ନୂଆଦିଲ୍ଲୀ: ହିନ୍ଦୁ ଆଧ୍ୟାତ୍ମିକ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶ କୋର୍ଟରୁ ଝଟକା ଲାଗିଛି। ଚଟୋଗ୍ରାମ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ଓକିଲମାନେ ବର୍ତ୍ତମାନ ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଚିନ୍ମୟ କୃଷ୍ଣ ଦାସଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦେଶଦ୍ରୋହ ଅଭିଯୋଗରେ ପୋଲିସ ତାଙ୍କୁ ୨୫ ନଭେମ୍ବର ୨୦୨୪ ରେ ଗିରଫ କରିଥିଲା, ଏହା ପରେ ବାଂଲାଦେଶ ତଥା ବିଶ୍ଵର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା।
