Categories
ଆଜିର ଖବର ଜାତୀୟ ଖବର

ତିହାର୍‌ ଜେଲ ଇତିହାସରେ ପ୍ରଥମ ଥର ପାଇଁ ଏକାସାଙ୍ଗରେ ଦିଆଗଲା ଚାରି ଦୋଷୀଙ୍କୁ ଫାଶୀ: ଜାଣନ୍ତୁ କେମିତି ଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଫନ୍ଦରୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଏପି ସିଂହ ବହୁ ପ୍ରଚେଷ୍ଟା କରିଥିଲେ। ଚାରି ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଏପି ସିଂହ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇ ଆଇନର ବିଭିନ୍ନ ଗଳା ବାଟକୁ ଉପଯୋଗ କରିଥିଲେ। କିନ୍ତୁ ତାଙ୍କର ସବୁ ଚାଲ୍‌ ଫେଲ୍‌ ମାରିଲା। ତିହାର ଜେଲ୍‌ର ଇତିହାସରେ ପ୍ରଥମ ଥର ପାଇଁ ଚାରି ଦୋଷୀଙ୍କୁ ଏକା ସାଙ୍ଗରେ ଦିଆଗଲା ଫାଶୀ। ଏହା ପୂର୍ବରୁ 1982ରେ ରଙ୍ଗା –ବିଲ୍ଲାଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯାଇଥିଲା।

ନିର୍ଭୟାର ଚାରୀ ଦୋଷୀ ବିନୟ, ମୁକେଶ, ପଓ୍ବନ ଓ ଅକ୍ଷୟଙ୍କୁ ଫାଶୀ ଦେବା ପାଇଁ ତିହାଡର ଫାଶୀ ଘରର କୂଅକୁ ଚଉଡା କରାଯାଇଥିଲା। ଯେଉଁ ଜେଲ୍‌ରେ ଏହି ଚାରି ଦୋଷୀ ରହିଥିଲେ, ସେଠାରୁ 200 ପାଦ ଦୂରରେ ଫାଶୀ ଘର ପ୍ରସ୍ତୁତ କରାଯାଇଥିଲା। ଯେଉଁଠାରେ ଫାଶୀ ଦିଆଯାଇଛି। ସେଠାରେ 500 ଗଜ ଏରିଆରେ ଏକ କୂଅ ନିର୍ମାଣ କରାଯାଇଥିଲା। ଯାହାର ଉଚ୍ଚତା 12 ଫୁଟ। ଫାଶୀ ଦିଆଯାଉଥିବା ସମୟରେ ଜେଲ୍‌ର ସୁପରିଟେଣ୍ଡେଡ୍‌, ଆସିଷ୍ଟାଣ୍ଡ୍‌ ଜେଲ୍‌ ସୁପରିଟେଣ୍ଡେଡ୍‌, ତାମିଲନାଡୁ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ। ଏତଦ୍‌ବ୍ୟତୀତ ମେଡ଼ିକାଲ୍‌ ଅଫିସର୍‌, ଡିଏମ୍‌ଏ, ଏଡିଏମ୍‌ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମସ୍ତଙ୍କ ଉପସ୍ଥିତିରେ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା।

ଏହି ଚାରିଙ୍କ ପୂର୍ବରୁ ତିହାର୍‌ ଜେଲ୍‌ରେ 1982 ମସିହାରେ ରଙ୍ଗା ବିଲ୍ଲାଙ୍କୁ ଫାଶୀ ଦିଆଯାଇଥିଲା। 1983ରେ ମୋହମ୍ମଦ ମକବୁଲ୍‌ ଭଟ୍ଟ, 1985ରେ କରତାର ସିଂହ-ଉଜାଗର ସିଂହ, 1989 ସତଓ୍ବନ୍ତ ସିଂହ-କେହର ସିଂହ ଓ 2013ରେ ଅଫଜଲ୍‌ ଗୁରୁକୁ ଫାଶୀ ଦିଆଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଫାଶୀ ପୂର୍ବରୁ କିପରି ଥିଲା ସେଇ ଶେଷ ଅଧଘଣ୍ଟା

ନୂଆଦିଲ୍ଲୀ : ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଫାଶୀରେ ଝୁଲିଲେ ଚାରି ଦୋଷୀ । ଦିଲ୍ଲୀର ତିହାର୍‌ ଜେଲ୍‌ରେ ସକାଳ 5.30ରେ ନରହନ୍ତାଙ୍କୁ ମିଳିଲା ଫାଶୀ ।  ନିର୍ଭୟା ଦୋଷୀମାନଙ୍କୁ ଫାଶୀ ହେବା ପରେ ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି ।

ଦୋଷୀଙ୍କୁ ଫାଶୀ ଦିଆଯିବା ପୂର୍ବରୁ କେମିତି ଥିଲା ଶେଷ ଘଣ୍ଟା

ଫାଶୀ ଦେବା ପୂର୍ବରୁ ତିହାର୍‌ ଜେଲର କିଛି ଅଧିକାରୀ ଫାଶୀ ଘର ପାଖରେ ପହଞ୍ଚିଥିଲେ । ଯେଉଁମାନଙ୍କ ଉପସ୍ଥିତରେ ଏହି ଫାଶୀର ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା । ଫାଶୀ ଫନ୍ଦାକୁ ଯିବା ପୂର୍ବରୁ ଦୋଷୀମାନଙ୍କୁ ଗାଧୋଇବା ତଥା କପଡା ବଦଳାଇବା ପାଇଁ କୁହାଯାଇଥିଲା । କିନ୍ତୁ ଦୋଷୀ ବିନୟ କପଡା ବଦଳାଇବାକୁ ମନା କରିବା ସହିତ କାନ୍ଦି କାନ୍ଦି କ୍ଷମା ମାଗିଥିଲେ।

  • ଫାଶୀ ଦିଆଯିବାର ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ସମୟ 4ଟା ସମୟରେ ଦୋଷୀଙ୍କୁ ଉଠାଯାଇଥିଲା। ଗାଧେଇବା ପାଇଁ କୁହାଯାଇଥିଲା ।
  • ଏହାପରେ ଜେଲ୍‌ ପ୍ରଶାସନ ତରଫରୁ ତାଙ୍କୁ ଚା’ ଜଳଖିଆ ପାଇଁ ପଚରାଯାଇଥିଲା ।  କିନ୍ତୁ କୌଣସି ଦୋଷୀ କିଛି ଖାଇନଥିଲେ ।
  • ଏହା ପରେ ଜେଲ୍‌ ପ୍ରଶାସନ ଦୋଷୀମାନଙ୍କୁ ତାଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚାରିଥିଲେ ।
  • ଠିକ୍‌ 5.30 ମିନିଟ୍‌ରେ ଦୋଷୀଙ୍କୁ ତିହାର୍‌ ଜଲେର ଫାଶୀ ଦିଆଯାଇଥିଲା ।

ଫାଶୀ ଦିଆଯିବା ପୂର୍ବରୁ ତିହାର୍‌ ଜେଲ୍‌ ବାହାରେ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା । ଦିଲ୍ଲୀର ସ୍ଥାନୀୟ ଲୋକ, କିଛି ସ୍ବେଚ୍ଛାସେବୀ ଜେଲ୍‌ ଆଗରେ ଉପସ୍ଥିତ ରହିଥିଲେ । ଫାଶୀ ଦିଆଯିବା ପରେ ସେଠାରେ ଉପସ୍ଥିତ ଲୋକମାନେ ବେଶ୍‌ ଖୁସି ହେବା ସହିତ ମିଠାଇ ବଣ୍ଟନ କରିଥିଲେ ।