Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଥାନା ଅଧୀନରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ କରୋନାରେ ମୃତ୍ୟୁ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଆଜି କରୋନାରେ ଜଣେ ପୁଲିସ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ଶ୍ରୀମୁରଲୀଧର ବଳିଆରସିଂ କରୋନାରେ ମୃତ୍ୟୁବରଣ କରିଛନ୍ତି।

ସ୍ୱର୍ଗତ ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର ୧0 ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ୧0ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରେ ସ୍ବର୍ଗତ ବଳିୟାର ସିଂ ଅନ୍ୟତମ ଥିଲେ। ସ୍ବର୍ଗତ ବଳିୟାରସିଂହ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ଆଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଜଣେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗରେ ବାଣପୁର ଏବଂ ବାଲୁଗାଁ ର ସମସ୍ତ ଥାନା କର୍ମଚାରୀଙ୍କ ସହ ସମଗ୍ର ଅଞ୍ଚଳବାସୀ ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ଚିହ୍ନଟ 83 ପଜିଟିଭ୍‌ ମଧ୍ୟରେ 7 କରୋନା ଯୋଦ୍ଧା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର 83 ଆକ୍ରାନ୍ତଙ୍କ ମଧ୍ୟରୁ 7 କରୋନା ଯୋଦ୍ଧା ରହିଥିବାର ସୂଚନା ରହିଛି । ଏହି 7 କରୋନା ଯୋଦ୍ଧା ମଧ୍ୟରୁ ବିପିୟୁଟିରୁ 4 ଆକ୍ରାନ୍ତ ଚିହ୍ନଟ ହାେଇଥିବାବେଳେ ଅନ୍ୟ ତିନିଜଣ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ।  ସେହିପରି ବାହାର ରାଜ୍ୟ ଫେରନ୍ତା ରାଉରକେଲାର 23 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କସଂସ୍ପର୍ଶରେ ଆସି 22 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।  ସେହିପରି ସୁନ୍ଦରଗଡ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 14 ପଜିଟିଭ୍‌ ଚିହ୍ନଟ ହୋଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ଗର୍ଭବତୀ ମହିଳା ରହିଛନ୍ତି । ସେହିପରି 2 ଜଣ ଲୋକାଲ୍‌ କେସ୍‌ ରହିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକ୍ତ ହେଲେ କରୋନା ଯୋଦ୍ଧା : କମିଶନରେଟ୍‌ ପୋଲିସ୍‌ର ସ୍ବାଗତ

ଭୁବନେଶ୍ବର : କିଛି ଦିନ ପୂର୍ବରୁ କମିଶନରେଟ ପୋଲିସ୍‌ର ଜନୈକ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ । କରୋନା ଆକ୍ରାନ୍ତ ଏହି ଅଧିକାରୀ ଜଣକ ଆଜି ସୁସ୍ଥ ହୋଇ ଫେରିବା ପରେ କମିଶନରେଟ କାର୍ଯ୍ୟାଳୟ ବାହାରେ ତାଙ୍କୁ ସ୍ବାଗତ କରାଯାଇଛି ।

ପୋଲିସ୍‌ ପକ୍ଷରୁ ତାଙ୍କୁ ତାଳି ବଜାଇ ସ୍ବାଗତ କରାଯାଇଥିବା ବେଳେ ସ୍ବୟଂ କମିଶନର ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ । ଏହାପରେ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ପ୍ରେସ୍‌ମିଟ୍‌ କରି ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବ ପାଇଁ ନିବେଦନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ମୃତ ଶିକ୍ଷୟିତ୍ରୀଙ୍କୁ ଦିଲ୍ଲୀ ସରକାରଙ୍କ 1 କୋଟିର ସହାୟତା ରାଶି

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଳୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ଦିନ ଏହି ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗର ନିଗମ ସହିତ କାର୍ଯ୍ୟ କରୁଥିବା ଏହି ଶିକ୍ଷୟିତ୍ରୀ ଜଣକ କରୋନାରେ ଖାଦ୍ୟ ବଣ୍ଟନ କରୁଥିବା ସମୟରେ ପ୍ରାଣ ହରାଇଥିଲେ । ଖାଦ୍ୟ ବିତରଣ କରୁଥିବା ଏହି ଠିକା ଶିକ୍ଷୟିତ୍ରୀ ଜଣକ ମେ 2 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେ 4 ତାରିଖରେ ପ୍ରାଣ ହରାଇଥିଲେ । ଅର୍ଥ ଯଦିଓ ଜୀବନ ଠାରୁ ମୂଲ୍ୟବାନ ନୁହେଁ ତଥାପି କରୋନା ଯୋଦ୍ଧାଙ୍କମ ସମ୍ମାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । (ଏଜେନ୍ସି)