ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାକୁ ନେଇ 166ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କରୋନା ଭାଇରସ୍ ଯେପରି ଆଗକୁ ଆଉ ନ ବ୍ୟାପେ ଏବଂ କିପରି ଏହାର ମୁକାବିଲା କରାଯିବ ସେ ନେଇ ଲୋକଙ୍କୁ ସଚେତନ କରିବା ଲାଗି ସରକାର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଭାରତରେ 16ଟି ରାଜ୍ୟରେ କରୋନା ସଂକ୍ରମିତ ରହିଥିବାବେଳେ ମହାରାଷ୍ଟ୍ରରେ ଅଧିକ ରହିଛନ୍ତି । (ଏଜେନ୍ସି)
Tag: coranavirus
ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଦେଶରେ ରହିଥିବା ସମସ୍ତ ଐତିହାସିକ ସ୍ଥଳୀ ତଥା ପର୍ଯ୍ୟଟନ ସ୍ଥଳୀକୁ ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ କରାଯିବାର ଘୋଷଣା କରାଯାଇଛି । ତାଜମହଲ, ରେଡ ପୋର୍ଟ ଏବଂ କୁତବ ମିନାର ସମେତ ଦେଶର ସମସ୍ତ ଐତିହାସିକ ପର୍ଯ୍ୟଟନ ସ୍ଥଳୀକୁ ଆସନ୍ତା 31 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏହି ସୂଚନା ଦେଇ କହିଛନ୍ତି ଯେ, “କରୋନା ଭାଇରସକୁ ଦୃଷ୍ଟିରେ ରଖି ସମସ୍ତ ଏଏସ୍ଆଇ ସଂରକ୍ଷିତ ସ୍ମାରକୀ ଏବଂ ଭାରତର କେନ୍ଦ୍ରୀୟ ସଂଗ୍ରହାଳୟ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରହିବ। ଏହାପୂର୍ବରୁ ସରକାର କରୋନା ଭାଇରସକୁ ବିଭିନ୍ନ ପରାମର୍ଶ ଜାରି କରିଛନ୍ତି।
ଭାରତରେ କରୋନାକୁ ମହାମାରୀ ଘୋଷଣା କରାଯାଇଛି। ଦେଶରେ ଗତ 24 ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ନୂତନ 11ଟି ମାମଲା ସାମ୍ନାକୁ ଆସିଛି। ଭାରତରେ ସର୍ବମାଟ ସଂକ୍ରମିତଙ୍କ ସଂଖ୍ୟା 125ରେ ପହଞ୍ଚିଥିବାବେଳେ ଆଜି ଆଉଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଜଣେ ବୟସ୍କ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି। ଭାରତରେ ସର୍ବମୋଟ କରୋନା ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ କେନ୍ଦ୍ର ସରକାର ଏନେଇ କଡା ପଦକ୍ଷେନ ଗ୍ରହଣ କରୁଛନ୍ତି । ବିଭିନ୍ନ ସ୍ଥାନରେ 144 ଧାରା ମଧ୍ୟ ଜାରି କରାଯାଇଛି। ଆଜି କରୋନା ଭାଇରସ୍ ଉପରେ ସଂସଦୀୟ ସ୍ଥାୟୀ ସମିତିଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ସହର ବିକାଶ ମନ୍ତ୍ରାଳୟର ଅଧିକାରୀମାନେ ଯୋଗ ଦେବେ। (ଏଜେନ୍ସି)