Categories
ଆଜିର ଖବର ଜାତୀୟ ଖବର

୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪ ହଜାର ୩୬୬ ନୂତନ ଆକ୍ରାନ୍ତ ଚିହ୍ନଟ: ୬୯୦ ମୃତ୍ୟୁ

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪ ହଜାର ୩୬୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ହୋଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭.୦୬ ଲକ୍ଷରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୬୯୦ ଜଣଙ୍କ ମୃତ୍ୟୁ ଘଟିବା ସହିତ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଲକ୍ଷ ୪୮ ହଜାର ୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୫ ହଜାର ୫୦୯ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ  ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୧୫୮, ବାଲେଶ୍ବରରୁ ୧୫୫, ବରଗଡରୁ ୧୫୨, ଝାରସୁଗୁଡାରୁ ୧୫୨, କନ୍ଧମାଳରୁ ୧୩୫, ମୟୂରଭଞ୍ଜରୁ ୧୩୫, ସମ୍ବଲପୁରରୁ ୧୨୭, ରାୟଗଡାରୁ ୧୧୮, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୦୫, ଗଞ୍ଜାମରୁ ୯୯, ବଲାଙ୍ଗିରିରୁ ୯୮, ଭଦ୍ରକରୁ ୯୨, ନବରଙ୍ଗପୁରରୁ ୮୧, ନୂଆପଡାରୁ ୭୭, କେନ୍ଦୁଝରରୁ ୭୬, ଢେଙ୍କାନାଳରୁ ୭୪, କେନ୍ଦ୍ରାପଡାରୁ ୬୯, କୋରାପୁଟରୁ ୬୯, କଳାହାଣ୍ଡିରୁ ୬୫, ସୋନପୁରରୁ ୬୫, ସୁନ୍ଦରଗଡରୁ ୬୨, ଗଜପତିରୁ ୫୮, ନୟାଗଡରୁ ୪୭, ମାଲକାନଗିରିରୁ ୪୬, ବୌଦ୍ଧରୁ ୪୪, ଅନୁଗୁଳରୁ ୩୯, ଦେବଗଡରୁ ୭ ଏବଂ ଷ୍ଟେଟ ପୁଲ ରୁ ୨୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୬୧ ହଜାର ୦୪୪ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୫ ହଜାର ୦୩୯ ଜଣ ଏବଂ ୭୫୨ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ୬୯, ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୯୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ୬୯, ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦ଲକ୍ଷ ୪୪ ହଜାର ୯୪୧ରେ ପହଞ୍ଚିଥିବାବେଳେ ୭ ଲକ୍ଷ ୭ ହଜାର ୬୬୮ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୮୦ହଜାର ୫୬୭ରେ ପହଞ୍ଚିଛି।

ସେହିପରି ଦେଶରେ ଆଜି କରୋନାରେ ୯୧୨ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଦେଶରେ କୋରୋନଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୬,୭୦୬ କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ର ସର୍ବାଧିକ ୨୧ ହଜାର ୯୯୫ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ତାମିଲନାଡୁରେ ୬୪୨୦, କର୍ଣ୍ଣାଟକରେ ୪୬୧୫, ଦିଲ୍ଲୀରେ ୪୨୮୪ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ମୃତ୍ୟୁ ସଂଖ୍ୟା 872 ଟପିଲା , ମାତ୍ର ସାତୋଟି ରାଜ୍ୟରେ ରହିଛନ୍ତି 80 ପ୍ରତିଶତ କରୋନା ସଂକ୍ରମିତ

ନୂଆଦିଲ୍ଲୀ :  ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 27 ହଜାର 892ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା 872ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 6185ଜଣ।  ଏବେ ଅଧିକାଂଶ ରାଜ୍ୟରେ କରୋନା ମହାମାରୀର ମାତ୍ରା କମ୍‌ ଦେଖାଯାଉଛି । ଦେଶର 32ଟି ରାଜ୍ୟ ମଧ୍ୟରୁ କେବଳ 7ଟି ରାଜ୍ୟର 80 ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସାତୋଟି ରାଜ୍ୟରେ 84.3 ପ୍ରତିଶତ କରୋନା ଜନିତ ମୃତ୍ୟୁ ହୋଇଛି ।  ଏହି ସମସ୍ତ ରାଜ୍ୟରେ ମୋଟ୍‌ 22,321ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 736ଙ୍କର ମୃତ୍ୟୁ ହୋଇଛି ।

କରୋନା ଯୋଗୁଁ ଭାରତର ସ୍ଥିତି ବେଶ୍‌ ଜଟିଳ ରହିଛି । ତେବେ ଭାରତର 32ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ମାତ୍ର ସାତୋଟି ରାଜ୍ୟରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଦେଶର 80 ପ୍ରତିଶତ କରୋନା ରୋଗୀ ଏହି 7ଟି ରାଜ୍ୟରେ ରହିଛି ।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ଆଦି ରାଜ୍ୟଗୁଡିକରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 8068 ଥିବାବେଳେ ମୃତ୍ୟୁ ସଂଖ୍ୟା 342ରେ ପହଞ୍ଚିଛି । ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା 3301 ଥିବାବେଳେ 151ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 54 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2918 ରହିଛି । ରାଜସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା 2185 ଥିବାବେଳେ ମୃତ୍ୟୁ ସଂଖ୍ୟା 33 ରହିଛି । ମଧ୍ୟପ୍ରଦେଶରେ ସଂକ୍ରମିତଙ୍କସଂଖ୍ୟା 2096 ଥିବାବେଳେ ମୃତ୍ୟୁ ସଂଖ୍ୟା 103 ରହିଛି । ତାମିଲନାଡୁରେ 24 ଜଣଙ୍କ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 1885 ସଂକ୍ରମିତ ରହିଛି । ସେହିପରି ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା 1868 ଥିବାବେଳେ ମୃତ୍ୟୁ ସଂଖ୍ୟା 29 ରହିଛି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଚାରୋଟି ରାଜ୍ୟ କରୋନ ମୁକ୍ତ ହୋଇପାରିଛନ୍ତି ।

ଭାରତରେ ଜାନୁଆରୀ 30 ତାରିଖରେ ସର୍ବପ୍ରଥମ କରୋନା ମାମଲା କେରଳରେ ଦେଖାଯାଇଥିଲା । ପରେ ଏହା ଭାରତର 32ଟି ରାଜ୍ୟକୁ ବ୍ୟାପିଯାଇଥିଲା । ତେବେ 4ଟି ରାଜ୍ୟଟି ଏବେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇପାରିଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରେ ରହିଛି ଗୋଆ, ମଣିପୁର, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶ । ଗୋଆରୁ ମାତ୍ର ସାତଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସମେସ୍ତ ସୁସ୍ଥ ହୋଇଛନ୍ତି । ସେହିପରି ମଣିପୁର ଓ ତ୍ରିପୁରାରୁ ଦୁଇ ଜଣ ଲେଖାଏଁ କରୋନା ସଂକ୍ରମିତ ରହିଥିଲେ । ଏମାନେ ସୁସ୍ଥ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ଜଣେ ମାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ମଧ୍ୟ ଏବେ ସୁସ୍ଥ ହୋଇଛନ୍ତି । ଏହି ଚାରୋଟି ରାଜ୍ୟରେ କରୋନା ଜନିତ ମୃତ୍ୟୁ ହୋଇନାହିଁ ।