Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମାତ୍ର ଛଅ ମିନିଟ୍‌ର ବ୍ୟବଧାନ ଭିତରେ ସ୍ବାମୀ-ସ୍ତ୍ରୀଙ୍କ ପ୍ରାଣ ନେଲା କରୋନା

ଫ୍ଲୋରିଡା : କରୋନା ଭାଇରସ୍‌ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ବିଶ୍ବରେ ମୃତ୍ୟୁ ସଂଖ୍ୟା 59 ହଜାର ପାର କରିସାରିଲାଣି । ଆମେରିକାର ଏହି ରୋଗ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆମେରିକାର ଫ୍ଲୋରିଡା ସହରରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଏହି ଭୟାନକ କରୋନା ଯୋଗୁଁ ହୋଇଛି । ମାତ୍ର ଛଅ ମିନିଟ୍‌ ବ୍ୟବଧାନ ଭିତରେ ଏହି ଦମ୍ପତି କରୋନା ଯୋଗୁଁ ପ୍ରାଣ ହାରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସ୍ବାମୀଙ୍କୁ 74 ବର୍ଷ ବୟସ ହୋଇଥିବାବେଳେ ସ୍ତ୍ରୀଙ୍କ ବୟସ 72 ବର୍ଷ । ରବିବାର ଦିନ ଏହି ଦୁହେଁ କରୋନା ଯୋଗୁଁ ପ୍ରାଣ ହାରିଛନ୍ତି । ଦୁହିଁଙ୍କ ବିବାହ 51 ବର୍ଷ ହୋଇଥିଲା । ସ୍ବାମୀ ସ୍ତ୍ରୀ ଉଭୟ ମାର୍ଚ୍ଚର ମଧ୍ୟମ ସପ୍ତାହ ସୁଦ୍ଧା ସୁସ୍ଥ ରହିଥିବାବେଳେ ଶେଷ ଆଡକୁ ଏହି  ମହାମାରୀର ସଂକ୍ରମଣରେ ଆସିଥିଲେ । ପ୍ରଥମେ ସ୍ବାମୀ ଜଣକ ଏହି ରୋଗରେ ସଂକ୍ରମିତ ହୋଇଥିଲେ ପରେ ଏହା ତାଙ୍କ ସ୍ତ୍ରୀଙ୍କୁ ସଂକ୍ରମିତ କରିଥିଲା । ସ୍ବାମୀଙ୍କ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ସେହିପରି ତାଙ୍କ ସ୍ତ୍ରୀଙ୍କୁ ଘରେ ଆଇସୋଲେସନ୍‌ରେ ରଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ମଧ୍ୟ ବିଗିଡିବା ପରେ ତାଙ୍କୁ ମଧ୍ୟ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା । ଜୀବନର ଶେଷ ସମୟରେ ଏହି ଦମ୍ପତି ଭେଣ୍ଟିଲେଟରରେ ରହିଥିଲେ । ରବିବାର ଦିନ ମାତ୍ର ଛଅ ମିନିଟ୍‌ ବ୍ୟବଧାନ ଭିତରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ସାରା ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଖାପାଖି 60, 000 ଛୁଇଁବାକୁ ଥିବାବେଳେ ଭାରତରେ ଏହି ରୋଗ 60ରୁ ଅଧିକ ମୁଣ୍ଡ ନେଲାଣି । (ଏଜେନ୍ସି)

Categories
ଆଜିର ଖବର

କଟକରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମୀକ୍ଷା ବ୍ୟୁରୋ
କଟକ ,13/12 : କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି । ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି । ଖବର ପାଇ କଟକ ଡିସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ । ଘରଟିକୁ ସିଲ୍‌ କରି ଦିଆଯାଇଥିବା ବେଳେ ପୁଲିସ୍‌ ମୁତୟନ ହୋଇଛନ୍ତି ।