Categories
ଆଜିର ଖବର ଜାତୀୟ ଖବର

ଅଦନାନ୍‌ଙ୍କୁ ପଦ୍ମଶ୍ରୀ ମିଳିବା ନେଇ ଏନ୍‌ସିପି ଉଠାଇଲା ପ୍ରଶ୍ନ : ପାକିସ୍ତାନରୁ ଯେ କେହି ଆସି ମୋଦି ମୋଦି କହିଲେ, ମିଳିବ ପୁରସ୍କାର

ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ପରେ ଏହାକୁ ନେଇ ବିରୋଧୀ ରାଜନୈତିକ ଦଳମାନେ ବିରୋଧ କରିଛନ୍ତି । କଂଗ୍ରେସ ପ୍ରବକ୍ତା ଜୟବୀର ସେର୍‌ଗିଲ୍‌ଙ୍କ ପରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ଦଳ ମଧ୍ୟ ଏନେଇ ସରକାରଙ୍କୁ ଘେରିଛନ୍ତି । ଏନ୍‌ସିପିର ନଓ୍ବାବ ମଲିକ୍‌ କହିଛନ୍ତି ଯେ, ଯଦି କେହି ପାକିସ୍ତାନରୁ ଆସି ମୋଦି ମୋଦି ବୋଲିବ ତେବେ ତାଙ୍କୁ ଭାରତର ନାଗରିକତା ସହିତ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିବ । ଏହା ଦେଶବାସୀଙ୍କୁ ପ୍ରତି ବଡ଼ ଅପମାନ । କଂଗ୍ରେସ ଅଦନାନ୍‌ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଏହା ବିଜେପିର ଚାମଚାଗିରି ବୋଲି କହି ଟାର୍ଗେଟ କରିଥିଲା । ଅଦନାନ୍‌ଙ୍କୁ ପଦ୍ମଶ୍ରୀ ମିଳିବା ନେଇ ପ୍ରଥମେ ରାଜ୍‌ଠାକ୍‌ରେଙ୍କ ଦଳ ଏମଏନ୍‌ଏସ୍‌ ଆପତ୍ତି  ଜଣାଇ କହିଥିଲା ଯେ, ଆଦନାନ୍‌ ମୂଳରୂପରେ ଭାରତୀୟ ନୁହଁନ୍ତି ତେଣୁ ତାଙ୍କୁ ପଦ୍ମଶ୍ରୀ ମିଳିବା ଉଚିତ୍‌ ନୁହେଁ । ଏହା ଫେରାଇ ଆଣିବା ଉଚିତ୍ । ପଦ୍ମଶ୍ରୀ ପାଇବାର ନୂତନ ମାପଦଣ୍ଡ ଭାବରେ ସରକାରଙ୍କ ଚାମଚାଗିରିକୁ ଆଧାର କରାଯାଇଛି ବୋଲି କହିଛନ୍ତି ବିରୋଧୀ ଦଳ ।