Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଗବେଷକଙ୍କ ସତର୍କ ସୂଚନା, ଏଇ ଶୀତ ଋତୁରେ ପୁଣି ତିନୋଟି ପର୍ଯ୍ୟାୟରେ ଆସିବ କରୋନା

Corona Return: ପୁଣି ଥରେ କରୋନା ଲେଉଟିବ। ଏଇ ଶୀତ ଋତୁରେ ତିନୋଟି ପର‌୍ୟ୍ୟାୟରେ ଚୀନରେ କରୋନା କଲବଲ କରିବ। ଏ ନେଇ ପୂର୍ବାନୁମାନ କରିଛନ୍ତି ଚୀନର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ। ସେମାନଙ୍କର କହିବା କଥା ଯେ, ବର୍ତ୍ତମାନ ମଧ୍ୟ ଚୀନରେ କରୋନା କଲବଲ କରିବାରେ ଲାଗିଛି। ହେଲେ ଏହି ଶୀତରେ ତିନୋଟି ପର‌୍ୟ୍ୟାୟରେ ଏହି କରୋନା ଆକ୍ରମଣ କରିବ।

ସେମାନଙ୍କର କହିବା କଥା ହେଲା ଯେ, ଚଳିତ ମାସ ଆରମ୍ଭରେ ହୋଇଥିବା ଅତ୍ୟଧିକ ପ୍ରତିବନ୍ଧକ ପ୍ରତ୍ୟାହାର ପରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସର୍ବଶେଷ ସରକାରୀ ଆକଳନଗୁଡ଼ିକ ଅପେକ୍ଷାକୃତ କମ୍ ସଂଖ୍ୟକ ନୂତନ ଦୈନିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ, କୋଭିଡ ପରୀକ୍ଷଣରେ ସମ୍ପ୍ରତି ହ୍ରାସ ଯୋଗୁଁ ପ୍ରକୃତ ସଂଖ୍ୟା ଆକଳନ କରି ହେଉ ନାହିଁ ବୋଲି ସେମାନେ କହିଛନ୍ତି। ଗତକାଲି ସରକାରୀ ହିସାବରେ ବୈନିକ ୨,୦୯୭ ଟି ନୂଆ ମାମଲା ରିପୋର୍ଟ କରିଛନ୍ତି।

ଏପିଡେମୋଲୋଜିଷ୍ଟ୍ ଡ. ୱୁ ଜୁନିୟୋ କହିଛନ୍ତି ଯେ ସେ ବିଶ୍ବାସ କରନ୍ତି ଯେ ସଂକ୍ରମଣର ବର୍ତ୍ତମାନର ତୀବ୍ରତା ଜାନୁଆରୀ ମଧ୍ୟଭାଗ ପର‌୍ୟ୍ୟନ୍ତ ଚାଲିବ। ଦ୍ୱିତୀୟ ତରଙ୍ଗ ଆସନ୍ତା ଜାନୁୟାରୀ ୨୧ ତାରିଖରୁ ଆରମ୍ଭ ହେବ। କାରଣ ବିଭିନ୍ନ ସ୍ଥାନରେ ସପ୍ତାହ ବ୍ୟାପି ନୂଆ ବର୍ଷ ପାଳନ ପରେ ଏହି ତରଙ୍ଗ ଆସିବ।  ଲକ୍ଷ ଲକ୍ଷ ଲୋକ ସାଧାରଣତଃ ଏହି ସମୟରେ ପରିବାର ସହିତ ଛୁଟି କାଟିବା ପାଇଁ ଯାତ୍ରା କରିଥାନ୍ତି।

ତୃତୀୟ ତରଙ୍ଗ ଫେବୃଆରୀ ଶେଷରୁ ମାର୍ଚ୍ଚ ମଧ୍ୟଭାଗ ପର‌୍ୟ୍ୟନ୍ତ ଚାଲିବ କାରଣ ଲୋକମାନେ ଛୁଟି ପରେ କାମକୁ ଫେରିବେ ବୋଲି ଡ. ୱୁ ଜୁନିୟୋ କହିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବର୍ତ୍ତମାନର ଟୀକାକରଣ ସ୍ତର ବୃଦ୍ଧିରୁ ଏକ ନିର୍ଦ୍ଦିଷ୍ଟ ସ୍ତରର ସୁରକ୍ଷା ପ୍ରଦାନ କରିଛି ଏବଂ ଏହା ଦ୍ୱାରା ଗୁରୁତର ରୋଗ ସଂଖ୍ୟା ହ୍ରାସ ପାଇଛି।

ଆମେରିକାର ଏକ ପ୍ରତିଷ୍ଠିତ ଅନୁସନ୍ଧାନ ପ୍ରତିଷ୍ଠାନ ଏହି ସପ୍ତାହ ପୂର୍ବରୁ ରିପୋର୍ଟ କରିବା ପରେ ଡ ୱୁଙ୍କ ମନ୍ତବ୍ୟ ଆସିଛି। ଏହା ମଧ୍ୟ ଅନୁମାନ କରାଯାଇଛି ଯେ ୨୦୨୩ ମସିହାରେ କୋଭିଡ ଦ୍ବାରା ଚୀନରେ ଏକ ମିଲିୟନରୁ ଅଧିକ ଲୋକ ମୃତ୍ୟୁବରଣ କରିପାରନ୍ତି। ଯଦିଓ ସରକାର ଏହି ମାସର ୭ ତାରିଖରୁ କୈଣସି କୋଭିଡ ମୃତ୍ୟୁ ବିଷୟରେ ଆନୁଷ୍ଠାନିକ ଭାବେ ଜଣାଇ ନାହାଁନ୍ତି, ତଥାପି ବେଜିଂରେ ବହୁ ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି ବୋଲି କୁହାଯାଇଛି।