Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 49 ହଜାର ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ  ବିଗତ 24 ଘଣ୍ଟା ମଧ୍ୟରେ 65 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶ ବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 25 ଲକ୍ଷ ଅତିକ୍ରମ କରିଛି। 996ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 49 ହଜାର36ରେ ପହଞ୍ଚିଛି। ବିଗତ 24 ଘଣ୍ଟା ମଧ୍ୟରେ 65 ହଜାର 2 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା  25 ଲକ୍ଷ 25 ହଜାର 743ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 18 ଲକ୍ଷ 08 ହଜାର 936 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 68 ହଜାର 220 ରହିଛି। ମହାରାଷ୍ଟ୍ରରେ ସର୍ବାଧିକ 6ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା 19 ହଜାର 427ରେ ପହଞ୍ଚିଛି। ସେହିପରି ତାମିଲନାଡୁରେ 5ହଜାର 514, ଦିଲ୍ଲୀରେ 4 ହଜାର 178, କର୍ଣ୍ଣାଟକରେ 3 ହଜାର 717ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)