Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କରୋନା

ଜୟପୁର : କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଏହି ମହାମାରୀ କବଳରେ ସାଧାରଣ ଲୋକଙ୍କ ଠାରୁ ଦୁନିଆର ବଡ ବଡ ନେତା, ଅଭିନେତାମାନେ ମଧ୍ୟ ଏହା କବଳରେ ପଡୁଛନ୍ତି । ନିକଟରେ ବହୁ କେନ୍ଦ୍ର ମନ୍ତ୍ରୀମାନେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବାବେଳେ  ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ସୂଚନା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍‌ ମହାନ୍ତି ଶନିବାର ଅର୍ଥାତ୍‌ ଅଗଷ୍ଟ 15 ତାରିଖ ଦିନ ସକାଳୁ ସ୍ୱାଧୀନତା ଦିବସ ଅବସରରେ ହାଇକୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ । ବୃକ୍ଷରୋପଣ କରି ମହାଭିଯାନ ଆରମ୍ଭ କରିଥିଲେ । ଏହି ଅବସରରେ ହାଇକୋର୍ଟର ଅନ୍ୟ ବିଚାରପତି ଓ କର୍ମଚାରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ମୁଖ୍ୟ ବିଚାରପତି କରୋନାରେ ଆକ୍ରାନ୍ତ ହେବା ପରେ ଗତକାଲି ଉତ୍ସବରେ ଯୋଗଦାନ କରିଥିବା ସମସ୍ତ ଅତିଥି ତଥା ବ୍ୟକ୍ତିବିଶେଷଙ୍କୁ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲୁଧିଆନା ସେଣ୍ଚ୍ରାଲ ଜେଲରେ 26 ଜଣ ଅନ୍ତେବାସୀ କରୋନା ପଜିଟିଭ

ଚଣ୍ଡିଗଡ଼, ପଂଜାବର ଲୁଧିଆନା ସେଣ୍ଟ୍ରାଲ ଜେଲରେ 26 ଜଣ ଅନ୍ତେବାସୀ ରବିବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷା ପୂର୍ବରୁ ସେମାନଙ୍କ ନିକଟରେ କୋଭିଡ-19ର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ ଜେଲର ଏକ ସ୍ବତନ୍ତ୍ର ବାରାକରେ ରଖାଯାଇଛି। ଏହି ଘଟଣା ଜଣା ପଡ଼ିବା ପରେ ଅନ୍ୟ 32 ଜଣ ଅନ୍ତେବାସୀଙ୍କୁ ନିକଟରେ ଥିବା ଅନ୍ୟ ଏକ ଜେଲର ସ୍ବତନ୍ତ୍ର ସେଲକୁ ପଠାଇ ଦିଆଯାଇଛି। (ଏଜେନସୀ)

Categories
ଆଜିର ଖବର ଜାତୀୟ ଖବର

ତାମିଲ୍‌ନାଡୁରେ 12 ବର୍ଷରୁ କମ୍‌ 121ଜଣଙ୍କଠାରେ କରୋନା ପଜିଟିଭ୍‌

ତାମିଲନାଡୁ : ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । କରୋନା ଭାଇରସ୍‌କୁ ନେଇ ତାମିଲନାଡୁର ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି । ଏଠାରେ 12 ବର୍ଷରୁ କମ୍ 121 ପିଲାଙ୍କଠାରେ କରୋନା ପଜିଟିଭ୍ ମିଳିଛି । ଏବେ ତାମିଲନାଡୁରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2058 ରହିଛି ।

ସେହିପରି ରାଜ୍ୟର ରାଜଧାନୀ ଚେନ୍ନାଇରେ କରୋନା ଜନିତ 103ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଠାରେ କରେନା ମାମଲା 673କୁ ବୃଦ୍ଧି ହୋଇଛି । ସେହିପରି ତାମିଲନାଡୁରେ ଏପର୍ଯ୍ୟନ୍ତ 25 ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ରାଜ୍ୟର ଜିଲ୍ଲାକୁ ଭିନ୍ନ ଭିନ୍ନ ଜୋନ୍‌ରେ ବାଣ୍ଟିଛନ୍ତି । ଏହି ରାଜ୍ୟରେ କୃଷ୍ଣିଗିରି ଗତ 28 ଦିନଧରି ଗ୍ରୀନ୍‌ ଜୋନ୍‌ରେ ରହିଛି । ସେହିପରି ରାଜ୍ୟରେ 15ଟି ଅରେଞ୍ଜ ଜୋନ୍‌ ରହିଛି, ଯେଉଁଠାରେ 15ରୁ କମ୍‌ ମାମଲା ରହିଛି । ଅନ୍ୟ 29 ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। ରାଜ୍ୟର ମୋଟ୍‌ ସଂକ୍ରମିତଙ୍କ ମଧ୍ୟରେ 1392 ପୁରୁଷ ରହିଥିବାବେଳେ 666 ମହିଳା ରହିଛନ୍ତି । ସୂଚନାଯୋଗ୍ୟ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1000 ପାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 31 ହଜାର ଡେଇଁଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

୪୯ ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି

ଭୁବନେଶ୍ବର: ୪୯ ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ଉକ୍ତ ୩୫ ବର୍ଷୀୟ ମହିଳା ଜଣକ ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୩ ତାରିଖ ଯାଏଁ ନିଜ ଘର ମଧୁସୂଦନ ନଗରରେ ଥିଲେ। ଏପ୍ରିଲ ୪ ତାରିଖ ଦିନ ରେଡ କ୍ରସ ଭବନ ନିକଟକୁ ଆସିଥିଲେ। ଏପ୍ରିଲ ୬ ତାରିଖ ଦିନ ସେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। ୭ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ନିଜ ଘରେ ସଙ୍ଘରୋଧରେ ରହିଥିଲେ। ୧୦ ତାରିଖ ଦିନ ତାଙ୍କର ନମୁନା ପରୀକ୍ଷା ପରେ ସେ କରୋନା ପଜିଟିଭ ଥିଲେ ବୋଲି ଜଣାପଡିଥିଲା। ତାପରେ ତାଙ୍କୁ କିମ୍ସ କୋଭିଡ-୧୯ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଗଲା।