Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଉନମୋଚିତ ହେଲା ପ୍ରଖ୍ୟାତ କବି ମାଧବ କୌଶିକଙ୍କ ପୁସ୍ତକ come back partha

ଭୁବନେଶ୍ବର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ପ୍ରଖ୍ୟାତ କବି ମାଧବ କୌଶିକଙ୍କ କବିତା ପୁସ୍ତକ come back partha ଓ କବି ଅରୁଣ କୁମାର ସାହୁଙ୍କ ଦୁଇଟି ପୁସ୍ତକ ଜହ୍ନ ରାତିର ଛାଇ ଓ ସୂର୍ଯ୍ୟ ଉଇଁବାର ବେଳ ପୁସ୍ତକ ସ୍ଥାନୀୟ ରାଜ୍ୟ ସଂଗ୍ରହଳୟ ପ୍ରେକ୍ଷାଳୟରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

ଉଦଘାଟକ ଭାବେ ଯୋଗଦେଇଥିଲେ ପ୍ରଖ୍ୟାତ ସିନେ ବ୍ୟକ୍ତିତ୍ୱ ତଥା ସାହିତ୍ୟିକ ପ୍ରଶାନ୍ତ ନନ୍ଦ। ସେ କହିଥିଲେ ଯେ, ସମୟ ସବୁବେଳେ ନିରପେକ୍ଷ ଭାଇ, ବନ୍ଧୁ, କୁଟୁମ୍ବ, ସମ୍ପଦ, ବିପଦ ନାଁ କାହା ପାଇଁ ସମୟ ଅଟକି ଯାଏ ନା କାହା ଦ୍ୱାରା ପ୍ରଭାବିତ ହୁଏ। ତେଣୁ ସାହିତ୍ୟକ ହେଉ କି ପାଠକ ହଉ ସମୟ ଅନୁସାରେ ଆଗେଇଵା ଦରକାର।

କେନ୍ଦ୍ର ସାହିତ୍ୟ ଅକାଦେମି ର ସଭାପତି ତଥା ପ୍ରଖ୍ୟାତ କବି ମାଧବ କୌଶିକ କହିଥିଲେ. ଜଣେ ହଜାର ହଜାର ଶବ୍ଦରେ କଥା ତ ପ୍ରକାଶ କରିପାରିବ କିନ୍ତୁ ଭାବ ପ୍ରକାଶ କରିବା ପାଇଁ ହଜାର ଶବ୍ଦ ବି ନିଅଣ୍ଟ ପଡିବ ଯଦି ସୃଜନ ସାହିତ୍ୟ ଜାତୀୟ ହୁଏ ତେବେ ଅନୁବାଦ ସାହିତ୍ୟ ଆନ୍ତର୍ଜାତୀୟ ବିଶିଷ୍ଟ ଅନୁବାଦକ ପ୍ରଫେସର ଯତୀନ ନାୟକ କହିଥିଲେ।

କମ ବ୍ୟାକ ପାର୍ଥ ବିଷୟରେ ଆଲୋଚନା କରିଥିଲେ ଯୁଦ୍ଧ ରେ ଉଜୁଡି ଯାଇଥିବା ହସ୍ତୀନାପୁର କୁ ଛାଡି ସ୍ୱର୍ଗ କୁ ପଳେଇ ଯାଉଥିବା ପାଣ୍ଡବ ମାନଙ୍କୁ ଆହ୍ୱାନ ଦେବା କହି ମାଧବ କୌଶିକଙ୍କର ଏକ ବୈପ୍ଲବିକ ଚିନ୍ତାର କବିତା ପ୍ରଫେସର ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଥିଲେ। ଆମ ଭାରତୀୟ ସାହିତ୍ୟ ହେଉ କି ପୃଥିବୀର ସାହିତ୍ୟ ହେଉ ପ୍ରାଚୀନ ଓ ଇତିହାସର କଥା ହେଉ ଵା ବର୍ତ୍ତମାନର କାହା ହଉ କଥା ଓ କବିତା ସବୁବେଳେ ଥିଲା ଓ ରହିବ! ସେମିତି ମଧ୍ୟ୍ ପ୍ରେମ କଥା।

ବିଶିଷ୍ଟ ସାହିତ୍ୟ ସମାଲୋଚକ ଭାଗବତ ଶୁକ୍ଲା କହିଥିଲେ. ଜଣେ ସଚ୍ଚା ଓ ଶାନ୍ତି ପ୍ରେମିକା ବିପ୍ଳବ ଆହ୍ୱାନ ସୃଷ୍ଟି କରିପାରେ ଏହା ଅରୁଣ ସାହୁଙ୍କ ର ଉଭୟ କବିତା ପୁସ୍ତକ ଜହ୍ନରାତିର ଛାଇ ଏବଂ ସୂର୍ଯ୍ୟ ଉଇଁଵାର ବେଳ ରେ ଖୁବ ମୌଳିକ ଭାବରେ ଦର୍ଶାଯାଇଛି ଅରୁଣ କୁମାର ସାହୁ ନିଜର ଲେଖାକୀୟ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ ଓ ଧନ୍ୟବାଦ ପ୍ରଦାନ କରିଥିଲେ ପକ୍ଷୀଘର ର ପ୍ରକାଶିକା ବବିତା ଦାଶ।