ୍ରାବଦ ଟିମ୍‌ରେ ରହିଛନ୍ତି। ଡିଡି ପାଇଁ କୋଲକତା ଏବଂ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଥିବା ବେଳେ, ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ନିଜର ତୃତୀୟ  ଶତକ ହାସଲ କରିଥିଲେ।

୫. ଏବି ଡିଭିଲିୟର୍ସ, ମ୍ୟାଚ୍‌-୧୪୧, ଶତକ-୩

ଏହି ଦକ୍ଷିଣ ଆଫ୍ରିକୀୟ ବିସ୍ଫାେରକ ବ୍ୟାଟ୍ସମ୍ୟାନ୍‌ ଦିଲ୍ଲୀ ପକ୍ଷରୁ ତିନି ସିଜିନ ଖେଳିଥିବା ବେଳେ ଗୋଟିଏ ଶତକ ହାସଲ କରିଥିଲେ। ଚେନ୍ନାଇ ବିପକ୍ଷରେ ୨୦୦୯ରେ ସେ ଏହି ଶତକ ହାସଲ କରିଥିଲେ। ଅନ୍ୟ ଦୁଇଟି ଶତକ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଯଥାକ୍ରମେ ୨୦୧୫ ଏବଂ ୧୬ରେ ସଂଗ୍ରହ କରିଥିଲେ।