ସମୀକ୍ଷା ବ୍ୟୁରୋ
ପୁରୀ,24/12 : ପୁରୀ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ୍ । ମାମଲାକୁ ନେଇ ତତ୍ପରତା ଦେଖାଇ ପୋଲିସ୍ ଘଟଣାର 20 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସହିତ 5 ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହା ସହିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରାଯିବା ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର 2 ତାରିଖରେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିଲମ୍ବିତ କନେଷ୍ଟବଳ ରାଜେନ୍ଦ୍ର ସେଠୀ ଏବଂ ଅନ୍ୟ 5 ଜଣ ଗଣ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ମଧ୍ୟରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
Tag: chargesheet
ଡିଜିଟାଲ ଚ୍ୟାନେଲ ମାଲିକ ରାଘବ ବହଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟ୍ ଦାୟର କରାଯାଇଛି। ଦ କ୍ବିଣ୍ଟ ଏବଂ ନେଟଓ୍ବର୍କ ୧୮ର ପ୍ରତିଷ୍ଠାତା ରାଘବ ବହଲଙ୍କ ନାମରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଇଡି ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଲଣ୍ଡନରେ ରହିଥିବା ରାଘବଙ୍କ ୨.୪୫ କୋଟି ମୂଲ୍ୟର ଘର ସମ୍ପର୍କରେ ତଥ୍ୟ ଲୁଚାଇ ଥିବାରୁ ଏହି ଚାର୍ଜ ସିଟ୍ ଦାଖଲ କରାଯାଇଛି। ଗତ ସପ୍ତାହରେ ବହଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଥିଲେ। ସମସ୍ତ ଆୟକର ଠିକ୍ ସମୟରେ ପ୍ରଦାନ କରୁଥିଲେ ମଧ୍ୟ ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଥିଲେ। ଆୟକର ବିଭାଗକୁ ୨୦୧୯ରେ ଏହି ମାମଲା ନେଇ ନିଜର ସ୍ପଷ୍ଟୀକରଣ ଦେଇଥିବା ପ୍ରକାଶ କରିଛନ୍ତି ବହଲ। ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛି। ଆୟକର ବିଭାଗ ଚଢାଉ କରିବାର କ୍ଷମତା ରହିଛି ମାତ୍ର ଏହା ଏପରି ନହେବା ଆବଶ୍ୟକ କି ଯେପରି ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଏହା ଉପରେ ମତ ରଖି କହିଛନ୍ତି, କେହି ବି ଆଇନରୁ ଉର୍ଦ୍ଧ୍ବରେ ନୁହନ୍ତି। ଦୋଷ କରୁଥିବା ବ୍ୟକ୍ତି ନିଶ୍ଚିତ ଦଣ୍ଡ ପାଇବ ବୋଲି ରବିଶଙ୍କର କହିଛନ୍ତି।
ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ସେନାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲାଞ୍ଚ ଦିଆଯାଇଥିଲା ବୋଲି ପ୍ରବର୍ତନ ନିର୍ଦ୍ଦଶାଳୟ (ଇଡି) ପକ୍ଷରୁ କୁହାଯାଇଛି। ଇଡି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍ରେ ସେନାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତିତ ତତ୍କାଳୀନ ୟୁପିଏ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ନାମ ରହିଛି। ଫେବୃୟାରୀ ୨୦୦୮ରୁ ଅକ୍ଟୋବର ୨୦୦୯ ମଧ୍ୟରେ ଏହି ଚୁକ୍ତିରେ ଦଲାଲ କ୍ରିଷ୍ଟିଆନ୍ ମିଚେଲ ଜେମ୍ସ ନିକଟରୁ ଚାର୍ଜସିଟ୍ରେ ଫାଇଲ୍ କରାଯାଇଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରେରଣ କରାଯାଇଛି। ଏହି ମାମଲାରେ ସମୁଦାୟ ୩୦ ମିଲିୟନ୍ ୟୁରୋର ଅର୍ଥରାଶି ବିଭିନ୍ନ ନେତା, ବାୟୁସେନା ଅଫିସର ଏବଂ ଗଣମାଧ୍ୟମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରକାଶ। କ୍ରିଷ୍ଟିଆନ୍ ମିଚେଲ୍ କଂଗ୍ରେସ ନେତା ଅହମଦ୍ ପଟେଲଙ୍କୁ ଏପି ବୋଲି ସମ୍ବୋଧନ କରିବା ସହିତ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଚୁକ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଛି।
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )