Categories
ଆଜିର ଖବର

ଆମେରିକା-ଚୀନ୍‌ ବାଣିଜ୍ୟିକ ବିବାଦ : ଏସିଆନ୍‌ ସମ୍ମିଳନୀ ଉପରେ ବିଶ୍ବ ସୁମଦାୟର ନଜର

ଦକ୍ଷିଣ ଏସିଆର ନେତୃବୃନ୍ଦଙ୍କୁ ନେଇ ଆସନ୍ତା ସପ୍ତାହରେ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ସମ୍ମିଳନୀ ଉପରେ ବିଶ୍ବ ସମୁଦାୟର ନଜର ରହିଛି। ଆମେରିକା ଏବଂ ଚୀନ୍‌ ମଧ୍ୟରେ ବଢୁଥିବା ବାଣିଜ୍ୟିକ ଦୂରତା ଯୋଗୁଁ ଏହି ସମ୍ମିଳନୀ ଉପରେ ବିଶ୍ବ ସମୁଦାୟ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ନିଜର ବ୍ୟବସାୟିକ ଆଭିମୁଖ୍ୟ ସ୍ପଷ୍ଟ କରିବେ। ୧୯୬୭ରୁ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ୮ ଟି ଦକ୍ଷିଣ ଏସୀୟ ରାଷ୍ଟ୍ର ଭାଗ ନେବେ। ଆମେରିକା-ଚୀନ୍‌ ବିବାଦ ବ୍ୟତୀତ ଆତଙ୍କବାଦକୁ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

‘ବାଲା’କୁ ନେଇ ନୂଆ ବିବାଦ : ନିର୍ମାତାଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ସହକାରୀ ନିର୍ଦ୍ଦେଶକ

ଆର୍ଟିକିଲ୍‌ ୧୫ର ଟ୍ରେଲର ରିଲିଜ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ଆୟୁଷ୍ମାନ ଖୁରାନାଙ୍କ ଅପକମିଙ୍ଗ ଫିଲ୍ମ ବାଲାକୁ ନେଇ ଏକ ନୂତନ ବିବାଦ ଦେଖା ଦେଇଛି। କାହାଣୀ ଚୋରି ଅଭିଯୋଗରେ ଜନୈକ ସହକାରୀ ନିର୍ଦ୍ଦେଶକ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସହକାରୀ ନିର୍ଦ୍ଦେଶକ କମଲ କାନ୍ତ ଚନ୍ଦ୍ରା ଆୟୁଷ୍ମାନ ଖୁରାନା, ନିର୍ଦ୍ଦେଶକ ଅମର କୌଶିକ୍‌ ଏବଂ ପ୍ରଯୋଜକ ଦୀନେଶ ଭିଜନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ସମାନ କାହାଣୀକୁ ନେଇ କମଲ କାନ୍ତ ରେଜିଷ୍ଟର କରିଥିବାରୁ ବାଲାର ନିର୍ମାତାଙ୍କ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କମଲ କାନ୍ତ ଧାରା ୪୨୦(ଠକେଇ) ଏବଂ ଧାରା ୪୦୬ (ବିଶ୍ବାସ ଭଙ୍ଗ)ରେ ଅଭିଯୋଗ ଆଣି ଏହି ମାମଲା ରୁଜୁ କରିଛନ୍ତି।