Categories
ଆଜିର ଖବର

ଚୀନ୍‌ କୋଇଲାଖଣି ବିସ୍ଫୋରଣରେ 14 ମୃତ,7 ଆହତ

ବେଜିଂ, 17/12 : ଚୀନ୍‌ର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 14 ଜଣଙ୍କର ପ୍ରାଣହାନି ଘଟିଛି । ମଙ୍ଗଳବାର ରାତି 1.30 ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଚୀନ୍‌ର ଗୁଇଝୋଉ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ କୋଇଲାଖଣିରେ 23 ଜଣ ଲୋକ ମହଜୁଦ ଥିଲେ । ଦୁର୍ଘଟଣାସ୍ଥଳରୁ 7 ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । 2 ଜଣ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ତିନି ଦିନ ପୂର୍ବରୁ ଅନ୍ୟ ଏକ ଦୁର୍ଘଟଣାରେ ସମାନ ଖଣି 5 ଜଣଙ୍କର ମୃତ୍ୟୁ ଘଟିଥିଲା ।(ଏଜେନ୍ସୀ)

Categories
ଆଜିର ଖବର

ଓଡିଶାର 20ଟି ଖଣି ପାଇଁ ନୂତନ ବିଡ୍‌ ଆମନ୍ତ୍ରଣ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/12 : ଓଡିଶାର 20ଟି ଖଣି ପାଇଁ ନୂତନ ବିଡ୍‌ ଆମନ୍ତ୍ରଣ କରାଯାଇଛି । ଆସନ୍ତା ମାର୍ଚ୍ଚ 31, 2020ରେ ଏହି 20ଟି ଖଣିର ଲାଇସେନ୍ସ ଅବଧି ଶେଷ ହେବାକୁ ଯାଉଛି । ଖଣି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ନିୟମରେ ଆଂଶିକ ପରିବର୍ତ୍ତନ କରାଯାଇ ଏହି ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହା ସହିତ ଅକ୍ଟୋବର ମାସରେ ଜାରି କରାଯାଇଥିବା ଲାଇସେନ୍ସ ବିଜ୍ଞପ୍ତିକୁ ମଧ୍ୟ ଖାରଜ କରି ଦିଆଯାଇଛି । ନଭେମ୍ବର 30 ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସମୁଦାୟ ତିନି ପର୍ଯ୍ୟାୟରେ ଏହି ନିଲାମୀ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।