Categories
ଆଞ୍ଚଳିକ

ଜଗତସିଂହପୁର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ସହାୟତା

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ସ୍ଥିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବରିଷ୍ଠ ନାଗରିକ ମଂଚ ପକ୍ଷରୁ କରୋନା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୩୨ହଜାର ୨ଶହ ୭୬ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏହା ସହିତ ଜନସାଧାରଣଙ୍କୁ ସାମାଜିକ ଦୂରତା, ମାସ୍କ, ସାବୁନରେ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ନିମନ୍ତେ ସଚେତନ କରାଯାଇଥିଲା ।

ସଭାପତି ରଘୁନାଥ ଜେନା, ଉପସଭାପତି ପ୍ରେମାନନ୍ଦ ପଢ଼ିଆରୀ, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅବଧୂତ ନାୟକ, ନିତ୍ୟାନନ୍ଦ ପଢ଼ିଆରୀ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଷ୍ଣୁ ଚରଣ ତ୍ରିପାଠୀ, ଦ୍ବାରିକା ନାଥ ପଣ୍ଡା, ଇଶ୍ବର ଚନ୍ଦ୍ର ନନ୍ଦ, ବିଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ରହିଥିବା ସୁବ୍ରତ ବାଗ୍‌ଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଗତ କିଛି ଦିନ ହେବ କୋଭିଡ୍‌ ଅପ୍‌ଡେଟ୍‌ରେ ବାଗ୍‌ଚୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶୁକ୍ରବାର ବାଗ୍‌ଚୀ ଏହି ଅର୍ଥ ପ୍ରଦାନ କରିଛନ୍ତି। ନିଜ ପତ୍ନୀ ସୁସ୍ମିତା ବାଗଚୀଙ୍କ ସହିତ ବାଗ୍‌ଚୀ ମୁଖ୍ୟ ଶାସନ ସଚିବଙ୍କୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ଅର୍ଥରାଶି ବଲାଙ୍ଗୀର ଜିଲ୍ଲାରେ କୋଭିଡ୍‌ ମୁକାବିଲାରେ ଖର୍ଚ୍ଚ କରାଯିବ।

Categories
ଆଞ୍ଚଳିକ

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି‌କୁ ଦରମା ଦାନ କଲେ ବାଣପୁର ଓ ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କୋଭିଡ୍‌ -୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସାହାଯ୍ୟ କରିଛନ୍ତି ବାଣପୁର ଓ ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ।

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ଜରିଆରେ ବାଣପୁର ବ୍ଲକ ବିଇଓ ସନାତନ ଜାଲି ଓ ଚିଲିକା ବ୍ଲକ ବିଇଓ ଜିତେନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ଦୁଇ ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ବାଣପୁର ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମୋଟ୍‌ ୪ ଲକ୍ଷ ୫୫ ହଜାର ୯୨୮ ଟଙ୍କା ଦାନ କରିଛନ୍ତି। ସେହିପରି ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷକମାନେ ଗୋଟିଏ ଦିନର ଦରମା ୮ ହଜାର ୫୮୦ ଟଙ୍କାର ଚେକ୍‌ ପ୍ରଦାନ କରିଥିବାବେଳେ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକମାନେ ଗୋଟିଏ ଦିନର ଦରମା ୧୬ ହଜାର ୨୨୮ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

 

ସେହିପରି ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ମାନେ ତାଙ୍କର ଗୋଟିଏ ଦିନର ଦରମା ୪ ଲକ୍ଷ ୪୯୧ ଟଙ୍କାର ଚେକ୍ ଦାନ କରିଛନ୍ତି। ସେହିପରି ବାଲୁଗାଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ତାଙ୍କର ଗୋଟିଏ ଦିନର ଦରମା ୩୪,୮୮୦ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ପଞ୍ଚାୟତର ମହିଳା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଏବଂ ପିଏମ୍‌ କେୟାର ଫଣ୍ଡକୁ ସହାୟତା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ଓଡିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଏବଂ ପିଏମ୍‌ କେୟାର ଫଣ୍ଡକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସଭାପତି କନକ ବରାଳ, ସମ୍ପାଦିକା ଜାନକୀ ରାଉତ, ଏନ୍‌ବିକେ ମନପ୍ରିୟା ପଲେଇ ଏବଂ ସମସ୍ତ ପଞ୍ଚାୟତ ସିଆରପିଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ 20 ହଜାର ଟଙ୍କା ଏବଂ ପିଏମ୍‌ କେୟାର ଫଣ୍ଡକୁ 15 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କରୋନା ସହାୟତା ନିମନ୍ତେ ଏହି ଅର୍ଥ ରାଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କୁ ଡିଡି ଜରିଆରେ ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଳକର ଦୁଇଟି ସ୍ୱୟଂ ସହାୟିକା ଦଳ ଏବଂ ଜଗତସିଂହପୁର ଜିଲ୍ଲା ଚିଙ୍ଗୁଡ଼ି ଚାଷୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୁଧବାର ଅପରାହ୍ନରେ ବାସୁଦେବ ସ୍ୱୟଂ ସହାୟିକା ଦଳ ସଭାନେତ୍ରୀ ମନୋରମା ମହାପାତ୍ର ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରିଭାବେ ପଙ୍କପାଳସ୍ଥିତ ଜଗତଜନନୀ ସ୍ୱୟଂ ସହାୟିକା ଦଳର ସଭାନେତ୍ରୀ ସୌଦାମିନୀ ଦାସ, ସମ୍ପାଦିକା ପ୍ରେମଲତା ଦାସ, ନର୍ମଦା ଷଡ଼ଙ୍ଗୀ, ଅନୁସୟା କର, ରିନାରାଣୀ ଦାସ, ମିନାରାଣୀ ଷଡ଼ଙ୍ଗୀ, ସ୍ୱପ୍ନା ଦାସ, ଲକ୍ଷ୍ମପ୍ରୀୟା ଦାସ. ମନୋରମା ଦାସ, ମଞ୍ଜୁଲତା ନାୟକ ପ୍ରମୁଖ ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ପୂଜା ଲେଙ୍କାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପଙ୍କପାଳ ପଂଚାୟତର ସମିତିସଭ୍ୟ ଅକ୍ଷୟ ସାହୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରିଭାବେ ଜଗତସିଂହପୁର ଜିଲ୍ଲା ଚିଙ୍ଗୁଡ଼ି ଚାଷୀ ସଙ୍ଘର ସଭାପତି ଯୁବ ସମାଜସେବୀ ବିଭୂରଞ୍ଜନ ଦଳାଇ ମଧ୍ୟ ୨୦ ହଜାର ଟଙ୍କା ବିଡ଼ିଓ ଶ୍ରୀମତୀ ଲେଙ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୱେଶ୍ୟରେ ପ୍ରଦାନ କରିଥିଲେ । ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ଉପସ୍ଥିତ ଥିଲେ ।