Categories
ଆଜିର ଖବର ଜାତୀୟ ଖବର

କୋଭିଡ୍‌ ହସ୍ପିଟାଲରୁ ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ : ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରୁ ନିଖୋଜ ଜଣେ ବୟାଅଶୀ ବର୍ଷୀୟ ବୃଦ୍ଧାଙ୍କର ମୃତଦେହ ଶୌଚାଳୟରୁ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ଜଣକ ଜଳଗାଓ ସରକାରୀ ଡାକ୍ତରଖାନାରୁ ଜୁନ 2 ତାରିଖରୁ ନିଖୋଜ ଥିଲେ। ବୃଦ୍ଧାଙ୍କର ମୃତଦେହ ବୁଧବାର ଶୌଚାଳୟରୁ ଉଦ୍ଧାର ହୋଇଛି । ତେବେ ଏହି ଘଟଣାକୁ ନେଇ ପୋଲିସ କହିଛି, ବୃଦ୍ଧାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା. ଏତଲା ହେବା ପରେ ଜୁନ 6 ତାରିଖରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା. ଏହି ଘଟଣା ନେଇ ପୁଲିସ ତଦନ୍ତ କରୁଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ  ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ ଭାରତରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । କରୋନା ଜନିତ ସର୍ବାଧିକ ମୃତ୍ୟୁ ମଧ୍ୟ ଏହି ରାଜ୍ୟରେ ଘଟୁଛି । (ଏଜେନ୍ସି)