Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ଯବାନମାନଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ତିନି ନକ୍ସଲ ନିହତ

ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରୁ ତିନିଜଣ ନକ୍ସଲଙ୍କ ମୃତ୍ୟୁ ଖବର ଆସୁଛି। ପୂର୍ବରୁ ଏହି ଏନକାଉଣ୍ଟରରେ ଯବାନମାନେ ଦୁଇ ଜଣ ନକ୍ସଲଙ୍କୁ ନିହତ କରିଥିଲେ ଏବଂ ପରେ ଆଉ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଯେଉଁ କାରଣରୁ ମୃତ୍ୟୁବରଣ କରିଥିବା ନକ୍ସଲମାନଙ୍କ ସଂଖ୍ୟା ତିନିରେ ପହଞ୍ଚିଥିଲା।

ବିଜାପୁର-ଦନ୍ତେୱାଡା ସୀମାରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ ଅପରେସନ୍ ଚାଲିଛି। ଏହି ତିନିଟି ଜିଲ୍ଲାର ଏସପିଙ୍କ ତତ୍ତ୍ବାବଧାନରେ ଏହି ନକ୍ସଲ ବିରୋଧୀ ଅପରେସନ ଚାଲିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛତିଶଗଡର ସୁକମାରେ ବଡ ନକ୍ସଲ ଆକ୍ରମଣ: ତିନି ଯବାନ ସହିଦ, ୧୪ ଆହତ

ନୂଆଦିଲ୍ଲୀ: ନକ୍ସଲମାନେ ଆଜି ଛତିଶଗଡର ସୁକମା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଟେକଲଗୁଡେମରେ ଏକ ବଡ଼ ଆକ୍ରମଣ କରିଛନ୍ତି। CRPF କୋବ୍ରା ଏବଂ DRG ଯବାନଙ୍କ ମିଳିତ ଦଳରେ ନକ୍ସଲମାନଙ୍କ ଗୁଳି ବିନିମୟରେ ତିନିଜଣ ସୈନିକ ସହିଦ ହୋଇଥିବାବେଳେ ୧୪ ଜଣ ସୈନିକ ଗୁରୁତର ବୋଲି କୁହାଯାଉଛି।