Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଜିଲ୍ଲା ସ୍ତରୀୟ କରୋନା ପଜେଟିଭ ରିପୋର୍ଟ, ଖୋର୍ଦ୍ଧା ରହିଛି ସର୍ବାଗ୍ରେ

ଭୁବନେଶ୍ବର, ରାଜ୍ୟ ସବଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ କରୋନା ରିପୋର୍ଟ ପ୍ରଦାନ କରାଯାଇଛି। ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରେ 12 ଶହ 58 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହା ପଛକୁ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 5ଶହ 92 ଜଣ ଚିହ୍ନଟ ହୋଇଛନ୍ତି।

1. Angul: 331

2. Balasore: 179

3. Bargarh: 452

4. Bhadrak: 351

5. Balangir: 291

6. Boudh: 175

7. Cuttack: 587

8. Deogarh: 103

9. Dhenkanal: 149

10. Gajapati: 165

11. Ganjam: 262

12. Jagatsinghpur: 109

13. Jajpur: 232

14. Jharsuguda: 304

15. Kalahandi: 236

16. Kandhamal: 62

17. Kendrapada: 132

18. Keonjhar: 104

19. Khurda: 1258

20. Koraput: 145

21. Malkangiri: 73

22. Mayurbhanj: 134

23. Nawarangpur: 433

24. Nayagarh: 194

25. Nuapada: 278

26. Puri: 530

27. Rayagada: 157

28. Sambalpur: 520

29. Sonepur: 121

30. Sundargarh: 592

31. State Pool: 255

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ବାଣପୁର, ଟାଙ୍ଗୀ ଏବଂ ବୋଲଗଡ ଚିନ୍ତା ବଢାଉଛି ବୋଲି କହିଲେ ଜିଲ୍ଲାପାଳ

ଭୁବନେଶ୍ବର, ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ସଂଖ୍ୟାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା କେବଳ 4ଟି ସ୍ଥାନରୁ ହେଉଛି। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେଥିପାଇଁ ଏହି 4ଟି ସହର ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ସେହି 4ଟି ସହର ହେଲା ବାଲୁଗାଁ, ବାଣପୁର, ଟାଙ୍ଗୀ ଏବଂ ବୋଲଗଡ।

ମୁଖ୍ୟତଃ ଯେଉଁ ପ୍ରବାସୀ ଶ୍ରମିକ ଖୋର୍ଦ୍ଧା ଆସିଥିଲେ, ସେମାନଙ୍କ ମଧ୍ୟରେ ଏହି ଚାରୋଟି ବ୍ଲକରେ ସଂଖ୍ୟା ଅଧିକ ଥିଲା। ସେଥିପାଇଁ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଜିଲ୍ଲାପାଳ କହିଛନ୍ତି। ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାକୁ 17 ହଜାର 4ଶହ 5 ଜଣ ପ୍ରବାସୀ ଶ୍ରମିକ ଆସିଥିଲେ। ସେମାନଙ୍କ ମଧ୍ୟ 77 ପ୍ରତିଶତ ପ୍ରବାସୀ ଏହି ଚାରୋଟି ବ୍ଲକର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି ଜିଲ୍ଲାର ସୁସ୍ଥତା ହାର 59 ପ୍ରତିଶତ ଏବଂ ବର୍ତ୍ତମାନ ଏକ ହଜାର ଚାରିଶହ ତେଇଶ ଜଣ ସକ୍ରିୟ ରୋଗୀ ଅଛନ୍ତି। ଖୋର୍ଦ୍ଧାରେ ସୁସ୍ଥତା ହାର ଭଲ ରହିଛି, ସେଥିପାଇଁ ଯେଉଁମାନେ କୋଭିଡ19ରୁ ଭଲ ହୋଇଛନ୍ତି ସେମାନଙ୍କୁ କୋଭିଡ ସେବକ ଭାବେ ନିୟୋଜିତ କରାଯିବ। ଏଥିସହିତ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ନେଇ ଏକ ହ୍ବାଟସଆପ ଗ୍ରୁପ କରି ନିୟନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।