Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା ପାଇଁ ତିରୁପତିରେ ଅଭିନବ ଉଦ୍ୟମ, ବଜାରରେ ମଧ୍ୟ ବୁଲିଲେ ରଖିବାକୁ ପଡିବ ଦୂରତ୍ବ

ତିରୁପତି, ଭାରତର ପ୍ରସିଦ୍ଧ ଧର୍ମକ୍ଷେତ୍ର ତିରୁପତିରେ କରୋନା ଭାଇରସ କବଳରୁ ମୁକୁଳିବା ପାଇଁ ସେଠାକାର ପ୍ରଶାସନ ଏକ ଅଭିନବ ଉଦ୍ୟମ କରିଛନ୍ତି। ତାହା ହେଉଛି ବଜାରରେ ବୁଲିବା ବେଳେ ମଧ୍ୟ ସାମାଜିକ ଦୂରତା ବଜାଇ ରଖିବା। ମୁଖ୍ୟତଃ ଦୋକାନ ଆଗରେ ଜିନଷ କିଣିବା ପାଇଁ ଗୋଲାକାର ଗାର ଟାଣି ଦୂରତ୍ବ ରଖାଗଲା। ହେଲେ ବଜାରରେ ଚାଲିଲେ କିପରି ଦୂରତ୍ବ ରଖାଯିବ।

ଏହି ସମସ୍ୟାକୁ ଦୂର କରିବା ପାଇଁ ତିରୂପତି ପ୍ରଶାସନ ନେଇଛି ଏକ ଭିନ୍ନ ପଦକ୍ଷେପ। ବଜାର ଭିତରେ ବୁଲିଲା ବେଳେ ମଧ୍ୟ ସେହି ଗୋଲାକାର ଗାର ଭିତରେ ନିଜକୁ ସୀମିତ ରଖିବା ପାଇଁ ପଡିବ। ସେଥିପାଇଁ ବଜାରରେ ଥିବା ଲମ୍ବା ରୋଡକୁ ପ୍ରଶାସନ ତରଫରୁ ଚାରିକୋଣିଆ ଖଡି ଘର ଛାଡି ଛାଡି କରାଯାଇଛି। ସମସ୍ତଙ୍କୁ କୁହାଯାଇଛି ଯେ, ଆଗ ଘରର ଲୋକ ନ ଯିବା ପର୍ଯ୍ୟନ୍ତ ପଛ ଘର ଲୋକ ଆଗକୁ ଯାଇପାରିବ ନାହିଁ। ଫଳରେ ବଜାର ଭିତରେ ଲୋକେ ଏଣେତେଣେ ନ ବୁଲି ବର୍ତ୍ତମାନ ଶୃଙ୍ଖଳିତ ଭାବେ ଦୂରତ୍ବ ବଜାଇ ରଖି ଯିବା ଆସିବା କରୁଛନ୍ତି।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ବଜାର ରାସ୍ତାରେ ପୋଲିସ ମୁତୟନ କରାଯାଇଛି। ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।