Categories
ଆଜିର ଖବର ଜାତୀୟ ଖବର

ଭାରତର ଏହି ସହର ଏବେ କରୋନା ହଟସ୍ପଟ୍‌ ନୁହେଁ, ବରଂ ବନିଲା ଡେଥସ୍ପଟ୍‌ : 10 ଦିନରେ 250 ମୃତ୍ୟୁ

ଗୁଜୁରାଟ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିଚାଲିଛି । କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ମଧ୍ୟ ରହିଛି । ଅନଲକ ପ୍ରର୍ଯ୍ୟାୟରେ ପ୍ରତିଦିନ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅହମ୍ମଦାବାଦରେ ମଧ୍ୟ କରୋନା ମାମଲା ଦ୍ରୁତ ଏବଂ ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି । ଅହମ୍ମଦାବାଦରେ ମଧ୍ୟ ମୃତ୍ୟୁ ହାର ଅଧିକ ରହିଛି । ଅହମ୍ମଦାବାଦରେ ମୃତ୍ୟୁ ହାର ବର୍ତ୍ତମାନ 7.1% ରହିଛି । ଅହମ୍ମଦାବାଦ ବର୍ତ୍ତମାନ ଦେଶରେ କରୋନାର ଡେଥସ୍ପଟ ଭାବେ ଚିହ୍ନିତ ହୋଇଛି । ଅହମ୍ମଦାବାଦରେ ପ୍ରତି 100ଟି ମାମଲା ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହେଉଥିବାର ସୂଚନା ମିଳିଛି । ଗତ ମାସଠାରୁ ଅହମ୍ମଦାବାଦଠାରେ ମୃତ୍ୟୁ ଦର ବଢିବାରେ ଲାଗିଛି । ଏଥିପାଇଁ ଏବେ ଏହି ସହରକୁ କରୋନା ଡେଥସ୍ପଟ ଭାବରେ ବିବେଚନା କରାଯାଇଛି  । କାରଣ ଗତ ମାସ ପୂର୍ବରୁ ଏଠାରେ ମୃତ୍ୟୁ ହାର 5% ଥିବାବେଳେ ବର୍ତ୍ତମାନ ଏହା 7.1% କୁ ବୃଦ୍ଧି ପାଇଛି ।

ଗୁଜୁରାଟରେ କରୋନା ମୃତ୍ୟୁହାର ବିଷୟରେ କହିବାକୁ ଗଲେ ଏହା 9.16% ପ୍ରତିଶତ ରହିଛି । ଗତ 84 ଦିନ ମଧ୍ୟରେ ଗୁଜରାଟରେ କରୋନାରୁ ମୋଟ 1385 ଜଣ ମୃତ୍ୟୁ ହୋଇଥିବାବେଳେ ଅହମ୍ମଦାବାଦରେ 1117ଜଣଙ୍କର ମୃତ୍ୟୁ ହୋଇଛି ।

ଗତ 10 ଦିନ ମଧ୍ୟରେ ଗୁଜୁରାଟରେ କରୋନା ଯୋଗୁଁ 309 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅହମ୍ମଦାବାଦରେ 250 ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ଏଠାରେ ଅଧିକ ଚିନ୍ତାଜନକ ବିଷୟ ହେଉଛି ଯେ, ପ୍ରତି ମିଲିୟନ ଜନସଂଖ୍ୟାରେ 1797 ଜଣ ଲୋକ କରୋନା ରୋଗରେ ପୀଡିତ ରହିଛନ୍ତି । ସେହିପରି ମୁମ୍ବାଇରେ 3316 ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ, ଚେନ୍ନାଇରେ ମଧ୍ୟ 3229 ଜଣ ଆକ୍ରାନ୍ତ ହେଉଛନ୍ତି ।ଅହମ୍ମଦାବାଦରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରେ 128 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୁମ୍ବାଇରେ 113 ଜଣ, ଦିଲ୍ଲୀରେ 43 ଏବଂ ଚେନ୍ନାଇରେ 31 ଜଣଙ୍କର ମୃତ୍ୟୁ ଘଟିଛି।

ଜୁନ୍ 1 ରୁ ଜୁନ୍ 11 ତାରିଖ ଅପରାହ୍ନ 5ଟା ସମୟ ସୁଦ୍ଧା ଦିଆଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ, 11 ଦିନ ମଧ୍ୟରେ ଗୁଜୁରାଟରେ 5273 ଟି ପଜିଟିଭ ମାମଲା ଆସିଛି । ଯେଉଁଥିରେ 347 ଜଣଙ୍କର ମୃତ୍ୟୁ ହୋଇଛି । ଅନଲକ୍ -1 ରେ ପ୍ରତିଦିନ 490 ରୁ 510 ଟି ଆକ୍ରାନ୍ତ ମାମଲା ସାମ୍ନାକୁ ଆସୁଥିବାବେଳେ ପ୍ରତିଦିନ ହାରାହାରି 32 ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ରିପୋର୍ଟ ନେଗେଟିଭ୍‌

ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଆନ୍ଧ୍ର ରାଜଭବନର ଚାରିଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟପାଳଙ୍କ ନମୁନା ନିଆଯାଇଥିଲା ।  ଚାରି ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ, ରାଜଭବନ ମେଡିକାଲର ଜଣେ ଷ୍ଟାଫ ନର୍ସ, ଜଣେ ହାଉସ୍ କିପିଂ ଷ୍ଟାଫ ଓ ରୋଷେୟା ରହିଛନ୍ତି । ତେବେ ଏହି ଆକ୍ରାନ୍ତମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବାର ସୂଚନା ରହିଥିଲା । ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପଜିଟିଭ୍‌ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଥିଲା । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ରହିଛି। ଏଠାରେ 100ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 31ରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର

ଜାଣନ୍ତୁ, 170ଟି ହଟସ୍ପଟ୍‌ ଜିଲ୍ଲା ମଧ୍ୟରେ କେଉଁ କେଉଁ ଜିଲ୍ଲା ସବୁ ରହିଛନ୍ତି

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍‌ କରିଛନ୍ତି । ଏଥିରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ଓ ଗ୍ରୀନ୍‌ ଜୋନ୍‌ ସାମିଲ୍‌ ରହିଛନ୍ତି । ରେଡ୍‌ ଜୋନ୍‌ରେ 170ଟି ହଟସ୍ପଟ୍‌ ରହିଛି । ସେହିପରି 47ଟି ଜିଲ୍ଲାରେ 47 ଜିଲ୍ଲା ସାମିଲ୍‌ ରହିଛି ।

ରେଡ୍‌ ଜୋନ୍‌ ଅରେଞ୍ଜ ଜୋନ୍‌ରେ ବଦଳି ପାରିବ । ଯଦି 14 ଦିନ ଭିତରେ ଏହି ଅଞ୍ଚଳରେ କୌଣସି ନୂତନ କେସ୍‌ ଆସିବ ନାହିଁ ତେବେ ତାହା ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହେବ । ସେହିପରି ଅରେଞ୍ଜ ଜୋନ୍‌ଗୁଡିକ ଗ୍ରୀନ୍‌ ଜୋନ୍‌କୁ ପରିବର୍ତ୍ତନ ହେବ, ଯଦି ସେଠାରେ 14 ଦିନ ପର୍ଯ୍ୟନ୍ତ ସେଠାରେ କୌଣସି ନୂତନ ମାମଲା ଆସିବ ନାହିଁ । ସେହିପରି ରେଡ୍‌ ଜୋନ୍‌ରେ ଯଦି 28 ଦିନ ଭିତରେ କରୋନା ଭାଇରସର କୌଣସି ନୂତନ ମାମଲା ଆସିବ ନାହିଁ ତେବେ ତାହା ମଧ୍ୟ ଗ୍ରୀନ୍‌ ଜୋନ୍‌କୁ ଆସିପାରିବ ।

କେଉଁ ରାଜ୍ୟର କେଉଁ ଅଞ୍ଚଳ ସବୁ ରେଡ୍‌ ଜୋନରେ ଅନ୍ତର୍ଗତ ହୋଇଛନ୍ତି :

ଆନ୍ଧ୍ରପ୍ରଦେଶ : କୁରନୁଲ୍‌, ଗୁଣ୍ଟୁର୍‌, ନେଲ୍ଲୋର, ପ୍ରକାଶମ୍‌, କୃଷ୍ଣା, ଓ୍ବାଇଏସ୍‌ଆର୍, ପଶ୍ଚିମ ଗୋଦାବରୀ, ଚିତ୍ତୁର, ବିଶାଖାପାଟ୍ଟାନମ୍‌, ପୂର୍ବୀ ଗୋଦାବରୀ, ଅନନ୍ତପୁରମ

ବିହାର : ସିବାନ

ଛତିଶଗଡ : କୋରବା

ଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ, ଶାହଦରା, ଦକ୍ଷିଣ ପୂର୍ବ, ପଶ୍ଚିମ ଦିଲ୍ଲୀ

ଗୁଜୁରାଟ : ଅହମ୍ମଦାବାଦ, ବଡଦୋରା, ସୁରତ, ଭାବନଗର, ରାଜକୋଟ

ହରିୟାଣା : ନୁହଁ, ଗୁଡଗାଓ୍ବଁ, ଫରୀଦାବାଦ, ପଲବଲ୍‌

ଜମ୍ମୁ ଓ କାଶ୍ମୀର : ଶ୍ରୀନଗର, ବାନ୍ଦିପୋରା, ବାରାମୂଳା, ଜମ୍ମୁ, ଉଧମପୁର, କୁପଓ୍ବାଡା

କର୍ଣ୍ଣାଟକ : ବେଙ୍ଗାଲୁରୁ ସହରୀ, ମୈସୁର୍‌, ବେଲଗାବୀ

କେରଳ : କାସରଗୋଡ, କନ୍ନୁର, ଏରାନକୁଲମ୍‌, ମଲପ୍ପୁରମ୍‌, ତିରଅନନ୍ତପୁରମ୍‌, ପଠାନ୍‌ମଥିଟ୍ଟା

ମଧ୍ୟପ୍ରଦେଶ : ଇନ୍ଦୋର୍‌, ଭୋପାଳ, ଖରଗୋନ, ଉଜ୍ଜୈନ୍‌, ହୋଶଙ୍ଗାବାଦ

ମହାରାଷ୍ଟ୍ର : ମୁମ୍ବାଇ, ପୁଣେ, ଥାନେ, ନାଗପୁର, ସାଙ୍ଗଲୀ, ଅହମ୍ମଦନଗର, ୟବତମାଲ୍‌, ଔରଙ୍ଗାବାଦ, ବୁଲଢାଣା, ମୁମ୍ବାଇ ଉପନଗରୀୟ, ନାସିକ

ଓଡ଼ିଶା: ଖୋର୍ଦ୍ଧା

ପଞ୍ଜାବ : ସାସନଗର, ଏସ୍‌ବିଏସ୍‌ ନଗର, ଜଲନ୍ଧର୍‌, ପଠାନ୍‌କୋଟ୍‌

ରାଜସ୍ଥାନ : ଜୟପୁର, ଟୋଙ୍କ୍‌, ଯୋଧପୁର, ବାସଓ୍ବାଡା, କୋଟା, ଝୁଁଝନୁ, ଭୀଲଓ୍ବାଡା, ଜୈସେଲମର୍‌, ବିକାନେର୍‌, ଝାଲାଓ୍ବାଡା, ଭରତପୁର

ତାମିଲନାଡୁ : ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର୍‌, ଇରୋଡ୍‌, ତିରୁନେଲାବେଲି, ଡିଣ୍ଡିଗୁଲ୍‌, ବିଲ୍ଲୁପୁରମ୍‌, ନାମକ୍କଲ, ଥେନି, ଚେଗଲ୍‌ପଟ୍ଟୁ, ତିରୁପୁର, ବେଲ୍ଲୋର୍‌, ମଦୈୁର୍‌, ଟୁଟିପୋରିନ୍‌, କରୁର୍‌, ବିରୁଧନଗର, କାନ୍ନିଆକୁମାରୀ, କୁଡ୍ଡୁଲୋର୍‌, ତିରୁବଲ୍ଲୁର୍‌, ତିରୁବରୁର୍‌, ସେଲମ୍‌

ତେଲେଙ୍ଗାନା : ହାଇଦ୍ରାବାଦ, ନିଜାମାବାଦ, ବାରଙ୍ଗଲ୍‌ ସହରୀ, ରଙ୍ଗା ରେଡ୍ଡି, ଜୋଙ୍ଗୁଳ୍‌ବାଙ୍ଗଡବାଲ୍‌, ମେଡଚଲ ମଲ୍କଜାଗିରି, କରୀମନଗର, ନିର୍ମଳ

ଉତ୍ତରପ୍ରଦେଣ : ଆଗ୍ରା, ଗୌତମବୁଦ୍ଧନଗର, ମେରଠ, ଲକ୍ଷ୍ନୌ, ଗାଜିଆବାଦ, ସହରାନପୁର, ସାମଲୀ, ଫିରୋଜବାଦ, ମୁରାଦାବାଦ

ଉତ୍ତରାଖଣ୍ଡ : ଦେରାଦୁନ

ପଶ୍ଚିମବଙ୍ଗ : କୋଲକାତା, ହାଓ୍ବାଡା, ପୁର୍ବ ମେଦିନିପୁର, 24 ପ୍ରାଗଣା ଉତ୍ତର

କ୍ଲଷ୍ଟର୍‌ ଚିହ୍ନିତ କରାଯାଇଥିବା ଅଞ୍ଚଳ

ଆଣ୍ଡାମାନ : ସାଉଥ୍‌ ଆଣ୍ଡାମାନ୍‌

ଆସାମ : ଗୋଲାଘାଟ, ମୋରିଗାଓ୍ବ, ନଲବାଡି, ଗୋଲାପରା, ଧୁବଡୀ

ବିହାର : ମୁଙ୍ଗେର୍‌, ବେଗୁସରାୟ, ଗୟା

ଛତିଶଗଡ : ରାୟପୁର

ଦିଲ୍ଲୀ : ନର୍ଥଓ୍ବେଷ୍ଟ

ଗୁଜୁରାଟ : ପାଟନ

ହରିୟାଣା : ଆମ୍ବାଲା ଓ କରନାଲ୍‌

ହିମାଚଳ ପ୍ରଦେଶ : ସୋଲନ୍‌, ଉନ୍ନା, ସରିମୋର୍‌, ଚମ୍ବା, କାଙ୍ଗଡା

ଜମ୍ମୁ : କାଶ୍ମୀର

ଝାରଖଣ୍ଡ : ରାଞ୍ଚି, ବୋକାରୋ

କର୍ଣ୍ଣାଟକ : ଦକ୍ଷିଣ କନ୍ନଡ, ବିଦର, କଲବୁର୍ଗୀ, ବଗଲକୋଟ, ଧାରଓ୍ବାଡ

କେରଳ : ଓ୍ବାୟନାଡ

ଲଦାଖ : କରଗିଲ୍‌

ମଧ୍ୟପ୍ରଦେଶ : ମୁରୈନା

ମହାରାଷ୍ଟ୍ର : କୋଲ୍ହାପୁର, ଅମରାବତୀ, ପାଲଘର

ଓଡ଼ିଶା : ଭଦ୍ରକ

ପଞ୍ଜାବ : ଅମୃତସର, ମାନସା, ଲୁଧିଆାନା, ମାଗୋ

ରାଜସ୍ଥାନ : ଉଦୟପୁର

ତେଲେଙ୍ଗାନା : ନାଲଗୋଣ୍ଡା

ୟୁପି : ବୁଲନ୍ଦସହର, ସୀତାପୁର, ବସ୍ତି, ଓ୍ବାଗପତ

ଉତ୍ତରାଖଣ୍ଡ : ନୈନିତାଲ୍‌, ଉଧମସିଂହ ନଗର

Categories
ଆଜିର ଖବର ଜାତୀୟ ଖବର

ଦେଶରେ 170ଟି ଜିଲ୍ଲାକୁ କରୋନା ହଟସ୍ପଟ୍‌ ଭାବରେ କରାଗଲା ଚିହ୍ନଟ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି।

ବିଶ୍ବ ମହାମାରୀ ରୂପ ନେଇଥିବା କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଯୋଗୁଁ ଭାରତର ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ୍‌ ରହିଛି। ଦେଶର କରୋନା ସ୍ଥିତିକୁ ଦେଖି ଲକଡାଉନ୍‌ର ଅବଧିକୁ ମେ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ନୂତନ ଗାଇଡ୍‌ ଲାଇନ୍‌ ମଧ୍ୟ ଜାରି କରାଯାଇଛି । କରୋନା ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଦେଶରେ ମୋଟ 170ଟି କରୋନା ହଟସ୍ପଟ ଜିଲ୍ଲା ଚିହ୍ନଟ କରିଛି। ସେହିପରି 270ଟି ଜିଲ୍ଲାକୁ ନନ୍‌ ହଟସ୍ପଟ ତାଲିକାରେ ରଖାଯାଇଛି।

ଅଧିକ କରୋନା ଆକ୍ରାନ୍ତ ଥିବା ଅଞ୍ଚଳକୁ ହଟସ୍ପଟ୍‌ ଜିଲ୍ଲାରେ ଚିହ୍ନିତ କରାଯାଇଥିବାସ୍ଥଳେ କମ୍‌ କରୋନା ବା ସୁସ୍ଥ ହେଉଥିବା ଅର୍ଥାତ୍‌ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ନ ହେଉଥିବା ସ୍ଥାନକୁ ନନ୍‌ ହଟସ୍ପଟ ଜିଲ୍ଲା ଭାବେ ଚିହ୍ନିତ କରାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା କରି ଦେଶରେ ମୋଟ ୧୭୦ଟି କରୋନା ହଟସ୍ପଟ ଚିହ୍ନଟ ହୋଇଛି ବୋଲି କହିଥିଲେ ।  ଏଯାଏ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। କେବଳ କିଛି ଅଞ୍ଚଳରେ କରୋନା ସଂକ୍ରମଣ ଅଧିକ ରହିଛି ବୋଲି ସେ କହିଛନ୍ତି। ହଟସ୍ପଟ୍‌ ଓ ନନ୍‌ ହଟସ୍ପଟ୍‌ ଅଞ୍ଚଳ ସମ୍ପର୍କରେ ସୂଚନା ଦେବା ସହିତ ହଟସ୍ପଟ୍‌ ଅଞ୍ଚଳରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ କେମିତି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ପ୍ରଚାରି ବୁଝିଥିଲେ।

ଆଜି ରାଜ୍ୟର କ୍ୟାବିନେଟ୍‌ ସଚିବ ରାଜୀବ ଗାବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ପୌରପାଳିକା କମିଶନର ଓ ସିଏମଓମାନଙ୍କ ସହ ଭିଡିଓ କନଫରେନ୍ସିଂ  କରି ଲକ୍‌ ଡାଉନ୍‌ ନିୟମକୁ ପାଳନ ତଥା କରୋନା ରୋକିବାକୁ ରଣନୀତି ଉପରେ ଆଲୋଚନା କରିଥିଲେ । (ଏଜେନ୍ସି)