Categories
ଆଜିର ଖବର

ତିରୁପତି ଦେବସ୍ଥଳମ୍‌ ବୋର୍ଡର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ସୁବ୍ବା ରେଡ୍ଡୀ

ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଜର ଦାଦା ତଥା ବରିଷ୍ଠ ଓ୍ବାଇଏସ୍‌ଆର ନେତା ସୁବ୍ବା ରେଡ୍ଡୀଙ୍କୁ ତିରୁପତି ଦେବସ୍ଥଳମ୍‌ ବୋର୍ଡର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ସୁବ୍ବା ରେଡ୍ଡୀଙ୍କ ନିଯୁକ୍ତି ଘୋଷଣା ପରେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏହି ନିଯୁ୍କ୍ତିକ ନେଇ ସୁବ୍ରମଣ୍ୟମ ସ୍ବାମୀ କୋର୍ଟରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ଆନ୍ଧ୍ରପ୍ରଦେଶର ସ୍ବତନ୍ତ୍ର ସଚିବ ମନମୋହନ ସିଂ ସୁବ୍ବା ରେଡ୍ଡୀଙ୍କ ନିଯୁକ୍ତି ଖବରକୁ ସ୍ପଷ୍ଟ କରିଛନ୍ତି। ସୁବ୍ବା ରେଡ୍ଡୀ ବର୍ତ୍ତମାନ ଓ୍ବାଇଏସ୍‌ଆରସିପିର ସାଧାରଣ ସମ୍ପାଦକ ରହିଥିବା ବେଳେ ଆଜିଠାରୁ ତିରୁପତି ଦେବୋସ୍ଥଳମ୍‌ର ଚେୟାରମ୍ୟାନ୍‌ ମଧ୍ୟ ରହିବେ। କମିଟିର ଅନ୍ୟ ସଦସ୍ୟଙ୍କୁ ଖୁବ୍‌ଶୀଘ୍ର ମନୋନୀତ କରାଯିବ ବୋଲି ମନମୋହନ ସିଂ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ନୂତନ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କଲେ ଭାଇସ୍‌ ଆଡମିରାଲ୍‌ କମରମବୀର ସିଂ

ଭାଇସ୍‌ ଆଡମିରାଲ କରମବୀର ସିଂ ଦେଶର ନୂତନ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କରମବୀରଙ୍କୁ ନୌସେନା ମୁଖ୍ୟ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। କରମବୀରଙ୍କ ନିଯୁକ୍ତିକୁ ବିରୋଧ କରି ମାମଲା ଦାୟର କରିଥିବା ଭାଇସ୍‌ ଆଡମିରାଲ ବିମଳ ବର୍ମାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ବର୍ମାଙ୍କ ଠାରୁ କନିଷ୍ଠ ହୋଇଥିବାରୁ କରମବୀରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଏକ ପିଟିସନ୍‌ ଦାଖଲ କରିଥିଲେ ବର୍ମା। ମାତ୍ର କେନ୍ଦ୍ର ସରକାର ବର୍ମାଙ୍କ ପିଟିସନ୍‌କୁ ଖାରଜ କରିବା ସହିତ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି କରମବୀର ସିଂ। ନ୍ୟସ୍‌ନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରୁ ପାଶ୍‌ କରିଥିବା କରମବୀର ସିଂ ୧୯୮୦ ରେ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ ରେ ହେଲିକପ୍ଟର ପାଇଲଟ୍‌ ଭାବରେ କାର୍ଯ୍ୟ କରିଛନ୍ତି କରମବୀର। ଏହା ସହିତ ଦେଶର ପ୍ରଥମ ହେଲିକପ୍ଟର ପାଇଲଟ୍‌ ଭାବରେ ନୌସେନା ମୁଖ୍ୟ ହେବାରୁ ସୌଭାଗ୍ୟ ହାସଲ କରିଛନ୍ତି କରମବୀର। ଭାରତୀୟ ନୌସେନା ଅଧୀନରେ ୭୦୦୦ କିମିର ସମୁଦ୍ରତଟ ରହିଛି ଏହାର ସୁରକ୍ଷା ବଡ ଜ୍ୟାଲେଞ୍ଜ ରହିବ ବୋଲି କରମବୀର ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ଗୁଗୁଲ୍‌ ଇଣ୍ଡିଆରେ ଯୋଗ ଦେଲେ ମୟୁରୀ କାଙ୍ଗୋ

ବଲିଉଡ୍‌ ଅଭିନେତ୍ରୀ ମୟୁରୀ କାଙ୍ଗୋ ଗୁଗୁଲ୍‌ ଇଣ୍ଡିଆର ଏଜେନ୍ସି ମୁଖ୍ୟ ଭାବରେ ଯୋଗ ଦେଇଛନ୍ତି। ଗୁଗୁଲ୍‌ରେ ଯୋଗ ଦେବା ପୂର୍ବରୁ ଏହି ଅଭିନେତ୍ରୀ ଜଣକ ପର୍ଫରମିକ୍ସରେ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ଡିଜିଟାସ୍‌ ସହିତ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ପରେ ମେଡିଆ ଆଣ୍ଡ ଜେନିଥ୍‌ରେ ମୁଖ୍ୟ ଡିଜିଉଟାଲ ଅଫିସର ଭାବରେ କାର୍ଯ୍ୟ କରିଥିଲେ। ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ଆମେରିକାରେ ଅବସ୍ଥାନ କରିଥିବା ମୟୁରୀ ନ୍ୟୁୟର୍କର ବାରୁକ୍‌- ଜିକ୍‌ଲିନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ରୁ ନିଜର ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୯୫ରେ ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନସୀମ୍‌ରେ ଅଭିନୟ କରିବା ପାଇଁ ମୟୁରୀ ଆଇଆଇଟି କାନପୁର ଛାଡିଥିଲେ। ନିଜ କ୍ୟାରିୟରରେ ଅଜୟ ଦେବଗନ ଏବଂ ବବି ଦେଓଲଙ୍କ ସହିତ କାମ କରିଥିବା ଏହି ଅଭିନେତ୍ରୀ ୨୦୦୩ରେ ଆଦିତ୍ୟ ଧିଲୋନ୍‌ଙ୍କୁ ବିବାହ କରିବା ପରେ ନିଜର ଏମ୍‌ବିଏ ପୂରଣ କରିଥିଲେ।

Categories
ଆଜିର ଖବର

ଭାବା ଆଣବିକ ଗବେଷଣା କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍‌ କୁମାର ମହାନ୍ତି

ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ରେ ନୂଆ ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି।  ଏହି ପଦବୀ ଗତ ଛଅ ମାସ ହେଲା ଖାଲି ପଡିଥିଲା । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍‌ କମିଟିର ନିଷ୍ପତ୍ତି କ୍ରମେ ଡକ୍ଟର ମହାନ୍ତିଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ମୁମ୍ବାଇ ସ୍ଥିତ ଦେଶର ଏହି ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ସେ ତିନି ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ବେସିକ୍ ଫିଜିକ୍ସରେ ବିଶେଷ ପାରଦର୍ଶିତା ହାସଲ କରିଥିବା ଏହି ୫୯ ବର୍ଷୀୟ ଓଡ଼ିଆ ବୈଜ୍ଞାନିକ ‘ଡାର୍କ ମ୍ୟାଟର୍’ର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ବି କାର୍ଯ୍ୟ କରୁଛନ୍ତି। ଅଜିତ ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଫିଜିକ୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି। ସେ କୋଲକାତା ସ୍ଥିତ ସାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ। ଯଦୁଗୋଡ଼ାରେ ୟୁରାନିୟମ୍‌ ଖଣିରେ ଭାରତର ଗଭୀରତମ ଅଣ୍ଡରଗ୍ରାଉଣ୍ଡ ଲାବୋରଟୋରୀ ପ୍ରତିଷ୍ଠା କରିବାରେ ସେ ଥିଲେ ପ୍ରମୁଖ ସୂତ୍ରଧର।