Categories
ଆଜିର ଖବର

ରାଜସ୍ଥାନରେ ବାୟୁସେନାର ମିଗ୍-୨୭ ବିମାନ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନର ଯୋଧପୁରଠାରେ ଭାରତୀୟ ବାୟୁସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ତେବେ ବିମାନର ପାଇଲଟ ପାରାଚ୍ୟୁଟ ଯୋଗେ ସୁରକ୍ଷିତ ଭାବେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ବିମାନ ଦୁର୍ଘଟଣାରେ ଧନଜୀବନର କୌଣସି କ୍ଷତି ହୋଇନାହିଁ। ଏହି ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି। ମିଗ-୨୭ ଯୁଦ୍ଧ ବିମାନ ସିରୋହିର ଗୋଣ୍ଡାନା ଶିବଗଞ୍ଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ନିୟମିତ ଅଭିଯାନ ପାଇଁ ବାୟୁ ସେନା ଘାଟିରୁ ସକାଳ ପ୍ରାୟ ୧୧ଟା ୪୫ ସମୟରେ ବିମାନଟି ଉଡ଼ାଣ ଭରିଥିଲା। କିଛି ସମୟ ପରେ ପାଇଲଟଙ୍କୁ ବିମାନ ଇଞ୍ଜିନ ଖରାପ ଥିବାର ସଂକେତ ମିଳିଥିଲା। ଏହାପରେ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ। କିଛି ଦୂର ଯିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା। ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାଜସ୍ଥାନର ବିକାନେର ଜିଲାରେ ବାୟୁସେନାର ଏକ ମିଗ-୨୭ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Categories
ଆଜିର ଖବର

ବିକାନେରଠାରେ ମିଗ୍‌ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ , ଅଳ୍ପେକ ବର୍ତ୍ତିଲେ ପାଇଲଟ୍‌

ରାଜସ୍ଥାନର ବିକାନେରଠାରେ ଏକ ମିଗ୍‌-୨୧ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ବେଳେ ବିମାନ ଚଳାଉ ଥିବା ଜଣେ ପାଇଲଟ୍‌ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି । ସୂଚନା ମୁତାବକ, ବିମାନଟି ନିୟମିତ ଅଭ୍ୟାସ ପାଇଁ ନ୍ୟାସ୍‌ନାଲ ଏରୋସ୍ପେସ୍‌ ଲାବୋରେଟୋରିରୁ ଉଡ଼ାଣ ଭରିଥିଲା । କିନ୍ତୁ ୧୪ କିଲୋମିଟର ଯିବା ପରେ ବିକାନେର୍‌ରେ ଥିବା ଶୋଭାସର ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିବାବେଳେ ପାଇଲଟ୍‌ ଜଣକ ସୁରକ୍ଷିତ ରହିଛନ୍ତି । ପୂର୍ବରୁ ପାକିସ୍ତାନ ଉପରେ ଆକ୍ରମଣ ସମୟରେ ଫେବୃୟାରୀ ୨୭ରେ ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଥିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଏଥିରେ ସେ ପାକିସ୍ତାନର ଏଫ୍‌-୧୬ ବିମାନଙ୍କୁ ଧ୍ୱଂସ କରିବା ସହ ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ।