Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରୁ କମିବାରେ ଲାଗିଛି କରୋନା ଆତଙ୍କ, ବନ୍ଦ ହେଲା ଘରୋଇ କୋଭିଡ ହସପିଟାଲ

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ବହୁ ମୂଲ୍ୟର ଘରୋଇ କୋଭିଡ ହସପିଟାଲ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି। ସେହି ଅନୁସାରେ ରାଜ୍ୟର 48ଟି କୋଭିଡ ହସପିଟାଲ ମଧ୍ୟରୁ 31 ଟି ଘରୋଇ ହସପିଟାଲକୁ ବନ୍ଦ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ କୋଭିଡ ହସପିଟାଲ ଏବଂ ଅଶ୍ବନୀ କୋଭିଡ ହସପିଟାଲ ଖୋଲିବା ପାଇଁ କୁହାଯାଇଛି।

ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଦ୍ବାରା ହସପିଟାଲକୁ ଜଣାଇ ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନଠାରୁ କୌଣସି ନୂତନ ରୋଗୀଙ୍କୁ ଭର୍ତ୍ତି କରିବେ ନାହିଁ। ତେବେ ଯେଉଁମାନେ ପୂର୍ବରୁ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଚିକିତ୍ସା ଜାରୀ ରଖିବେ। ସେମାନେ ସମସ୍ତେ ସୁସ୍ଥ ହୋଇ ଡିସଚାର୍ଯ୍ୟ ହେବା ପରେ ହସପିଟାଲକୁ ବନ୍ଦ କରିବେ। ଏହି ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଯେପରି ବହନ କରୁଥିଲେ ସେହିପରି କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ ସ୍ବାସ୍ଥ୍ୟ ବିଭାଗ ସମ କୋଭିଡ ହସପିଟାଲ ଓ ଅଶ୍ବନୀ କୋଭିଡ ହସପିଟାଲକୁ ଆଉ କିଛିଦିନ ପାଇଁ ଚାଲୁ ରଖିବାକୁ ନିଷ୍ପତି କରିଛନ୍ତି। ହେଲେ ପୂର୍ବ ଅପେକ୍ଷା ଶଯ୍ୟା ସଂଖ୍ୟା ହ୍ରାସ କରିଦିଆଯାଇଛି। ସେହି ଅନୁସାରେ ସମ କୋଭିଡ ହସପିଟାଲର 50 ଟି ସାଧାରଣ ଶଯ୍ୟା, 75ଟି ଆଇସିୟୁ ଏବଂ 25ଟି ଏଚଡିୟୁ ସଂରକ୍ଷିତ କରି ରଖାଯାଇଛି।

ସେହିପରି ଅଶ୍ବନୀ କୋଭିଡ ହସପିଟାଲ କୋଭିଡ ଯୋଦ୍ଧାମାନଙ୍କ ପାଇଁ ସମର୍ପିତ କରାଯାଇଥିବାରୁ ତାହାକୁ ଚାଲୁ ରଖାଯିବ। ଅନ୍ୟପକ୍ଷରେ କୋଭିଡ କେୟାର ସେଣ୍ଟର ଏବଂ କରୋନା କେୟାର ହୋମକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେବ ନୂଆ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ବର : ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ । ଆଜି ମୁଖ୍ୟମନ୍ତ୍ରୀ କୋଭିଡ୍‌ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ପ୍ରତିଷ୍ଠା ହେବ କୋଭିଡ୍‌ ହସ୍ପିଟାଲ । 30ଟି ଆଇସିୟୁ  ସହିତ 150 ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହେବ । ସେହିପରି ନୀଳାଚଳ ଡାକ୍ତରଖାନାରେ ଚଳିତ ସପ୍ତାହରୁ କାର୍ଯ୍ୟ କରିବ କୋଭିଡ୍‌ ହସ୍ପିଟାଲ ।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ସମ୍‌ ହସ୍ପିଟାଲ ଓ କିମସ୍‌ ହସ୍ପିଟାଲରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କୁ ପ୍ରୋତ୍ସାହନ ରାଶି

ଭୁବନେଶ୍ବର, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ। ଫାର୍ମାସିଷ୍ଟ, ରେଡିଓଗ୍ରାଫର. ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆଯିବ। ଡାକ୍ତରଙ୍କୁ ଦୈନିକ 1 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ।

ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲ୍ୟାବ ଟେକ୍ନସିଆନଙ୍କୁ ଦୈନିକ 5 ଶହ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ 2ଶହ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ଭୁବନେଶ୍ବର ସହରାଞ୍ଚଳରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୯ ଜଣଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନ ଏବଂ ୫ ଜଣ ଲୋକାଲ କେଶ ବୋଲି ବିଏମସି ପ୍ରକାଶ କରିଛି। ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ଏବଂ ଭୀମପୁରରୁ ଦୁଇ ଜଣ କ୍ଵାରେଣ୍ଟିନରେ ଥିଲେ। ଅନ୍ୟ ଜଣେ ସାଲିଆ ସାହିରୁ ଚିହ୍ନଟ ହୋଇଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ମଧ୍ୟ କ୍ଵାରେଣ୍ଟିନରେ ଥିଲେ। ସେହିପରି ୫ ଜଣ ଲୋକାଲ କେଶ ମଧ୍ୟରୁ ତିନି ଜଣ କୋଭିଡ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛି। ଏହି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା କର୍ମଚାରୀ। ଆଉ ବାକି ଦୁଇ ଜଣ ଲୋକାଲ କେଶ ଗୋଟିଏ ପରିବାରର ଗାଡକଣ ମହିମାନଗରର ବୋଲି ସୂଚନା ରହିଛି। ଏହି ଦୁଇ ଜଣ ପୂର୍ବ ଆକ୍ରାନ୍ତ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ।