Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସୁଛି କୋଭିଡ୍‌-୧୯ : ଜିଲ୍ଲା ହସପିଟାଲରେ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ୍‌-୧୯ ପୁଣିଥରେ କାୟା ବିସ୍ତାର କରୁଥିବାବେଳେ ଭାରତରେ ସେମିତି ପରିସ୍ଥିତି ଉପୁଜି ନାହିଁ । ରାଜ୍ୟରେ ଏବେ ସୁଦ୍ଧା ଏହାର ବିଶେଷ କିଛି ପ୍ରଭାବ ନାହିଁ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ମହାମାରୀ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ସମୀକ୍ଷା ବୈଠକରେ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାର ପରିସର ବ୍ୟାପକ ଥିବା ବେଳେ ଏବେ ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଉପରେ ପର୍ଯ୍ୟବେଶିତ ହେବ । ସେହିପରି ବିମାନ ବନ୍ଦର ଓ ସମୁଦ୍ର ବନ୍ଦରଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଲାଗୁ କରାଯିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଏ ସଂପର୍କରେ ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରି ଏହାକୁ ପରିଚାଳନା କରିବେ ।

ରାଜ୍ୟରେ ଜିନୋମ୍‌ ସିକୁ୍ୟଏନ୍‌ସିଂକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିଠାରେ ଏହି ସୁବିଧା ଥିବାବେଳେ ଖୁବ୍‌ ଶୀଘ୍ର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ସୁବିଧା ମିଳିପାରିବ । ଅନ୍ୟସବୁ ଜିଲ୍ଲା ମଧ୍ୟ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିକୁ ଜିନୋମ୍‌ ସିକୁ୍ୟଏନ୍‌ସିଂ ପାଇଁ ସାମ୍ପଲ ପଠାଇବେ ।

କୋଭିଡ୍‌-୧୯ ପାଇଁ ପ୍ରସ୍ତୁତି ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ଭିମ୍‌ସାର ବୁର୍ଲାଠାରେ ୨୦ଟି ଲେଖାଏଁ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟସବୁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ୧୦ଟି ଲେଖାଏଁ ଅକ୍ସିଜେନ୍‌ ସୁବିଧା ଥିବା ବେଡ୍‌ ପ୍ରସ୍ତୁତ ରଖାଯିବ।

କୋଭିଡ୍‌-୧୯ ପରିଚାଳନା ପାଇଁ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍‌ପିଟାଲ୍‌, ରାଉରକେଲାର ଆର୍‌ଜିଏଚ୍‌ ଓ ଅନ୍ୟ ମେଡିକାଲ କଲେଜ ଏବଂ ହସ୍‌ପିଟାଲ୍‌ଗୁଡ଼ିକ ମକ୍‌ଡି୍ରଲ କରିବେ।
ଆଗାମୀ ହକି ବିଶ୍ୱକପ୍‌କୁ ଆଖି ଆଗରେ ରଖି କଟକ, ସୁନ୍ଦରଗଡ଼ (ରାଉରକେଲା) ଓ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଆବଶ୍ୟକ ପରିମାଣର ଗାଡ଼ି ଓ ମାନବସମ୍ବଳ ଯୋଗାଇ ଦିଆଯିବ। ରାଉରକେଲା, ଭୁବନେଶ୍ୱର ଓ କଟକଠାରେ ବ୍ୟାପକ ଭାବେ କୋଭିଡ୍‌-୧୯ ପରୀକ୍ଷଣର ବ୍ୟବସ୍ଥା କରାଯିବ।

କୋଭିଡ୍‌-୧୯ ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତେ ସ୍ୱତଃପ୍ରବୃତ ଭାବେ ମାସ୍କ ବ୍ୟବହାର କରିବା, ହାତ ଧୋଇବା, ଲକ୍ଷଣ ଥିଲେ ସଙ୍ଗରୋଧରେ ରହିବା, ପବ୍ଲିକ୍‌ ପ୍ଲେସ୍‌ରେ ଛେପ ନପକେଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବା ଉଚିତ।

ଏହା ସହିତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ‘ଫିଭର କ୍ଲିନିକ୍‌’ ଖୋଲାଯିବା ସହିତ ବାକି ରହି ଯାଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। କୋଭିଡ-୧୯କୁ ଆଖି ଆଗରେ ରହି ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ଥିବାବେଳେ କୋଭିଡ୍‌ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣରେ ‘କିଟ୍‌’ ଓ ଅକ୍ସିଜେନ୍‌ ଆଗାମୀ ୩ ମାସ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସଚେତନତା ସୃଷ୍ଟି ପାଇଁ ନିୟମିତ ଭାବେ ସୂଚନା ପ୍ରଦାନ କରାଯିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।

ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶାଳନୀ ପଣ୍ଡିତ, ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିର ପ୍ରତିନିଧି ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଗବେଷକଙ୍କ ସତର୍କ ସୂଚନା, ଏଇ ଶୀତ ଋତୁରେ ପୁଣି ତିନୋଟି ପର୍ଯ୍ୟାୟରେ ଆସିବ କରୋନା

Corona Return: ପୁଣି ଥରେ କରୋନା ଲେଉଟିବ। ଏଇ ଶୀତ ଋତୁରେ ତିନୋଟି ପର‌୍ୟ୍ୟାୟରେ ଚୀନରେ କରୋନା କଲବଲ କରିବ। ଏ ନେଇ ପୂର୍ବାନୁମାନ କରିଛନ୍ତି ଚୀନର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ। ସେମାନଙ୍କର କହିବା କଥା ଯେ, ବର୍ତ୍ତମାନ ମଧ୍ୟ ଚୀନରେ କରୋନା କଲବଲ କରିବାରେ ଲାଗିଛି। ହେଲେ ଏହି ଶୀତରେ ତିନୋଟି ପର‌୍ୟ୍ୟାୟରେ ଏହି କରୋନା ଆକ୍ରମଣ କରିବ।

ସେମାନଙ୍କର କହିବା କଥା ହେଲା ଯେ, ଚଳିତ ମାସ ଆରମ୍ଭରେ ହୋଇଥିବା ଅତ୍ୟଧିକ ପ୍ରତିବନ୍ଧକ ପ୍ରତ୍ୟାହାର ପରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସର୍ବଶେଷ ସରକାରୀ ଆକଳନଗୁଡ଼ିକ ଅପେକ୍ଷାକୃତ କମ୍ ସଂଖ୍ୟକ ନୂତନ ଦୈନିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ, କୋଭିଡ ପରୀକ୍ଷଣରେ ସମ୍ପ୍ରତି ହ୍ରାସ ଯୋଗୁଁ ପ୍ରକୃତ ସଂଖ୍ୟା ଆକଳନ କରି ହେଉ ନାହିଁ ବୋଲି ସେମାନେ କହିଛନ୍ତି। ଗତକାଲି ସରକାରୀ ହିସାବରେ ବୈନିକ ୨,୦୯୭ ଟି ନୂଆ ମାମଲା ରିପୋର୍ଟ କରିଛନ୍ତି।

ଏପିଡେମୋଲୋଜିଷ୍ଟ୍ ଡ. ୱୁ ଜୁନିୟୋ କହିଛନ୍ତି ଯେ ସେ ବିଶ୍ବାସ କରନ୍ତି ଯେ ସଂକ୍ରମଣର ବର୍ତ୍ତମାନର ତୀବ୍ରତା ଜାନୁଆରୀ ମଧ୍ୟଭାଗ ପର‌୍ୟ୍ୟନ୍ତ ଚାଲିବ। ଦ୍ୱିତୀୟ ତରଙ୍ଗ ଆସନ୍ତା ଜାନୁୟାରୀ ୨୧ ତାରିଖରୁ ଆରମ୍ଭ ହେବ। କାରଣ ବିଭିନ୍ନ ସ୍ଥାନରେ ସପ୍ତାହ ବ୍ୟାପି ନୂଆ ବର୍ଷ ପାଳନ ପରେ ଏହି ତରଙ୍ଗ ଆସିବ।  ଲକ୍ଷ ଲକ୍ଷ ଲୋକ ସାଧାରଣତଃ ଏହି ସମୟରେ ପରିବାର ସହିତ ଛୁଟି କାଟିବା ପାଇଁ ଯାତ୍ରା କରିଥାନ୍ତି।

ତୃତୀୟ ତରଙ୍ଗ ଫେବୃଆରୀ ଶେଷରୁ ମାର୍ଚ୍ଚ ମଧ୍ୟଭାଗ ପର‌୍ୟ୍ୟନ୍ତ ଚାଲିବ କାରଣ ଲୋକମାନେ ଛୁଟି ପରେ କାମକୁ ଫେରିବେ ବୋଲି ଡ. ୱୁ ଜୁନିୟୋ କହିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବର୍ତ୍ତମାନର ଟୀକାକରଣ ସ୍ତର ବୃଦ୍ଧିରୁ ଏକ ନିର୍ଦ୍ଦିଷ୍ଟ ସ୍ତରର ସୁରକ୍ଷା ପ୍ରଦାନ କରିଛି ଏବଂ ଏହା ଦ୍ୱାରା ଗୁରୁତର ରୋଗ ସଂଖ୍ୟା ହ୍ରାସ ପାଇଛି।

ଆମେରିକାର ଏକ ପ୍ରତିଷ୍ଠିତ ଅନୁସନ୍ଧାନ ପ୍ରତିଷ୍ଠାନ ଏହି ସପ୍ତାହ ପୂର୍ବରୁ ରିପୋର୍ଟ କରିବା ପରେ ଡ ୱୁଙ୍କ ମନ୍ତବ୍ୟ ଆସିଛି। ଏହା ମଧ୍ୟ ଅନୁମାନ କରାଯାଇଛି ଯେ ୨୦୨୩ ମସିହାରେ କୋଭିଡ ଦ୍ବାରା ଚୀନରେ ଏକ ମିଲିୟନରୁ ଅଧିକ ଲୋକ ମୃତ୍ୟୁବରଣ କରିପାରନ୍ତି। ଯଦିଓ ସରକାର ଏହି ମାସର ୭ ତାରିଖରୁ କୈଣସି କୋଭିଡ ମୃତ୍ୟୁ ବିଷୟରେ ଆନୁଷ୍ଠାନିକ ଭାବେ ଜଣାଇ ନାହାଁନ୍ତି, ତଥାପି ବେଜିଂରେ ବହୁ ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି ବୋଲି କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ଲେଉଟାଣି ପାଇଁ ସଜାଗ ହେଲେ ରାଜ୍ୟ ସରକାର, ପ୍ରତିଦିନ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ବିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ– ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର‌୍ୟ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ ।

ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ ମୁକାବିଲା ପାଇଁ ସ୍ବୀକୃତି ହାସଲ କରିଛି ବୋଲି ସେ କହିଥିଲେ। ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ପରିସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ବର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆମ ଦେଶରେ ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି।

ତେଣୁ ଏଭଳି ପରିସ୍ଥିତିରେ ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ । ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତ ଜିଲ୍ଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ମାନଙ୍କ ସହିତ ସଚେତନତା ଓ ସମନ୍ବୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନେକ ଦେଶରେ କୋଭିଡର ଦ୍ବିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି। ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି। ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ। ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଆମ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା ।

ଦ୍ବିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର‌୍ୟ୍ୟକାରୀ କରିବା । ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଓ ଏସ୍‌.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଓ IEC campaign ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ। ଗାଁ, ସାପ୍ତାହିକ ହାଟ ଓ ଭିଡ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍ ଓ ଟେଷ୍ଟିଂ କାର‌୍ୟ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣିଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ଗତ କିଛି ଦିନ ହେଲା କୋଭିଡ ପଜିଟିଭ କେସ୍‌ରେ ସାମାନ୍ୟ ବୃଦ୍ଧି ଆସିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ସୁନ୍ଦରଗଡ, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧା – ଏହି ୪ ଗୋଟି ଜିଲ୍ଲାରେ ରାଜ୍ୟରେ ବାହାରୁଥିବା ପଜିଟିଭ ସଂଖ୍ୟାର ୪୦ ପ୍ରତିଶତ ଥିବାବେଳେ ନୟାଗଡ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ।

RT-PCR ଟେଷ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଓ ରେଡ୍ ଫ୍ଲାଗ୍ ରାଜ୍ୟ ଗୁଡିକରୁ ଆସୁଥିବା ଲୋକମାନଙ୍କୁ କଡାକଡି ଯାଂଚ କରାଯାଉଛି। ଟୀକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି । ଅଧିକ ୨୫ ଲକ୍ଷ ଡୋଜ୍ ଟୀକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଟୀକା ନଷ୍ଟ ପରିମାଣ ୦.୨୪ ପ୍ରତିଶତ ରହିଛି, ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍ ବୋଲି ସେ କହିଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି ।

ଷ୍ଟେସନ ଓ ବିମାନ ବନ୍ଦର ଗୁଡିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

Corona Return: ଦୁଇଟି ସହରରେ ଲାଗୁ ହେଲା ରାତ୍ରୀକାଳିନ କର୍ଫୁ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୋପାଳ, ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ଦୁଇଟି ସହରରେ ରାତ୍ରୀକାଳିନ କର୍ଫୁ ଲାଗୁ କରିଛନ୍ତି। ସେହି ଦୁଇଟି ସହର ହେଲା ଭୋପାଳ ଏବଂ ଇନ୍ଦୋର। ଏହି ଦୁଇଟି ସହରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ରାତିରେ ଲୋକମାନଙ୍କର ଚଳପ୍ରଚଳ ବେଶୀ ରହୁଥିବାରୁ ସରକାର ଏପରି ନିଷ୍ପତି ଗ୍ରହଣ କରିଛନ୍ତି।

ସେହିପରି ସ୍ଥାନୀୟ ପ୍ରଶାସନ 8 ଟି ସହରରେ ରାତି ଦଶଟା ପରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସହରଗୁଡିକ ହେଲା ଜବଲପୁର, ଗୌୱାଲିୟର, ଉଜ୍ଜାନ, ରତ୍ଲାମ, ଛିଣ୍ଡୱାଦା,ବୁରହନପୁର,ବେତୁଲ ଏବଂ ଖାରଗାଁ। ଏହା ଆଜି ରାତ୍ରୀରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଠଟି ଜିଲ୍ଲାରେ ଯେଉଁମାନେ ମହାରାଷ୍ଟ୍ରରୁ ଆସିବେ ସେମାନେ ଗୋଟିଏ ସପ୍ତାହ କ୍ବାରଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।